ETV Bharat / sukhibhava

ଯୁବପିଢିଙ୍କୁ କାହିଁକି ଆସେ ହୃଦଘାତ, ଜାଣନ୍ତୁ କାରଣ

author img

By

Published : Jan 20, 2023, 12:48 PM IST

ବର୍ତ୍ତମାନ ସମୟରେ କେବଳ ଯେ, ବୟସ୍କ କାହିଁକି ଯୁବପିଢି ମଧ୍ୟ ହୃଦଘାତର ଶିକାର ହେଉଛନ୍ତି । ଯୌବନରେ ହୃଦଘାତର ଅନେକ କାରଣ ଥାଇପାରେ । ଯାହାକୁ ଆମେ ପ୍ରାୟତଃ ଅଣଦେଖା କରନ୍ତି । ତେବେ କଣ ଏହିସବୁ କାରଣ, ଜାଣନ୍ତୁ

heart attack signs
heart attack signs

ହାଇଦ୍ରାବାଦ: ସାଧାରଣତଃ ଶୀତଋତୁରେ ବିଭିନ୍ନ ରୋଗ ହେବାର ଆଶଙ୍କା ଥାଏ । ଜଟିଳ ସମସ୍ୟା ମଧ୍ୟରେ ଏହି ଋତୁରେ ଅଧିକ ହୃଦଘାତ ହୋଇଥାଏ । ନିକଟରେ ଉତ୍ତର ପ୍ରଦେଶର କାନପୁରରେ ଶତାଧିକ ଲୋକ ହୃଦଘାତରେ ପ୍ରାଣ ହରାଇବା ଘଟଣା ସାମ୍ନାକୁ ଆସିଥିଲା । ସବୁଠୁ ବଡ କେଥା ହେଉଛିକି ପୂର୍ବରୁ 60ରୁ ଅଧିକ ବୟସ ବର୍ଗର ଲୋକଙ୍କର ହୃଦଘାତ ଆସୁଥିଲା, ମାତ୍ର ବର୍ତ୍ତମାନ ଯୁବପିଢି(30-40) ମଧ୍ୟ ଏହାର ଶିକାର ହେଉଛନ୍ତି । ଯୌବନରେ ହୃଦଘାତର ଅନେକ କାରଣ ଥାଇପାରେ । ଯାହାକୁ ଆମେ ପ୍ରାୟତଃ ଅଣଦେଖା କରନ୍ତି । ତେବେ ଆଜିର ଆର୍ଟିକିଲରେ କେଉଁ କାରଣରୁ ଅଳ୍ପ ବୟସରେ ହୃଦଘାତ ହୋଇପାରେ, ସେନେଇ ଆଲାଚନା କରିବା...

ଅସ୍ୱାସ୍ଥ୍ୟକର ଖାଦ୍ୟ:- ଅଧିକାଂଶ ଯୁବକ ସୁସ୍ଥ ଖାଦ୍ୟ ବଦଳରେ ଫାଷ୍ଟଫୁଡ୍, ଥଣ୍ଡା ପାନୀୟ ଅଧିକ ପିଇଥାଆନ୍ତି, ଯାହା ହୃଦଘାତ ସହିତ ଜଡିତ ରୋଗଗୁଡିକୁ ନିମନ୍ତ୍ରଣ କରିଥାଏ । ଏଥି ସହିତ ଚର୍ବିଯୁକ୍ତ ଖାଦ୍ୟ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଏ । ଏହା ମଧ୍ୟ ହୃଦୟ ପାଇଁ ଅତ୍ୟନ୍ତ ବିପଜ୍ଜନକ । ହୃଦଘାତକୁ ଏଡାଇବା ପାଇଁ, ଏହି ସବୁ ଜିନିଷକୁ ଖାଦ୍ୟରୁ ବାଦ୍‌ ଦିଅନ୍ତୁ ।

