ହାଇଦ୍ରାବାଦ: ଦୀର୍ଘ ସମୟ ଧରି ଲୋକମାନେ ଜଳଖିଆରେ ଅଣ୍ଡା ଖାଇବାକୁ ପସନ୍ଦ କରନ୍ତି । ଅଣ୍ଡା କେବଳ ସ୍ବାଦିଷ୍ଟ ନୁହେଁ ବରଂ ସୁସ୍ଥ ଖାଦ୍ୟ ମଧ୍ୟ ଅଟେ । ଏହା ଭିଟାମିନ୍, ଆଇରନ୍ ଏବଂ ପ୍ରୋଟିନ୍ର ଏକ ଉତ୍କୃଷ୍ଟ ଉତ୍ସ । ହେଲେ ଅମଲେଟ୍ ନା ସିଝା ଅଣ୍ଡା କେଉଁଟା ସ୍ବାସ୍ଥ୍ୟ ଅଧିକ ଲାଭଦାୟକ ? ଅନେକଙ୍କ ମତରେ ଅମଲେଟ ଅଧିକ ଲାଭଦାୟକ ତ ଆଉ କେତେକଙ୍କ ମତରେ ଶରୀର ପାଇଁ ସିଝା ଅଣ୍ଡା ଅଧିକ ଳାଭଦାୟକ । ତେବେ ଏହି ଉଭୟ ମଧ୍ୟରେ କଣ ରହିଛି ସାମଞ୍ଜସ୍ୟ ଏବେ କେଉଁଥିରୁ କଣ ମିଳେ? ଜାଣନ୍ତୁ...
ସିଝା ଅଣ୍ଡା
ସିଝା ଅଣ୍ଡା ହେଉଛି ଏକ ସରଳ ଜଳଖିଆ ଯାହା ପାଇଁ କୌଣସି ବିଶେଷ ପ୍ରସ୍ତୁତି ଆବଶ୍ୟକ ନାହିଁ । ଅଣ୍ଡା ଖାଇବା ପାଇଁ ଏହା ଏକ ସହଜ ଉପାୟ । ତେବେ ସିଝା ଅଣ୍ଡାରେ ମିଳୁଥିବା କେତେକ ପ୍ରମୁଖ ପୁଷ୍ଟିକର ଖାଦ୍ୟ:
ପ୍ରୋଟିନ୍: ଅଣ୍ଡାକୁ ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଏକ ସିଝା ଅଣ୍ଡାରେ ପ୍ରାୟ 6 ଗ୍ରାମ ଉଚ୍ଚ ଗୁଣାତ୍ମକ ପ୍ରୋଟିନ୍ ଥାଏ, ଯାହା ଖାଦ୍ୟରେ ଅଧିକ ପ୍ରୋଟିନ୍ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଉତ୍ତମ ଅଟେ ।
ଭିଟାମିନ୍ D: ଅନେକ ଉତ୍ସ ମଧ୍ୟରୁ ଗୋଟିଏ ଅଣ୍ଡାରେ ଭିଟାମିନ୍ D ମିଳିଥାଏ । ଏକ ସିଝା ଅଣ୍ଡାରେ ଭିଟାମିନ୍ Dର ପରିମାଣ ପ୍ରାୟ ୬% ରହିଥାଏ ।
କୋଲିନ୍: ଅଣ୍ଡା କୋଲିନ୍ର ଏକ ଉତ୍ତମ ଉତ୍ସ, ଏକ ପୁଷ୍ଟିକର ଖାଦ୍ୟ ଯାହା ମସ୍ତିଷ୍କ ଏବଂ ସ୍ନାୟୁ ପ୍ରଣାଳୀ ପାଇଁ ଜରୁରୀ ଅଟେ ।
ଲ୍ୟୁଟିନ୍ ଏବଂ ଜିଆକ୍ସାଥିନ୍ (Lutein and Zeaxanthin): ଏହି ଦୁଇଟି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଅଣ୍ଡାର କେଶରରେ ମିଳିଥାଏ ଏବଂ ଆଖି ସ୍ୱାସ୍ଥ୍ୟ ପାଇଁ ଏହା ଜରୁରୀ ଅଟେ । ଏହା ମଧ୍ୟ ଦୃଷ୍ଟି ଶକ୍ତିରେ ଉନ୍ନତି କରେ ।
ଅମଲେଟ୍ ଖାଇବାର ଫାଇଦା ଏବଂ ଏଥିରେ ମିଳୁଥିବା ପୋଷକ ତତ୍ତ୍ୱ:
ଜଳଖିଆରେ ଅମଲେଟ୍ ଖାଇବା ବେଶ ଲୋକପ୍ରିୟ । ଲୋକମାନେ ପ୍ରାୟତଃ ଜଳଖିଆରେ ଅମଲେଟ୍ ଖାଇବାକୁ ପସନ୍ଦ କରନ୍ତି । ସ୍ବାଦିଷ୍ଟ ହେବା ସହ ସୁସ୍ଥ ଖାଦ୍ୟ ଅଟେ । ଏହା ତିଆରି କରିବା ବହୁତ ସହଜ ଏବଂ ବିଭିନ୍ନ ଉପାୟରେ ଅମଲେଟ୍ ତିଆରି କରିହେବ । ଏଥିରେ ବହୁ ପନିପରିବା, ମାଂସ ଏବଂ ଅନ୍ୟାନ୍ୟ ଜିନିଷ ମିଶାଇ ଏହାକୁ ପ୍ରସ୍ତୁତ କରିପାରିବେ ।
