ହାଇଦ୍ରାବାଦ: ବେଳେବେଳେ ଖାଦ୍ୟ ଦେଖି ଲୋଭ ଆସିଥାଏ । ଯଦି ପ୍ରିୟ ଖାଦ୍ୟ ଅଧିକ ଖାଇଦେଉ ତାହାଲେ ପେଟ ଓଜନ ଲାଗିବା ସହିତ ଗ୍ୟାସ ସମସ୍ୟା ଦେଖାଯାଇଥାଏ । ଅନ୍ୟପଟେ ଋତୁସ୍ରାବ ସମୟରେ ଅଧିକ ପାଣି ପିଇବା ଦ୍ବାରା ପେଟ ଫୁଲି ଯାଇଥାଏ ଏବଂ ଆକାର ମଧ୍ୟ ବଡ଼ ଦେଖାଯାଇଥାଏ । ଯଦି ପେଟରେ କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତାହେଲେ ଅନ୍ୟ କିଛି କାର୍ଯ୍ୟ କରିବା ପାଇଁ ମନ ବଳି ନଥାଏ । ସମସ୍ତେ ଜିରୋ ଫିଗର ରଖିବା ପାଇଁ ପସନ୍ଦ କରିଥାଆନ୍ତି । କିନ୍ତୁ ହଠାତ୍ ପେଟର ଆକାର ବୃଦ୍ଧି ପାଇବା ଦ୍ବାରା ଏହାର ପ୍ରଭାବ ଦ୍ବାରା ମାନସିକ ଚାପ ମଧ୍ୟ ବୃଦ୍ଧି ପାଇଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ବା ପେଟର ଆକାର ଛୋଟ କରିବାକୁ ଚାହୁଁଛନ୍ତି ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏହି ଟିପ୍ସ କାମରେ ଆସିପାରେ ।
ଅଧିକ ମାତ୍ରାରେ ଫାଇବର ଗ୍ରହଣ: ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କମ ପରିମାଣରେ ଫାଇବର ଏବଂ କମ ପାଣି ପିଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ପାଣି ପିଇ ସ୍ବାସ୍ଥ୍ୟର ଯତ୍ନ ନେବା ପାଇଁ କୁହାଯାଇଛି । ସେଥିପାଇଁ ପ୍ରତିଦିନ ଫାଇବରରେ ଭରପୂର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଛି ।
ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ 25 ଗ୍ରାମ୍ ଫାଇବର ଖାଇବା ଉଚିତ । ଶସ୍ୟ ଜାତୀୟ ଖାଦ୍ୟ, ଫଳ, ପନିପରିବା, ବାଦାମ, ଡାଲିରେ ଅଧିକ ପରିମାଣରେ ଫାଇବର ରହିଥାଏ । ତେଣୁ ଏହା ଖାଇପାରିବେ । ଏହାସହିତ ଅଧିକ ପାନୀୟ ଯୁକ୍ତ ଖାଦ୍ୟ ଖାଇବା ଉଚିତ । ପ୍ରତ୍ୟେକ ଦିନ ଅଧଘଣ୍ଟାରୁ 1 ଘଣ୍ଟା ବ୍ୟାୟାମ କରିବା ଉଚିତ । ଏହା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହିତ ଗ୍ୟାସ ଜନିତ ଫେଟ ଫୁଲା ସମସ୍ୟା ମଧ୍ୟ କମ ହୋଇଥାଏ ।
ଏହା ମଧ୍ୟ ପଢନ୍ତୁ: ଦେଶରେ ବୃଦ୍ଧି ପାଉଛି ପେଟ ସମ୍ବନ୍ଧୀୟ ରୋଗ, ଏହା ହେଉଛି କାରଣ
ଅତ୍ୟଧିକ ଖାଦ୍ୟ ଖାଇବା ଅନୁଚିତ: ସମୟ ଅଭାବ କିମ୍ବା ଅନ୍ୟାନ୍ୟ କାରଣ ହେତୁ କିଛି ଲୋକ ଶୀଘ୍ର ଖାଇଥାଆନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ ଏହା ମଧ୍ୟ ପେଟରେ ଗ୍ୟାସ୍ ଏବଂ ଫୁଲିବା ପାଇଁ ଏକ କାରଣ । କାରଣ ଶୀଘ୍ର ଶୀଘ୍ର ଖାଇବା ଦ୍ବାରା ଖାଦ୍ୟ ସହ ବାୟୁ ମଧ୍ୟ ପେଟ ମଧ୍ୟକୁ ଯାଇ ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ । ତେଣୁ କୁହାଯାଏ ମଧ୍ୟାହ୍ନ ବା ରାତ୍ରୀ ଭୋଜନ ପାଇଁ ଅଧଘଣ୍ଟା ସମୟ ବାହାର କରିବା ଉଚିତ । ଖାଦ୍ୟ ଖାଇବା ସମୟରେ ଚୋବାଇ ଚୋବାଇ ଖାଇବା ଉଚିତ । ଏହା ଦ୍ବାରା ଖାଦ୍ୟର ସ୍ୱାଦକୁ ଉପଭୋଗ କରିବା ବ୍ୟତୀତ ହଜମ ପ୍ରକ୍ରିୟା ମଧ୍ୟ ଠିକ ହୋଇପାରିବ ।
ପେଟରେ ରହିଥିବା ଉପଯୋଗୀ ବ୍ୟାକ୍ଟେରିଆ ପେଟ ଫୁଲା ସମସ୍ୟାକୁ ଦୂର କରିଥାଏ । ତେଣୁ ପ୍ରତିଦିନ ଖାଦ୍ୟରେ ଦହି, ଘୋଳଦହି, ଚିଜ୍ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ । କାରଣ ଏଥିରେ ପ୍ରୋବାୟୋଟିକ୍ସ ରହିଥାଏ ତେଣୁ ଏହାକୁ ଡାଏଟରେ ସାମିଲ କରିବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ପୁଦିନା ଚା', ଅଦା ଚା', ସପୁରୀ ଇତ୍ୟାଦି ଦ୍ବାରା ମଧ୍ୟ ପେଟ ଫୁଲା କମିବା ସହିତ କୋଲିକ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ ।
ରାତିରେ ଠିକ ସମୟରେ ଶୋଇବା ଜରୁରୀ । ଆଜିକା ସମୟରେ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଇଛି । ଲୋକେ ଡେରିରେ ଖାଇବା ସହିତ ଡେରିରେ ଶୋଇ ଥାଆନ୍ତି । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଗ୍ୟାସ, ହଜମ ସମସ୍ୟାର କାରଣ ହୋଇପାରେ । ତେଣୁ ଠିକ ସମୟରେ ଖାଇବା ସହିତ ଶୋଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଘେରଲିନ ହରମୋନ, ଲପ୍ଟିନ ହରମୋନ ଏବଂ ଠିକ ସମୟରେ ଶୋଇବା ଦ୍ବାରା ଶରୀରରେ ଫ୍ୟାଟ୍ କମିଯାଇଥାଏ ବୋଲି ଏକ ରିସର୍ଚ୍ଚରେ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