ETV Bharat / sukhibhava

Weight Loss Tips: ଶୀଘ୍ର ଓଜନ କମେଇବାକୁ ଚାହାନ୍ତି କି ? ଏହି ପତ୍ରକୁ ବାଟି ପିଅନ୍ତୁ - ଓଜନ କମାଏ ଭୃସଙ୍ଗ ପତ୍ର

ଭୃସଙ୍ଗ ପତ୍ର.. ଯାହା ଖାଦ୍ୟରେ ସ୍ୱାଦ ଏବଂ ସୁଗନ୍ଧ ଯୋଗାଇଥାଏ ବୋଲି ସମସ୍ତେ ଜାଣିଛନ୍ତି । ହେଲେ ଆପଣ ଏହା କେବେ ଭାବିଛନ୍ତି ଏହାର ଜୁସ ପିଇବା ଦ୍ବାରା ଶୀଘ୍ର ଓଜନ ମଧ୍ୟ ହ୍ରାସ ପାଇଥାଏ । ଅଧିକ ପଢନ୍ତୁ

Weight Loss Tips
Weight Loss Tips
author img

By

Published : Jul 7, 2023, 11:41 AM IST

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ଖାଦ୍ୟରେ ବା ବ୍ୟବହୃତ ଭୃସଙ୍ଗ ପତ୍ର ଆଜି ପ୍ରତ୍ୟେକ ଘରେ ରହିଥାଏ । ଏହା ଭାରତୀୟ ରୋଷେଇ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି । ତରକାରୀରେ ପକାଇଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଥିାଏ ବୋଲି ସମସ୍ତେ ଜାଣିଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି। ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଏଥିରେ ମିଳିଥାଏ । ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେଉଁମାନେ ଓଜନ ହ୍ରାସ କରିବା ପାଇଁ ଚାହାନ୍ତି, ସେମାନେ ଏହି ପତ୍ରକୁ ଖାଇପାରିବେ । ଏହି ଖାଇବା ଦ୍ବାରା ଶୀଘ୍ର ଓଜନ ହ୍ରାସ ପାଇଥାଏ ।

ଓଜନ ହ୍ରାସ କରିବାରେ ଲାଭଦାୟକ: ଶରୀରର ଓଜନ ହ୍ରାସ କରିବା ପାଇଁ ଚାହୁଁଥିଲେ ଆପଣ ଭୃସଙ୍ଗ ପତ୍ର ରସ ମଧ୍ୟ ପିଇପାରିବେ । ଯଦି ଆପଣ ଖାଲି ପେଟରେ ଭୃସଙ୍ଗ ପତ୍ର ରସ ପିଅନ୍ତି, ତେବେ ଏଥିରେ ଥିବା ଫାଇବର ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରେ ନାହିଁ । ଫଳରେ ଆପଣ ଅତ୍ୟଧିକ ଖାଇବାଠାରୁ ଦୂରେଇ ରହିପାରିବେ । ଏଥିରେ ରହିଥିବା ଗୁଣ ଅତ୍ୟଧିକ ଚର୍ବି ଏବଂ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ମେଟାବୋଲିଜିମକୁ ବୁଷ୍ଟ୍‌ କରିବା ସହ କ୍ୟାଲୋରୀକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହାକୁ ନିୟମିତ ଖାଇବା ଦ୍ବାରା ଆପଣ ଓଜନ ହ୍ରାସ କରିବାରେ ସାହାଯ୍ୟ କରିପାରିବେ । ଏଥିରେ ଥିବା ଆଲକାଲଏଡରେ ଆଣ୍ଟିଓବେସିଟି ଏବଂ ଲିପିଡ କମ କରିବାର ପ୍ରଭାବ ରହିଛି । ଭୃସଙ୍ଗ ପତ୍ର ଖାଇବା ଦ୍ୱାରା ସମୁଦାୟ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସରାଇଡ୍ ସ୍ତର ହ୍ରାସ ହେବା ସହ ଶରୀରର ମେଟାବୋଲିଜିମ୍ ଉନ୍ନତ ହୁଏ ଏବଂ ଓଜନ ହ୍ରାସ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: GOLO Diet: ଓଜନ କମ କରିବା ପାଇଁ ଆପଣାନ୍ତୁ ଗୋଲୋ ଡାଏଟ

