ETV Bharat / sukhibhava

H3N2 Virus Scare: ପ୍ରତିରକ୍ଷା ପ୍ରଣାଳୀ ଦୃଢ ପାଇଁ ଆପଣାନ୍ତୁ ଏହି ଉପାୟ

author img

By

Published : Mar 13, 2023, 1:34 PM IST

ବ୍ୟାପୁଛି ଇନଫ୍ଲୁଏଞ୍ଜା ଏ ସବ୍‌ଟାଇପ୍ H3N2 ଭାଇରସ୍ । ରୋଗ ପ୍ରତିରୋଧକ ଶକ୍ତି ଦୃଢ ରଖିବାକୁ ଡାକ୍ତରଙ୍କ ପରାମର୍ଶ । କେଉଁ ଖାଦ୍ୟ ଖାଇଲେ ପ୍ରତିରକ୍ଷା ପ୍ରଣାଳୀ ଦୃଢ ହୋଇଥାଏ, ଜାଣନ୍ତୁ

Young man shopping vegetables
Young man shopping vegetables

ହାଇଦ୍ରାବାଦ: ଦେଶରେ ଇନଫ୍ଲୁଏଞ୍ଜା ଏ ସବ୍‌ଟାଇପ୍ H3N2 ଭାଇରସ୍ ସାଙ୍ଗକୁ କୋଭିଡ୍ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି । ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଯେକୌଣସି ଥଣ୍ଡା, ଜ୍ବର ଲକ୍ଷଣ ଦେଖିଲେ ବଜାରରେ ଉପଲବ୍ଧ ଔଷଧ ସେବନ ନ କରି ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ ରଖିବାକୁ କହିଛନ୍ତି । ତେଣୁ କେଉଁ ସବୁ ଖାଦ୍ୟ ଖାଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇପାରିବ, ଜାଣନ୍ତୁ

ଜୁସ୍
ଜୁସ୍

ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭିଟାମିନ୍-ସି । ଏହି ଭିଟାମିନ୍ ସମୃଦ୍ଧ ଖାଦ୍ୟ ଶରୀରରକୁ ସଂକ୍ରମଣ ଜନିତ ରୋଗ କବଳରୁ ରକ୍ଷା କରିଥାଏ । ଖାଦ୍ୟରେ ଭିଟାମିନ୍-ସି, ପରିମାଣ ପର୍ଯ୍ୟାପ୍ତ ରହିଲେ ଶରୀରକୁ ଅନେକ ଲାଭ ମିଳିଥାଏ । ତେଣୁ ଭିଟାମିନ୍-ସି ଥିବା ଖାଦ୍ୟ ଗ୍ରହଣ କରିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, ସବୁଠୁ ବଡ କଥା ହେଉଛି କି, କେଉଁ ଖାଦ୍ୟରୁ ଭିଟାମିନ୍-ସି ମିଳିଥାଏ ଜାଣିବେ କେମିତି ? ନିମ୍ନରେ କେତେକ ଫଳ ଓ ପନିପରିବା ବାବଦରେରେ ଆଲୋଚନା କରାଯାଇଛି, ଯେଉଁଥିରେ ଭିଟାମିନ୍-ସି ପ୍ରଚୁର ପରିମାଣରେ ଥାଏ ।

ଏହା ମଧ୍ୟ ପଢନ୍ତୁ:- H3N2 Virus Scare: ବଢୁଛନ୍ତି ସଂକ୍ରମିତ, ଭୟଭୀତ ନହୋଇ ମାନନ୍ତୁ ଏହି ନିୟମ

ଲେମ୍ବୁ
ଲେମ୍ବୁ

କମଳା:- ଏହି ଫଳ ଭିଟାମିନ୍-ସିର ସର୍ବୋତ୍ତମ ଉତ୍ସ । 100 ଗ୍ରାମ କମଳାରେ ପ୍ରାୟ 53.2mg(ମିଲିଗ୍ରାମ) ଭିଟାମିନ୍-ସି ଥାଏ ବୋଲି ବିଶ୍ୱାସ କରାଯାଏ । ଏହା କୋଷଗୁଡିକର କ୍ଷତିକୁ ରୋକିଥାଏ, ଚର୍ମକୁ ଉନ୍ନତ କରିଥାଏ ଏବଂ କୋଲାଜେନ୍ ବୃଦ୍ଧି କରିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।

