ETV Bharat / sukhibhava

ଲେଖାର ଉପକାରିତା: ସୃଜନଶୀଳତା ବୃଦ୍ଧି କରେ, ଚାପରୁ ମୁକ୍ତି ଦିଏ

author img

By

Published : Jan 21, 2022, 9:59 AM IST

Updated : Jan 21, 2022, 5:43 PM IST

ଜ୍ଞାନ କୌଶଳର ଦ୍ରୁତ ବୃଦ୍ଧି ସମୟରେ କାଗଜ-କଲମ ଲେଖାର ସକରାତ୍ମକ ପ୍ରଭାବ ଉପରେ ମତ ରଖିଲେ ବିଶେଷଜ୍ଞ । ଲେଖା ବ୍ୟକ୍ତିକୁ ସୃଜନଶୀଳତା ଠାରୁ ମାନସିକ ଶାନ୍ତିରେ ଭରିଦିଏ । ନୂଆ ଭାବନା, ଜୀବନକୁ ଜିଇଁବାରେ ନୂଆ ସଂଚାର ସୃଷ୍ଟି କରେ । ଅଧିକ ପଢନ୍ତୁ

ଲେଖାର ଉପକାରିତା: ସୃଜନଶୀଳତା ବୃଦ୍ଧି କରେ, ଚାପରୁ ମୁକ୍ତି ଦିଏ
ଲେଖାର ଉପକାରିତା: ସୃଜନଶୀଳତା ବୃଦ୍ଧି କରେ, ଚାପରୁ ମୁକ୍ତି ଦିଏ

ହାଇଦ୍ରାବାଦ: ଯୋଗାଯୋଗ ପାଇଁ ଦିନକୁ ଦିନ ଟେକ୍ନୋଲୋଜି ଅଗ୍ରଗତି କରୁଛି । ନୂଆ ନୂଆ ଉଦ୍ଭାବନ ମଧ୍ୟ କରୁଛି । ମାତ୍ର କାଗଜ କଲମରେ ଲେଖିବା ସବୁଠାରୁ ନିଆରା । କୋଭିଡ ମହାମାରୀ ପାଇଁ ଲକଡାଉନ ସମୟରେ କାଗଜ କଲମରେ ଲେଖାଲେଖି ଅଧିକ ଆଦୃତ ହୋଇଛି ।

ଲୋକମାନେ ଟେକ୍ନୋଲୋଜି ଠାରୁ ଦୂରରେ ରହି ସର୍ବଦା ତିଛି ନୂଆ କରିବାକୁ ଭାବିଥାନ୍ତି । ଲେଖିବା ବ୍ୟକ୍ତିବିଶେଷକୁ ଭାବପ୍ରବଣ କରେ, ଚାପରୁ ମୁକ୍ତି ଦିଏ ଏବଂ ଚିନ୍ତାଗ୍ରସ୍ତ ଜୀବନରେ ଶାନ୍ତି ଭରିଦିଏ । ଲେଖିବା ଦ୍ବାରା ଜଣେ ବ୍ୟକ୍ତିକ ସୃଜନଶୀଳତା ବୃଦ୍ଧି ପାଏ । ନୂଆ କିଛି ଭାବନା ମନରେ ଉଙ୍କିମାରେ ।

ହସ୍ତଲିଖନ ଜ୍ଞାନଗତ ପ୍ରକ୍ରିୟାକୁ ବୃଦ୍ଧିକରେ:-

କାଗଜ-କଲମର ବ୍ୟବହାର କରିବା ଦ୍ବାରା ଜ୍ଞାନଗତ ପ୍ରକ୍ରିୟା ବୃଦ୍ଧି ହୋଇଥାଏ । ଏହା ଜ୍ଞାନକୁ ବଜାୟ ରଖିବା, ତଥ୍ୟ, ଧାରଣାକୁ ମନେରଖିବାରେ ସହାୟକ ହୁଏ । ସେହିପରି କରସିଭ ବା ହସ୍ତାକ୍ଷର ଲେଖିବା ଦ୍ବାରା ଚିନ୍ତାଧାରା, ଭାଷା ଏବଂ ତର୍କର ପରିସରରେ ମସ୍ତିଷ୍କର ବିକାଶ ହୋଇଥାଏ । ନ୍ୟୁୟର୍କ ଟାଇମ୍ସର ଏକ ଅଧ୍ୟୟନ ଅନୁଯାୟୀ, କରସିଭ ଲେଖା ବାମ ଏବଂ ଡାହାଣ ଗୋଲାର୍ଦ୍ଧ ମଧ୍ୟରେ ମସ୍ତିଷ୍କ ସିଙ୍କ୍ରୋନାଇଜେସନକୁ ମଧ୍ୟ ପ୍ରୋତ୍ସାହିତ କରେ ।