ଭୃସଙ୍କ ପତ୍ର ଜୁସ ପିଇବାର ଫାଇଦା:

  1. ଭୃସଙ୍ଗ ପତ୍ରର ରସକୁ ନିୟମିତ ପିଇବା ଦ୍ୱାରା ଆପଣଙ୍କ ଶରୀରରୁ କ୍ଷତିକାରକ ବିଷାକ୍ତ ଟକ୍ସିନ ବାହାରି ଯାଇଥାଏ । ଏହା ସ୍ବାଭାବିକ ଭାବରେ ଆପଣଙ୍କ ଶରୀରକୁ ଡିଟକ୍ସିଫାଇ କରିଥାଏ । ଯେଉଁଥିପାଇଁ ଆପଣ ଅନେକ ପ୍ରକାରର ରୋଗରୁ ରକ୍ଷା ପାଇପାରିବେ ।
  2. ଖାଲି ପେଟରେ ଭୃସଙ୍ଗ ପତ୍ର ରସ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ହୋଇପାରେ । ନ୍ୟାସନାଲ ସେଣ୍ଟର ଫର ହେଲଥ୍‌ ଏବଂ ଆୟୁର୍ବେଦ ଅନୁଯାୟୀ, ଭୃସଙ୍ଗ ପତ୍ରରେ ଲକ୍ସାଟିଭ୍ ଗୁଣ ରହିଛି ଏବଂ ପାଚନ ଏନଜାଇମ୍ ରହିଥାଏ। ଯାହା ଅନ୍ତନଳୀରେ ଉନ୍ନତି ଆଣିପାରେ। ଏହା କୋଷ୍ଠକାଠିନ୍ୟ ଏବଂ ଏସିଡିଟିରୁ ମୁକ୍ତି ଦେଇଥାଏ ।
  3. ମଧୁମେହ ରୋଗୀଙ୍କ ପାଇଁ ଭୃସଙ୍ଗ ପତ୍ରର ରସ କୌଣସି ରାମବାଣଠାରୁ କମ ନୁହେଁ । ଏଥିରେ ହାଇପୋଗ୍ଲାଇସେମିକ୍ ଗୁଣ ରହିଛି । ଯାହା ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ଏଥି ସହିତ, ଏଥିରେ ଥିବା ଫାଇବର ଶରୀରରେ ହଠାତ୍ ଇନସୁଲିନ୍ ସ୍ପାଇକ୍ ରୋକିବାରେ ବହୁତ ସାହାଯ୍ୟକାରୀ ହୋଇଥାଏ ।
  4. ଭୃସଙ୍ଗ ପତ୍ରରେ ଅଧିକ ପରିମାଣରେ ଆଇରନ ରହିଥାଏ । ଯାହା ରକ୍ତରେ ହେମୋଗ୍ଲୋବିନର ସ୍ତରକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଇବା ଦ୍ୱାରା ଆପଣ ରକ୍ତହୀନତା ଦୂର କରିପାରିବେ । ଆଖିକୁ ମଧ୍ୟ ଠିକ ଦେଖାଯିବ ।
  5. ଭୃସଙ୍ଗ ପତ୍ରଗୁଡ଼ିକ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର । ଏହାର ସେବନ ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ସହିତ, ଆପଣ ଅନେକ ରୋଗ ଏବଂ ସଂକ୍ରମଣର ଶିକାର ହେବାଠାରୁ ବଞ୍ଚିତ ହୋଇପାରିବେ ।

ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ, ଏହାକୁ ବ୍ୟବହାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.