ETV Bharat / sukhibhava

ଏହିସବୁ ଲକ୍ଷଣ ଥିଲେ ହୋଇଯାଆନ୍ତୁ ସତର୍କ ! ଧମନୀରେ ବାନ୍ଧୁ ଥାଇପାରେ ରକ୍ତ ଜମାଟ

author img

By

Published : Dec 8, 2022, 5:08 PM IST

ଏକ ନୂତନ ଅନୁସନ୍ଧାନ ଅନୁସାରେ କୋଭିଡ-19 ପରବର୍ତ୍ତୀ ପ୍ରଭାବ ଭାବରେ ବିପଜ୍ଜନକ ରକ୍ତ ଜମାଟ(blood clot) ବାନ୍ଧିବାର ଆଶଙ୍କା ଥାଏ । ତେବେ କେଉଁ ସବୁ ଲକ୍ଷଣ ରକ୍ତ ଜମାଟ ବାନ୍ଧିବାର ଲକ୍ଷଣ ଜାଣନ୍ତୁ(Signs that you have a blood clot in your arteries) । ଅଧିକ ପଢନ୍ତୁ

ଏହିସବୁ ଲକ୍ଷଣ ଥିଲେ ହୋଇଯାଆନ୍ତୁ ସତର୍କ ! ଧମନୀରେ ବାନ୍ଧୁ ଥାଇପାରେ ରକ୍ତ ଜମାଟ
ଏହିସବୁ ଲକ୍ଷଣ ଥିଲେ ହୋଇଯାଆନ୍ତୁ ସତର୍କ ! ଧମନୀରେ ବାନ୍ଧୁ ଥାଇପାରେ ରକ୍ତ ଜମାଟ

ହାଇଦ୍ରାବାଦ: କୋଭିଡ-19 ପରବର୍ତ୍ତୀ ପ୍ରଭାବ ଉପରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଯେଉଁମାନେ କୋଭିଡରେ ସଂକ୍ରମିତ ହୋଇଥିଲେ ସେମାନଙ୍କ ପାଖାପାଖି ଗୋଟିଏ ବର୍ଷ ପରେ ବିପଜ୍ଜନକ ରକ୍ତ ଜମାଟ(blood clot) ବାନ୍ଧିବାର ଆଶଙ୍କା ଅଧିକ ଥାଏ । ଅନ୍ୟାନ୍ୟ ଅଧ୍ୟୟନ ମଧ୍ୟ ଏହାର ସହମତ ହୋଇଥିଲା । କୋଭିଡ ରକ୍ତ ଜମାଟ ବାନ୍ଧିବା ସମ୍ବନ୍ଧୀୟ ବିପଦର ତୀବ୍ର ବୃଦ୍ଧି ଘଟାଏ ବୋଲି ଅନ୍ୟାନ୍ୟ ଅଧ୍ୟୟନରୁ ଜଣାପଡିଥିଲା ।

ଅନୁସନ୍ଧାନ ଅନୁସାରେ, ଯେଉଁମାନେ କୋଭିଡରେ ସଂକ୍ରମିତ ହୋଇଥିଲେ ସେମାନେ ଅନ୍ୟମାନଙ୍କ ତୁଳନାରେ ହୃଦଘାତ ଏବଂ ଷ୍ଟ୍ରୋକ୍‌ର ସମ୍ମୁଖୀନ ହେବାର ଆଶଙ୍କା ଅଧିକ । ଧମନୀରେ ବିକଶିତ ହେଉଥିବା ଏକ ରକ୍ତ ଜମାଟକୁ ଧମନୀ ଥ୍ରୋମ୍ବୋସିସ୍ କୁହାଯାଏ ଏବଂ ଏହା ହୃଦୟ କିମ୍ବା ମସ୍ତିଷ୍କକୁ ରକ୍ତ ପ୍ରବାହକୁ ବନ୍ଦ କରିପାରେ । ଯଦି ରକ୍ତ ଜମାଟ ବାନ୍ଧିବା ଦ୍ୱାରା ହୃଦ ମାଂସପେଶୀରେ ଧମନୀ ଅବରୋଧ ହୁଏ, ତେବେ ଏହା ହୃଦଘାତର କାରଣ ହୋଇପାରେ ଏବଂ ଯେତେବେଳେ ମସ୍ତିଷ୍କରେ ଧମନୀରେ ଅବରୋଧ ହୁଏ ସେତେବେଳେ ଷ୍ଟ୍ରୋକ୍ ହୋଇପାରେ ।

