ETV Bharat / sukhibhava

Guava Leaves: ପାଟି ଠାରୁ ଆରମ୍ଭ କରି ପାଚନତନ୍ତ୍ର ସମସ୍ୟାରୁ ମୁକ୍ତି ଦିଏ ପିଜୁଳି ପତ୍ର

ପିଜୁଳି ପତ୍ରର ଅନେକ ସ୍ବାସ୍ଥ୍ୟ ଉପକାରିତା ରହିଛି। ପାଟି ଠାରୁ ଆରମ୍ଭ କରି ପାଚନତନ୍ତ୍ର ସମସ୍ୟାରୁ ମୁକ୍ତି ଦିଏ ପିଜୁଳି ପତ୍ର। ଅଧିକ ପଢନ୍ତୁ

Guava Leaves
Guava Leaves
author img

By

Published : Aug 21, 2023, 3:43 PM IST

ହାଇଦ୍ରାବାଦ: ପିଜୁଳି ଏପରି ଏକ ଫଳ ଯାହା ମନୁଷ୍ୟ ପାଇଁ ବରଦାନ ସଦୃଶ। ଏହା ଖାଇବା ପାଇଁ ସମସ୍ତେ ପସନ୍ଦ କରୁଥିବା ବେଳେ ଏହାର ପତ୍ରରେ ମଧ୍ୟ ଅନେକ ସ୍ବାସ୍ଥ୍ୟକର ଗୁଣ ରହିଛି। ସାଧାରଣତଃ ମହିଳାମାନେ ଏହାକୁ ଫେସପ୍ୟାକ୍‌ ଏବଂ ହେୟାର ମାସ୍କ ଭାବେ ବ୍ୟବହାର କରିଥାଆନ୍ତି । ଯାହା ଚର୍ମକୁ ହାଇଡ୍ରେଟ୍‌ କରବାରେ ସାହାଯ୍ୟ କରିଥାଏ । ସାଧାରଣତଃ ବର୍ଷା ଦିନରେ ପ୍ରଚୁର ପରିମାଣରେ ପିଜୁଳି ମିଳିଥାଏ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ପିଜୁଳି ସହିତ ଏହାର ପତ୍ରକୁ ମଧ୍ୟ ବ୍ୟବାହର କରିପାରିବେ ।

  • ପ୍ରଥମେ ଏକ ପାତ୍ରରେ କିଛି ପାଣି ନେଇ ସେଥିରେ 4ଟି ପିଜୁଳି ପତ୍ରକୁ ପକାନ୍ତୁ । ଏହାପରେ ସେଥିରେ କିଛି ଅଳେଇଚ ପାଉଡର ଏବଂ ମହୁକୁ ମିଶାନ୍ତୁ। ଉଷୁମ ଉଷୁମ ପାଣି ପଇବା ଦ୍ବାରା ଡାଇବେଟିସ କଣ୍ଟ୍ରୋଲ ହୋଇଥାଏ। ଖରାପ କୋଲେଷ୍ଟ୍ରଲକୁ ମଧ୍ୟ ରୋକିବା ସହିତ ଓଜନକୁ ନିୟନ୍ତ୍ରଣ କରିଥାଏ। ପିଜୁଳି ପତ୍ର ହାର୍ଟର ସ୍ବାସ୍ଥ୍ୟ ପାଇଁ ଜରୁରୀ ଅଟେ। ଏହି ପାନୀୟ ପିଇବା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ।
  • ପ୍ରାୟତଃ ଲୋକେ ଦାନ୍ତ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତେବେ ମାଢି ସମସ୍ୟା, ଦାନ୍ତ ସମସ୍ୟାକୁ ରୋକିବା ପାଇଁ ଫଳପ୍ରଦି ପିଜୁଳି ପତ୍ର। ଏହାକୁ ଚୋବାଇ ଖାଇବା ଦ୍ବାରା ଦାନ୍ତ ପାଟି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାର ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ସମସ୍ତ ପ୍ରକାର ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ।

ଏହା ମଧ୍ୟ ପଢନ୍ତୁ: Basmati Rice: ସ୍ବାସ୍ଥ୍ୟ ଉପଯୋଗୀ ବାସମତି ଚାଉଳ, ମିଳିବ ଏହି ସବୁ ଲାଭ

ଏହା ବି ପଢ଼ନ୍ତୁ: Garlic Benefits: ଦୈନିକ ସେବନ କରନ୍ତୁ ରସୁଣ, ଦୂର ହେବ ମାରାତ୍ମକ ରୋଗ

  • ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଛି, ସେମାନେ ପିଜୁଳି ପତ୍ର ଖାଇପାରିବେ । କିଛି ପିଜୁଳି ପତ୍ରକୁ ନେଇ ପ୍ରଥମେ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ସେଥିରେ କିଛି ଲୁଣ ଏବଂ ଜୁଆଣି ମିଶାନ୍ତୁ । ଏହାକୁ ଭାତ ସହିତ ଖାଇପାରିବେ । ଭିଟାମିନ ସି'ର ଏହା ସର୍ବତ୍ତୋମ ଉତ୍ସ ଅଟେ ।
  • ପିଜୁଳି ପତ୍ରଗୁଡ଼ିକ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି । ଯାହାକି ପାଚନତନ୍ତ୍ରରେ ଉନ୍ନତି ଆଣିଥାଏ । ତେବେ ଋତୁସ୍ରାବ ସମୟରେ ଏହା ମହିଳାଙ୍କ ପାଇଁ ଫଳପ୍ରଦି ଅଟେ । ପିଜୁଳି ପତ୍ରରେ ରହିଥିବା ଗୁଣ ଋତୁସ୍ରାବ ସମୟରେ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।
  • ବୟସ ବଢ଼ିବା ସହିତ ଚର୍ମରେ ଅନେକ ସମସ୍ୟା ଦେଖାଯାଇଥାଏ । ଏହି ସମୟରେ ଆପଣ ପିଜୁଳି ପତ୍ରକୁ ବାଟି ଏହାର ଫେସପ୍ୟାକ ବ୍ୟବାହର କରିପାରିବେ। ଅଥବା ଫେସ୍‌ ମାସ୍କ ବ୍ୟବହାର କରିବା ଦ୍ବାରା ତର୍ମରେ କୁଞ୍ଚନ, ବ୍ରଣ ଏବଂ ରିଙ୍କଲ ସମସ୍ୟା ଦୂର ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.