ବ୍ରୋକଲି:- ଏଥିରେ ଫାଇବର, ପୋଟାସିୟମ୍ ଏବଂ ପ୍ରୋଟିନ୍ ଥାଏ । 100 ଗ୍ରାମ ବ୍ରୋକୋଲିରେ 89.2 ମିଲିଗ୍ରାମ ଭିଟାମିନ୍ ସି ଥାଏ । ଶରୀରକୁ ଅଧା କପ୍ ସିଝା ବ୍ରୋକୋଲିରୁ 57 ପ୍ରତିଶତ ଭିଟାମିନ୍ ସି ମିଳିଥାଏ ।

କ୍ୟାପସିକମ୍:- କ୍ୟାପସିକମ୍ ସ୍ବାସ୍ଥ୍ୟ ଉପକାରୀ ଗୁଣର ଏକ ଭଣ୍ଡାର । ଏଥିରେ ସର୍ବାଧିକ ପରିମାଣର ଭିଟାମିନ୍ ସି ଥାଏ । ଏଥିରୁ ଦୈନିକ ଖାଦ୍ୟ ଆବଶ୍ୟକତାର 169 ପ୍ରତିଶତ ପୂରଣ ହୋଇଥାଏ ।

ଷ୍ଟ୍ରବେରି:- ମ୍ୟାଗ୍ନେସିୟମ୍ ଏବଂ ଫସଫରସ୍‌ର ଏକ ଉତ୍ତମ ଉତ୍ସ ଷ୍ଟ୍ରବେରି । ଏଥିସହିତ ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର ଥାଏ । ଏହା ମଧୁମେହ, ଷ୍ଟ୍ରୋକ୍ ଏବଂ ହୃଦରୋଗର ଆଶଙ୍କା ହ୍ରାସ କରିଥାଏ । ଗୋଟିଏ କପ୍ ଷ୍ଟ୍ରବେରିରେ 90 ମିଲିଗ୍ରାମ ଭିଟାମିନ୍ ସି ଥାଏ ।

ଟମାଟୋ:- ଟମାଟୋରେ ଅନେକ ଲାଭଦାୟକ ଗୁଣ ଭରି ରହିଥାଏ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥାଏ । ଭିଟାମିନ୍ ବି, ଇ, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ମଧ୍ୟ ଟମାଟୋରେ ଥାଏ । ଏହା ଏକ ପରିବା ଭାବରେ ବ୍ୟବହୃତ ହୁଏ । ତଥାପି, ଆପଣ ଏହାକୁ କଞ୍ଚା ମଧ୍ୟ ଖାଇପାରିବେ ।

କିୱି:-ବିଭିନ୍ନ ଅଧ୍ୟୟନ ଅନୁଯାୟୀ, କିୱି ଫଳର ଡେଙ୍ଗୁ ଏବଂ ଅନ୍ୟାନ୍ୟ ରୋଗ ବିରୁଦ୍ଧରେ ଲଢିଥାଏ । ଏଥିରେ କପର୍ ଥାଏ, ଯାହା ସୁସ୍ଥ ଲୋହିତ ରକ୍ତ କଣିକା ଉତ୍ପାଦନ ଏବଂ ସଂକ୍ରମଣ ପ୍ରତିରୋଧକୁ ବଢାଇବାରେ ସାହାଯ୍ୟ କରେ । ଏହା ପୋଟାସିୟମ୍, ଭିଟାମିନ୍-ଇ ଏବଂ ଭିଟାମିନ୍-ଏର ଏକ ସମୃଦ୍ଧ ଉତ୍ସ । ଏହି କାରଣରୁ କିୱି ଫଳ ଶରୀରର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖେ ।

ଡାଳିମ୍ବ:-ଡାଳିମ୍ବରେ ଲୌହ ପଦାର୍ଥ ଭରପୂର ଥାଏ । ଏହାକୁ ଖାଇବା ଦ୍ବାରା ଶରୀର ଉପରେ ସାମଗ୍ରିକ ସକରାତ୍ମକ ପ୍ରଭାବ ପଡିଥାଏ । ଏହା ଥକାପଣକୁ ମଧ୍ୟ ଦୂର କରେ ।

କାଗେଜି ଲେମ୍ବୁ:-କାଗେଜି ଲେମ୍ବୁ ବା ମଲ୍ଟାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍-ସି ର ମାତ୍ରା ଅଧିକ ଥାଏ । ଏହା ଶରୀରରୁ ଥକ୍କାପଣ ଦୂର କରିବା ସହିତ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.