ETV Bharat / sukhibhava

Alzheimer: ଅନ୍ତନଳୀ ରୋଗ ସହ ସ୍ମରଣଶକ୍ତି ହ୍ରାସ ଜଡ଼ିତ, ଦାୟୀ ହୋଇଥାଏ ଏକପ୍ରକାର ଜିନ୍‌ - ସ୍ମରଣ ଶକ୍ତି ହ୍ରାସ ହେବା ରୋଗର କାରଣ

ସ୍ମରଣ ଶକ୍ତି ହ୍ରାସ ରୋଗ ସହିତ ଜଡ଼ିତ ରହିଥାଏ ଅନ୍ତନଳୀ ସମ୍ବନ୍ଧୀୟ ରୋଗ । ଆପଣଙ୍କୁ ଯଦି ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ରୋଗ ହୋଇଛି ତେବେ ଭୁଲିଯିବା ରୋଗ ମଧ୍ୟ ହେବାର ଅଧିକ ସମ୍ଭାବନା ରହିଛି । ଏପରି ହେଲେ କଣ କରିବେ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର

Alzheimer: ଅନ୍ତନଳୀ ରୋଗ ସହ ସ୍ମରଣ ଶକ୍ତିହ୍ରାସ ଜଡ଼ିତ, ଦାୟୀ ହୋଇଥାଏ ଏକପ୍ରକାର ଜିନ୍‌

author img

By

Published : Aug 6, 2022, 7:57 PM IST

Updated : Aug 6, 2022, 10:33 PM IST

ହାଇଦ୍ରାବାଦ: ଅଲଜାଇମର (Alzheimer) ବା ସ୍ମରଣଶକ୍ତି ହ୍ରାସ ପାଉଥିବା ରୋଗ ଓ ଆଭ୍ୟନ୍ତରୀଣ ଅନ୍ତନଳୀ ରୋଗ ପରସ୍ପର ସହିତ ଜଡ଼ିତ (Gut Health and Alzheimer Disease Associated Each other) । ଗୋଟିଏ ରୋଗ ହୋଇଥିଲେ ଅନ୍ୟ ଏକ ପ୍ରକାର ରୋଗ ହେବାର ଆଶଙ୍କା ଅଧିକ ରହିଥାଏ । ଅଷ୍ଟ୍ରେଲିଆର ଏକ ଗବେଷଣା ଅନୁସାରେ ଏହି ୨ଟି ରୋଗ ଲାଗି ଏକ ପ୍ରକାର ଜିନ୍‌କୁ (Gene) ଚିହ୍ନଟ କରିଛି ଯାହାକି ଉଭୟ ସମସ୍ୟାର କାରଣ ହୋଇଥାଏ ।

କିପରି ହେଲା ଗବେଷଣା ?

ଅଷ୍ଟ୍ରେଲିଆର ଏଡିଥ କୋୱାନ ବିଶ୍ବବିଦ୍ୟାଳୟରେ ଗବେଷକମାନେ ଏହି ଗବେଷଣା କରିଥିଲେ । ଏହି ୨ଟି ରୋଗ ଲାଗି ଗୋଟିଏ ଜିନ୍‌ କାରଣ ବୋଲି ଆଶଙ୍କା କରି ସେମାନେ ଗବେଷଣା କରିବା ପରେ ଏନେଇ ସ୍ପଷ୍ଟ ପ୍ରମାଣ ପାଇଥିଲେ । ସେମାନେ ୧୫ଟି ବଡ଼ ଜିନୋମ ଅଧ୍ୟନ କରି ବଂଶାନୁକ୍ରମିକ ତଥ୍ୟକୁ ତର୍ଜମା କରିଥିଲେ । ଏହି ୨ ପ୍ରକାରର ରୋଗ ଥିବା ପ୍ରାୟ ୪ ଲକ୍ଷ ଲୋକ ଏଥିରେ ସାମିଲ ଥିଲେ । କିଛି ଜିନ୍‌ ଗ୍ୟାଷ୍ଟ୍ରୋଇସୋଫଗାଲି ରୋଗ, ଚିଡ଼ଚିଡ଼ା ଲାଗିବା, ପେପ୍ଟିକ ଅଲସର ଭଳି ରୋଗ ସହିତ ଜଡ଼ିତ ଥିଲେ ।

ଗବେଷଣାର ଫଳାଫଳ:-

ଏହି ଗବେଷଣାରୁ ଜଣାପଡ଼ିଛି ଯେ ଆଭ୍ୟନ୍ତରଣୀ ଅନ୍ତନଳୀ ରୋଗ ହେବା ପରେ ଅଲଜାଇମର ବା ସ୍ମରଣ ଶକ୍ତି ହ୍ରାସ ହେବାର ରୋଗ ହୋଇଥାଏ । ଅନ୍ୟ କିଛି ଅଧ୍ୟୟନ ଅନୁସାରେ ଅନ୍ତନଳୀ ରୋଗରେ ଥିବା ବ୍ୟାକ୍ଟେରିଆ ଅଲଜାଇମର ରୋଗକୁ ବଢାଉଥିବା ପ୍ରିନଫ୍ଲେମେଟରୀ ସାଇଟୋକିନ୍ସର ଉତ୍ପାଦନକୁ ପ୍ରଭାବିତ କରିଥାଏ ।

ଅଲଜାଇମରର ନାହିଁ ଉପଶମ:-

ଏହି ରୋଗ ଲାଗି ବୟସ୍କ ବ୍ୟକ୍ତିମାନେ ଅନେକ କଥା ଭୁଲି ଯାଇଥାନ୍ତି । WHO ଅନୁସାରେ ଏହି ରୋଗ ଲାଗି ୬୦ରୁ ୭୦ ପ୍ରତିଶତ ମାମଲା ଦାୟୀ ହୋଇଥାଏ । ଏହାର କୌଣସି ବିଶେଷ ଉପଚାର ନାହିଁ । ଯେତେ ଶୀଘ୍ର ଏହି ରୋଗ ସମ୍ପର୍କରେ ଜଣାପଡ଼ିବ ସେତେ ଶୀଘ୍ର ଏହାର ଚିକିତ୍ସା ହୋଇପାରିବ ଏବଂ ରୋଗୀ ମଧ୍ୟ ସେତେଶୀଘ୍ର ଭଲ ହୋଇପାରିବ । ବିଳମ୍ବ ହେଲେ ମେଡିସିନ ଦ୍ବାରା ଏହି ରୋଗର ଉପଚାର କଷ୍ଟକର ।

Last Updated : Aug 6, 2022, 10:33 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.