ETV Bharat / sukhibhava

ଜୀବନ ନେଉଛି ତାପମାତ୍ରା ବୃଦ୍ଧି, ଭାରତରେ ୫୫% ବଢିଛି ମୃତ୍ୟୁହାର

author img

By

Published : Oct 27, 2022, 3:36 PM IST

ଅତ୍ୟଧିକ ତାପମାତ୍ରା କାରଣରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି । ଲାନସେଟ୍ ରିପୋର୍ଟ ଅନୁଯାୟୀ, ଭାରତରେ ତାପମାତ୍ରା ବୃଦ୍ଧି କାରଣରୁ 55 ପ୍ରତିଶତ ମୃତ୍ୟୁ ବଢିଛି(heat related death increase in India) । ଅଧିକ ପଢନ୍ତୁ

ଜୀବନ ନେଉଛି ତାପମାତ୍ରା ବୃଦ୍ଧି, ଭାରତରେ 55% ମୃତ୍ୟୁ ଉତ୍ତାପ କାରଣରୁ ବଢିଛି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଏକ ପ୍ରମୁଖ ସମସ୍ୟା ପାଲଟିଲାଣି । ତାପମାତ୍ରା ବୃଦ୍ଧି ସାଧାରଣ ଜୀବନ ଯାପନକୁ ପ୍ରଭାବିତ କରୁଛନ୍ତି । UNICEFର ସଦ୍ୟତମ ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ବିଶ୍ବର ପ୍ରାୟ ସମସ୍ତ ପିଲା ହିଟ୍‌ୱେଭ୍‌ର ଶିକାର ହେବେ । ସେପଟେ ଲାନସେଟ୍ ପ୍ରକାଶିତ କରିଥିବା ରିପୋର୍ଟ କହୁଛି, ଅତ୍ୟଧିକ ତାପମାତ୍ରା କାରଣରୁ ଭାରତରେ 55 ପ୍ରତିଶତ ମୃତ୍ୟୁ ବଢିଛି(55% heat related death increase in India ) । ଏହି କାରଣରୁ GDP(Gross domestic product) ମଧ୍ୟ ପ୍ରଭାବିତ ହୋଇଛି ।

ମଙ୍ଗଳବାର ପ୍ରକାଶିତ ବାର୍ଷିକ ଲାନସେଟ୍ କାଉଣ୍ଟଡାଉନ୍ ରିପୋର୍ଟ ଅନୁଯାୟୀ, ଗ୍ରୀଷ୍ମ ପ୍ରବାହ କାରଣରୁ 2000-2004 ଏବଂ 2017-2021 ମଧ୍ୟରେ ମୃତ୍ୟୁସଂଖ୍ୟା 55% ବୃଦ୍ଧି ପାଇଛି । ଏହି କାରଣରୁ 2021ରେ ଭାରତୀୟଙ୍କ ମଧ୍ୟରେ 167.2 ବିଲିୟନ ଶ୍ରମ ଘଣ୍ଟା ପ୍ରଭାବିତ ହୋଇଛି । ଅର୍ଥାତ୍ ଅତ୍ୟଧିକ ତାପମାତ୍ରା କାରଣରୁ ଏତିକି ସମୟ କୌଣସି କାର୍ଯ୍ୟ ହୋଇ ପାରିନାହିଁ । ଫଳରେ ଶ୍ରମିକମାନଙ୍କ ଆୟ ହ୍ରାସ ପାଇବା ସହ ଦେଶରେ GDP ପାଖାପାଖି 5.4% କ୍ଷତି ସହିଛି ।

ସେହିପରି ରିପୋର୍ଟ ଅନୁଯାୟୀ, ଏପ୍ରିଲରେ ଭାରତ ଓ ପାକିସ୍ତାନରେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଏଥିପାଇଁ ଜଳବାୟୁ ପରିବର୍ତ୍ତନ ଜନିତ କାରଣ 30% ଦାୟୀ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ କାର୍ଡିଓଭକ୍ସୁଲାର ଏବଂ ଶ୍ବାସକ୍ରିୟା ଜନିତ ରୋଗ ବୃଦ୍ଧି ପାଉଛି । ଏହି କାରଣରୁ ହୃଦରୋଗ ବଢୁଛି, ଏପରିକି ତାପମାତ୍ରା ବୃଦ୍ଧି ଗର୍ଭାବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଉଛି ଏବଂ ଲୋକଙ୍କ ଶୋଇବା କମ୍ ହେବା ସହ ମାନସିକ ସମସ୍ୟା ସୃଷ୍ଟି ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.