ETV Bharat / sukhibhava

Curry Leaves: ସୌନ୍ଦର୍ଯ୍ୟ ବୃଦ୍ଧି ସହ ଏହି ରୋଗରୁ ରକ୍ଷା କରେ ଭୃସଙ୍ଗ ପତ୍ର - ଭୃସଙ୍ଗ ପତ୍ରର ଉପକାରିତା

ସୌନ୍ଦର୍ଯ୍ୟ ବୃଦ୍ଧି ସହ ଅନେକ ରୋଗରୁ ରକ୍ଷା କରେ ଭୃସଙ୍ଗ ପତ୍ର। ଜାଣନ୍ତୁ ଭୃସଙ୍ଗ ପତ୍ର ସେବନର ଉପକାରିତା...

Curry Leaves
Curry Leaves
author img

By ETV Bharat Odisha Team

Published : Aug 29, 2023, 3:35 PM IST

ହାଇଦ୍ରାବାଦ: ଭୃସଙ୍ଗ ପତ୍ର.. ବାସ୍ନା ଯେମିତି ସ୍ବାଦ ସେମିତି। କେତେକ ତରକାରୀରେ ଭୃସଙ୍ଗ ପତ୍ର ନପଡିଲେ ଯେମିତି ସ୍ବାଦହୀନ ଭଳି ଲାଗିଥାଏ। ତେବେ ଏହା କେବଳ ସ୍ବାଦ ପାଇଁ ନୁହେଁ ଏଥରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ଶରୀର ପକ୍ଷେ ହିତକର ସହିତ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ବିଶ୍ବାସ କରାଯାଏ ଯେ ଯେଉଁମାନେ ନିୟମିତ ଭାବେ ଖାଦ୍ୟରେ ଏହାର ବ୍ୟବହାର କରିଥାନ୍ତି ସେମାନେ ଅନେକ ପ୍ରକାର ସଂକ୍ରମଣ ବା ରୋଗରୁ ମୁକ୍ତି ପାଇଥାଆନ୍ତି ବୋଲି କୁହାଯାଏ। ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ ସି, କ୍ୟାଲସିୟମ୍, ଆଇରନ୍, ଫସଫରସ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ଏଥିରେ ମିଳିଥାଏ।

* ଭୃସଙ୍ଗ ପତ୍ରରେ ଏଭଳି ଏକ ଗୁଣ ରହିଛି ଯାହା ରକ୍ତରେ ଚର୍ବି ସ୍ତରକୁ କମ କରିଥାଏ। ଏହାର ଆଣ୍ଟିଅକ୍ସିଡାଣ୍ଟ LDL (ଖରାପ କୋଲେଷ୍ଟ୍ରଲ) ଉତ୍ପାଦନକୁ ରୋକିଥାଏ। ଟ୍ରାଇଗ୍ଲାଇସେରାଇଡ୍ ସଂଖ୍ୟା ହ୍ରାସ କରେ ଏବଂ ଭଲ କୋଲେଷ୍ଟ୍ରୋଲ୍ ବୃଦ୍ଧି କରିଥାଏ। ଫଳସ୍ୱରୂପ ଏହା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ।

* ଦୈନିକ ଡାଏଟରେ ଭୃସଙ୍ଗ ପତ୍ର ସାମିଲ କରିବା ଦ୍ବାରା ଯୁବତୀମାନଙ୍କ କ୍ଷେତ୍ରରେ ଋତୁସ୍ରାବ ସମସ୍ୟା ଦେଖାଯାଏ ନାହିଁ। ଡାଇରିଆ ମଧ୍ୟ ଭଲ ହୋଇଥାଏ। ଏଥରେ ରହିଥିବା ଆଣ୍ଟିଡାଇବେଚିକ ଗୁଣ ଯୋଗୁଁ ରକ୍ତରେ ଶର୍କରା ସ୍ତର ମଧ୍ୟ ଠିକ ରହିଥାଏ। ଅନ୍ୟପଟେ କ୍ୟର ପୀଡିତଙ୍କ କ୍ଷେତ୍ରରେ କେମୋ ଏବଂ ରେଡିଓଥେରାପୀରେ ପାର୍ଶପ୍ରତିକ୍ରିୟା ହୋଇନଥାଏ।

ଏହା ମଧ୍ୟ ପଢନ୍ତୁ: Weight Loss Tips: ଶୀଘ୍ର ଓଜନ କମେଇବାକୁ ଚାହାନ୍ତି କି ? ଏହି ପତ୍ରକୁ ବାଟି ପିଅନ୍ତୁ

* ଭୃସଙ୍ଗ ପତ୍ରରେ ଲୁଟିନ, ଫଲିକ ଏସିଡ, ଆଇରନ, କ୍ୟାଲସିୟମ, ନିଆସିନ ଏବଂ ବିଟାକ୍ୟାରେଟିନ ରହିଥାଏ। ଏହା ପୋଷକ ତତ୍ତ୍ବ ମହିଳାଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। ଏହା ଆନିମିଆକୁ ଦୂରେଇ ରଖିବା ସହିତ ଦୃଷ୍ଟିଶକ୍ତି ବୃଦ୍ଧି ପାଇଥାଏ। ଅଷ୍ଟିଓପରୋସିସ ରୋଗୀଙ୍କ ପାଇଁ ଏହା ଫଳପ୍ରଦୀ ଅଟେ। କାରଣ ଏଥରି ଏଧିକ ପରିମାଣରେ କ୍ୟାଲସିୟମ ଏବଂ ଆଇରନ ରହିଥିବା ଯୋଗୁଁ ଏହି ସମ୍ୟସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ।

* ନିଦ୍ରାହୀନତା, ଆବଶ୍ୟକତା ଠାରୁ ଅଧିକ ଖାଇବା ଏବଂ ହରମୋନରେ ସନ୍ତୁଳନ ନଷ୍ଟ ହେବା ଯୋଗୁଁ ଓଜନ ବୃଦ୍ଧି ପାଇଥାଏ। ତେବେ ଭୃସଙ୍ଗ ପତ୍ରରେ ଫାଇବର ରହିଥିବାରୁ ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

* ଗର୍ଭାବସ୍ଥାର ପ୍ରାରମ୍ଭିକ ଅବସ୍ଥାରେ ପ୍ରାୟତଃ ମହିଳାମାନଙ୍କଠାରେ ବାନ୍ତିର ଲକ୍ଷଣ ଦେଖାଯାଇଥାଏ। ଏଭଳି ସ୍ଥଳେ ଭୃସଙ୍ଗ ପତ୍ରର ସେବନ ଲାଭଦାୟକ ହୋଇଥାଏ।

* ଏଥିରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ଅଧିକ ରହିଥିବାରୁ ତ୍ବଚାର ସୌନ୍ଦର୍ଯ୍ୟ ବଢାଇବାରେ ଏହା ସହାୟକ ହୋଇଥାଏ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.