ଅମଲେଟରେ ମିଳିଥିବା କେତେକ ପ୍ରମୁଖ ପୋଷକ ତତ୍ତ୍ୱ:-
ଫାଇବର: ପନିପରିବାରେ ତିଆରି ଅମଲେଟ୍ ଫାଇବରର ଏକ ଉତ୍ତମ ଉତ୍ସ । ଏକ ହଜମ ପ୍ରକ୍ରିୟାକୁ ବଜାୟ ରଖିବା ପାଇଁ ଫାଇବର ଅତ୍ୟନ୍ତ ଜରୁରୀ ଏବଂ ଏହା କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଆଇରନ୍: ଆଇରନ ଏକ ଜରୁରୀ ମିନେରାଲ ଯାହା ଲାଲ ରକ୍ତ କଣିକା ତିଆରି କରିବାରେ ସାହାଯ୍ୟ କରିବା ସହ ଶରୀରରେ ଅମ୍ଳଜାନର ସଠିକ୍ ପ୍ରବାହରେ ସାହାଯ୍ୟ କରିଥାଏ । ପାଲକରେ ତିଆରି ଅମଲେଟ୍ ଆଇରନର ଏକ ଉତ୍ତମ ଉତ୍ସ, ଏହା ଶରୀରରେ ଆଇରନ ସ୍ତର ବଢାଇବାରେ ସାହାଯ୍ୟ କରିଥାଏ ।
ଭିଟାମିନ୍ C: ପନିପରିବା ଅମଲେଟ୍ ମଧ୍ୟ ଭିଟାମିନ୍ Cର ଏକ ଉତ୍ତମ ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ C ମଧ୍ୟ ଏକ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାର୍ଯ୍ୟ କରିଥାଏ, ଯାହା ଆମ କୋଷଗୁଡ଼ିକୁ ମୁକ୍ତ ରେଡିକାଲ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ ।
ସୁସ୍ଥ ଚର୍ବି: ଅଣ୍ଡାରେ ସୁସ୍ଥ ଚର୍ବି ଥାଏ, ଯେଉଁଥିରେ ମୋନୋଅନସାଚୁରେଟେଡ୍ ଏବଂ ପଲିଅନସାଚୁରେଟେଡ୍ ଫ୍ୟାଟ୍ ଅନ୍ତର୍ଭୁକ୍ତ, ଯାହା ହୃଦୟକୁ ସୁସ୍ଥ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଅମଲେଟରେ ମିଳୁଥିବା ଏହି ସୁସ୍ଥ ଚର୍ବିଗୁଡ଼ିକ ହୃଦଘାତର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଏହା ମଧ୍ୟ ପଢନ୍ତୁ: ଅଣ୍ଡା କେତେ ପ୍ରକାର ଜାଣିଛନ୍ତି କି ? ଜାଣନ୍ତୁ କେଉଁଥିରେ କଣ ଭିଟାମିନ୍ ରହିଛି
ସ୍ବାସ୍ଥ୍ୟ ପାଇଁ କେଉଁଟା ଭଲ?
ବିଶେଷଜ୍ଞଙ୍କ ମତରେ ଉଭୟ ସିଝା ଅଣ୍ଡା ଏବଂ ଅମଲେଟ୍ ପୁଷ୍ଟିକର ଉପକାରର ଏକ ଉତ୍କୃଷ୍ଟ ଉତ୍ସ । ସିଝା ଅଣ୍ଡା ପ୍ରୋଟିନ୍, ଭିଟାମିନ୍ D ଏବଂ କୋଲିନର ଏକ ଉତ୍ତମ ଉତ୍ସ ହୋଇଥିବାବେଳେ ଅମଲେଟ୍ ଫାଇବର, ଆଇରନ୍, ଭିଟାମିନ୍ C ଏବଂ ସୁସ୍ଥ ଚର୍ବିରେ ଭରପୁର ଅଟେ । ଯଦି ଖାଦ୍ୟରେ ପ୍ରୋଟିନର ସ୍ତର ବଢ଼ାଇବାକୁ ଚାହୁଁଛ, ତେବେ ଜଳଖିଆରେ ଏହା ହେଉଛି ସର୍ବୋତ୍ତମ ବିକଳ୍ପ । ସିଝା ଅଣ୍ଡା ଏକ ଭଲ ବିକଳ୍ପ । ଯଦି ବିଭିନ୍ନ ପୁଷ୍ଟିକର ଖାଦ୍ୟରେ ଭରପୁର ଅଧିକ ପୁଷ୍ଟିକର ଜଳଖିଆ ଚାହୁଁଛନ୍ତି, ତେବେ ଅମଲେଟ୍ ଖାଇପାରିବେ ।