ETV Bharat / sukhibhava

Ginger Benefits: ଋତୁସ୍ରାବ ସମୟରେ ପେଟବ୍ୟଥା ହେଉଛି କି ? ସମସ୍ୟା ଦୂର କରିବ ଅଦା

author img

By

Published : Aug 17, 2023, 2:18 PM IST

ଆପଣ ମଧ୍ୟ ଋତୁସ୍ରାବ ସମୟରେ ପେଟବ୍ୟଥା ସମସ୍ୟା ଦେଇ ଗତି କରୁଛନ୍ତି କି ? ଯଦି ହଁ ତେବେ ଖାଆନ୍ତୁ ଅଦା । ଦୂର ହେବ ସମସ୍ୟା

Health Benefits of Ginger
Health Benefits of Ginger

ହାଇଦ୍ରାବାଦ: ଭାରତୀୟ ରୋଷେଇ ଘରେ ଅଦା ମୁଖ୍ୟ ମସଲା ଭାବେ ପରିଚିତ । ଆଜିକା ସମୟର ପରିବର୍ତ୍ତିତ ଜୀବନଶୈଳୀରେ ପ୍ରତ୍ୟେକଙ୍କ ଘରେ ଅଦା ରସୁଣ ବ୍ୟବହୃତ ହେଉଛି । କିଏ କେଉଁ କାରଣ ପାଇଁ ଖାଦ୍ୟରେ ଏହିରେ ଅଦାର ବ୍ୟବହାର କରିଥାଆନ୍ତି । ପ୍ରାୟତଃ ଲୋକେ ସ୍ବାସ୍ଥ୍ୟ ଉପକାରିତା ପାଇଁ ଖାଲି ପେଟରେ ରସୁଣ ଅଦା ଖାଇଥାଆନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଯେଉଁମାନେ ଋତୁସ୍ରାବ ସମୟରେ ପେଟବ୍ୟଥା ସମସ୍ୟା ଦେଇ ଗତି କରୁଛନ୍ତି ସେମାନଙ୍କ ପାଇଁ ଖାଲିପେଟରେ ଅଦା ସେବନ ରାମବାଣ ସଦୃଶ । ଖାଲିପେଟରେ ଅଦା ଖାଇବା ଦ୍ବାରା ପେଟବ୍ୟଥା ସମସ୍ୟାରୁ ମୁକ୍ତି ମିଳିଥାଏ । ଅଦାରେ ଆଣ୍ଟିଅକ୍ସେଡେଣ୍ଟ ରହିଥାଏ ଯାହାକି ସ୍ବାସ୍ଥ୍ୟପାଇଁ ଅତ୍ୟନ୍ତ ଉପକାରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ଋତୁସ୍ରାବ ସମୟରେ ପେଟ ବ୍ୟଥା ସମସ୍ୟାରୁ ମୁକ୍ତି: ଅଦାରେ ରହିଥିବା ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏହାସହ ଖାଲିପେଟରେ ଅଦା ଖାଇବା ଦ୍ବାରା ମାଂସପେଶୀ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ । ଋତୁସ୍ରାବ ସମୟରେ ଅଦା ଖାଇବା ଦ୍ବାରା ପେଟବ୍ୟଥା ସହ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ପ୍ରଦାହକୁ ମଧ୍ୟ ହ୍ରାସ କରାଯାଇପାରେ । ଗୋଟିଏ ଖଣ୍ଡ ଅଦା ନେଇ ଏହାକୁ ଏକ ବାସନରେ ରଖି ଗରମ କରନ୍ତୁ ଏହାପରେ ଖାଇବା ଦ୍ବାରା ଋତୁସ୍ରାବ ସମୟରେ ଶୀଘ୍ର ଦୂର ହୋଇଥାଏ ପେଟବ୍ୟଥା ସମସ୍ୟା ।

ହାର୍ଟ ପାଇଁ ମଧ୍ୟ ଲାଭଦାୟକ ଅଦା: ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବା ଯୋଗୁଁ ରକ୍ତ ଜମାଟ ବାନ୍ଧିବା, ରକ୍ତଚାପ ନିୟନ୍ତ୍ରଣ ଏବଂ ଲିପିଡକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ଏହା ହାର୍ଟକୁ ସୁସ୍ଥ ରଖିବା ସହିତ ହୃଦଘାତର ଆଶଙ୍କା ମଧ୍ୟ କମ ହୋଇଥାଏ । ହୃଦୟକୁ ସୁସ୍ଥ ରଖିବାକୁ ଚାହୁଁଥିବା ବ୍ୟକ୍ତିମାନେ ଖାଲି ପେଟରେ ଅଦା ରସ ପିଇବା କିମ୍ବା ଅଦା ଚୋବା ଉଚିତ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Ginger Tea Benefit: ବର୍ଷା ଋତୁରେ ରୋଗରୁ ବର୍ତ୍ତିବାକୁ ଚାହୁଁଥିଲେ ପିଅନ୍ତୁ ଅଦା ଚା'

ଚର୍ମରେ ଚମକ: ଅଦା ଖାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏହାସହିତ ଦାଗ ଏବଂ ବ୍ରଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

ଆଥ୍ରାଇଟିସ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ: ଅଦାରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆନାଲେଜିକ୍ ରହିଥାଏ । ଏହା ଶରୀରରେ ଫୁଲା ଏବଂ ଯନ୍ତ୍ରଣାକୁ ହ୍ରାସ କରିଥାଏ । ଏହି ଗୁଣ ଯୋଗୁଁ ଆର୍ଥ୍ରାଇଟିସ୍ ରୋଗୀଙ୍କୁ ଖାଲି ପେଟରେ ଅଦା ଖାଇବାକୁ ପରାମର୍ଶ ଦିଆଯାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯଦି ଆର୍ଥ୍ରାଇଟିସ୍ ରୋଗୀମାନେ ପ୍ରତିଦିନ ଖାଲି ପେଟରେ ଅଦା କିମ୍ବା ଏହାର ପାଣି ପିଅନ୍ତି, ତେବେ ଯନ୍ତ୍ରଣାରୁ ଉପଶମ ମିଳିଥାଏ । କହିରଖୁଛୁ କି, ଆର୍ଥ୍ରାଇଟିସ୍(Arthritis) ହେଉଛି ଏକ ଅବସ୍ଥା ଯେଉଁଥିରେ ଗଣ୍ଠି ଏବଂ ଏହାର ଆଖପାଖରେ ଯନ୍ତ୍ରଣା, ଫୁଲା ଏବଂ କଠିନତା ଦେଖାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.