ତେବେ ଧମନୀର ରକ୍ତ ଜମାଟ ବାନ୍ଧୁଛି ବୋଲି ଜାଣିବେ କିପରି । ଏନେଇ ବିଶେଷଜ୍ଞମାନେ କେତେକ ଲକ୍ଷଣ ବାବଦରେ ବର୍ଣ୍ଣନା କରିଛନ୍ତି...

1. ଚର୍ମ ରଙ୍ଗ(Skin colour):-

ଯଦି ବାହୁ କିମ୍ବା ଗୋଡ ଶୀରାରେ ରକ୍ତ ଜମାଟ ବାନ୍ଧେ, ସେଗୁଡିକ ନୀଳ କିମ୍ବା ଲାଲ ଦେଖାଯାଏ । ତ୍ୱଚା ମଧ୍ୟ ରକ୍ତ ଜମାଟ ବାନ୍ଧିବା ପ୍ରଭାବରେ ରଙ୍ଗୀନ ହୋଇପାରେ ।

2. ଫୁଲା(Swelling):-

ଯେତେବେଳେ ଏକ ଜମାଟ ରକ୍ତ ପ୍ରବାହକୁ ମନ୍ଥର କରେ କିମ୍ବା ବନ୍ଦ କରେ, ଏହା ରକ୍ତବାହୀକୁ ପ୍ରଭାବିତ କରେ ଏବଂ ଫୁଲିଯାଏ । ଏହା ବାହୁ କିମ୍ବା ପେଟରେ ଜମାଟ ବାନ୍ଧିପାରେ । ଏଥିରୁ ଉପଶମ ମିଳିବା ପରେ ମଧ୍ୟ ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ଫୁଲା, ବେଳେବେଳେ ଯନ୍ତ୍ରଣା ହୁଏ ଏବଂ ରକ୍ତଭଣ୍ଡାରର କ୍ଷତି ହୁଏ ।

3. ଯନ୍ତ୍ରଣା(Pain):-

ହଠାତ୍, ପ୍ରବଳ ଛାତି ଯନ୍ତ୍ରଣା ହେବାର ଅର୍ଥ, ଜମାଟଟି ଭାଙ୍ଗି ଯାଇଛି କିମ୍ବା ଏହା ଏକ ସଙ୍କେତ ହୋଇପାରେ ଯେ, ଧମନୀରେ ଏକ ଜମାଟ ହୃଦଘାତ ସୃଷ୍ଟି କରିଛି । ଯଦି ଏପରି ହୁଏ, ତେବେ ଆପଣ ବାହୁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି, ବିଶେଷ କରି ବାମ ପାର୍ଶ୍ୱରେ ଏହି ଯନ୍ତ୍ରଣା ହୋଇଥାଏ ।

4. ନିଶ୍ୱାସ ନେବାରେ ଅସୁବିଧା(Trouble breathing):-

ଏହା ଏକ ଗମ୍ଭୀର ଲକ୍ଷଣ । ଏହା ଫୁସଫୁସ କିମ୍ବା ହୃଦୟରେ ଏକ ଜମାଟ ବାନ୍ଧିଥିବାର ସଙ୍କେତ ହୋଇପାରେ । ହୃଦ ସ୍ପନ୍ଦନ ଗତି ମଧ୍ୟ ବୃଦ୍ଧି ପାଇପାରେ କିମ୍ବା ଝାଳ ବୋହିବା ସହ ଦୁର୍ବଳ ଅନୁଭବ କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.