ଆଦୌ ବ୍ୟାୟାମ ନ କରିବା:- ଦୈନିକ କିଛି ସମୟ ବ୍ୟାୟାମ କରିବା ଦ୍ବାରା ଅନେକ ରୋଗକୁ ଦୂର କରିପାରିବେ । ଅନେକ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ, ଯେଉଁମାନଙ୍କର ଶାରୀରିକ କାର୍ଯ୍ୟକଳାପ କମ୍ ସେମାନେ ମେଦବହୁଳତା, ଉଚ୍ଚ ବିପି, ଡାଇବେଟିସ୍ ଭଳି ରୋଗର ଶିକାର ହୁଅନ୍ତି । ତେଣୁ, ପ୍ରତିଦିନ ଅତି କମରେ 30 ମିନିଟ୍ ବ୍ୟାୟାମ କରିବା ଦ୍ବାରା ହୃଦୟ ସ୍ବାସ୍ଥ୍ୟ ଉନ୍ନତ ହୋଇଥାଏ । ମାତ୍ର ମନେ ରଖନ୍ତୁ, କମ୍ ସମୟରେ ଫିଟ୍‌ନେସ୍‌କୁ ଆକର୍ଷଣୀୟ କରିବା ପାଇଁ ଆଦୌ ଅତ୍ୟଧିକ ବ୍ୟାୟାମ କରନ୍ତୁ ନାହିଁ । ବ୍ୟାୟାମ ଏକ ପ୍ରକ୍ରିୟା, ଏହା ଧୀରେ ଧୀରେ ପ୍ରଭାବ ପକାଇଥାଏ, ହେଲେ ଅଧିକ ସମୟ ଶାରୀରିକ ପରିଶ୍ରମ କରିବା ଦ୍ବାରା ହୃଦୟ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ ।

ମେଦବହୁଳତା:- ଶରୀରରେ ସଠିକ୍ ପରିମାଣର ଚର୍ବି ରହିବା ଅତ୍ୟନ୍ତ ଜରୁରୀ । ମାତ୍ର ଅତ୍ୟଧିକ ଚର୍ବି ହୃଦଘାତର ସବୁଠାରୁ ବଡ କାରଣ ହୋଇପାରେ । ଚର୍ବି ଶିରାକୁ ଅବରୋଧ କରିଥାଏ, ଯେଉଁ କାରଣରୁ ରକ୍ତ ସଞ୍ଚାଳନ ସଠିକ୍ ଭାବରେ ହୋଇପାରେ ନାହିଁ । ଯାହା ହୃଦଘାତର ଏକ ବଡ଼ ବିପଦ ହୋଇଯାଏ ।

ମଧୁମେହ:- ମଧୁମେହ ରୋଗୀଙ୍କ ହୃଦଘାତ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା 2ରୁ 3 ଗୁଣା ଅଧିକ, ଯାହାକି ନିକଟ ଅତୀତରେ ଯୁବକମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ​​। ମଧୁମେହ ଠିକ୍ ସମୟରେ ନିୟନ୍ତ୍ରିତ ନହେଲେ ଶରୀରରେ ଫୁଲା ଆସିବା ଆରମ୍ଭ କରେ । ଯେଉଁଥିପାଇଁ ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି ହୋଇପାରେ, ଫଳରେ ହୃଦଘାତର ବିପଦ ହୋଇପାରେ ।

ଉଚ୍ଚ ରକ୍ତଚାପ:- ଉଚ୍ଚ ରକ୍ତଚାପ ହୃଦଘାତର ସବୁଠାରୁ ବଡ କାରଣ ଭାବରେ ବିବେଚନା କରାଯାଏ । ଉଚ୍ଚ ରକ୍ତଚାପ ହେତୁ ଶରୀରରେ ଅନେକ ଥର ଅମ୍ଳଜାନର ଅଭାବ ଦେଖାଯାଏ । ଯାହାର ପ୍ରଭାବ ସିଧାସଳଖ ହୃଦୟ ଉପରେ ପଡିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.