ମସ୍ତିଷ୍କ ବିକାଶ କରେ ହସ୍ତଲିଖନ:-

ଧ୍ୟାନ ଭଳି ହସ୍ତଲିଖନ, କେତେକ କ୍ଷେତ୍ରରେ ମସ୍ତିଷ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିଥାଏ । ଇଣ୍ଡିଆନା ୟୁନିଭରସିଟିରେ କରାଯାଇଥିବା ଅନୁସନ୍ଧାନ ଅନୁଯାୟୀ, ହାତରେ ଲେଖିବା କାର୍ଯ୍ୟ ସୃଜନଶୀଳତାକୁ ଉତ୍ସାହିତ କରିଥାଏ, ଯାହାକି ଅନ୍ୟ କୌଣସି ଉପାୟରେ ସହଜରେ ଉପଲବ୍ଧି ହୋଇନଥାଏ । ହାଇ-ଟେକ ମ୍ୟାଗ୍ନେଟିକ ରିଜୋନାନ୍ସ ଇମାଜିଙ୍ଗ ପ୍ରମାଣ କରିଛି ଯେ, ନିମ୍ନ-ବୈଷୟିକ ହସ୍ତଲିଖନ ମସ୍ତିଷ୍କର କେତେକ କ୍ଷେତ୍ରରେ ସ୍ନାୟୁଗତ କାର୍ଯ୍ୟକଳାପକୁ ବୃଦ୍ଧି କରିଥାଏ ।

ସୃଜନଶୀଳତା ଏବଂ ଭାବନାଗତ ପ୍ରକ୍ରିୟାକୁ ବୃଦ୍ଧି କରେ ଲେଖା:-

ଲେଖା ଆମର ସୃଜନଶୀଳତାକୁ ବୃଦ୍ଧି କରିବା ସହ ଭାବନାଗତ ପ୍ରକ୍ରିୟାକୁ ସହଯୋଗ କରେ । ପ୍ରଖ୍ୟାତ ଲେଖକ ପାଟ୍ରିକ୍ ମ୍ୟାକକ୍ଲିନ୍ ତାଙ୍କର ଏକ ପ୍ରବନ୍ଧରେ କହିଛନ୍ତି ଯେ, ଡିଜିଟାଲ୍ ପ୍ଲାଟଫର୍ମରୁ ସୃଷ୍ଟି ହେଉଥିବା ବିଭ୍ରାଟକୁ ଏଡ଼ାଇବାରେ କଲମ ଏବଂ କାଗଜ ବ୍ୟବହାର କରିବାରେ ସାହାଯ୍ୟ କରିଥାଏ । ଟାଇପ୍ କରିବା ସମୟରେ, ବ୍ୟକ୍ତିମାନେ ବିଷୟବସ୍ତୁକୁ ଏଡିଟ୍ କରିବା ଉପରେ ଧ୍ୟାନ ଦିଅନ୍ତି - ଯେହେତୁ ଏହା ସୃଜନଶୀଳ ପ୍ରକ୍ରିୟାରେ ପ୍ରତିକୂଳ ଅଟେ । କଲମ ଏବଂ କାଗଜ ବ୍ୟବହାର କରିବା ଦ୍ୱାରା ଲୋକମାନେ ସେମାନଙ୍କର ସୃଜନଶୀଳ ଚିନ୍ତାଧାରାକୁ ବୃଦ୍ଧି କରି, ପ୍ରଥମେ ଭଲ ଭାବେ ଭାବିବା ପରେ ଯାଇ ଏଡିଟ କରିଥାନ୍ତି ।

ଖୁସିକୁ ଦ୍ବିଗୁଣିତ କରେ ଲେଖା :-

ରୋଚେଷ୍ଟର ବିଶ୍ୱବିଦ୍ୟାଳୟର ଏକ ସ୍ୱାସ୍ଥ୍ୟ ଏନସାଇକ୍ଲୋପିଡ଼ିଆ ଅନୁଯାୟୀ, ପତ୍ରିକା ଲିଖନ ମନୋବଳ ଦୃଢ କରିବାରେ ସାହାଯ୍ୟ କରିଥାଏ । କାରଣ ଚିନ୍ତାଧାରା ଏବଂ ଭାବନାକୁ କାଗଜରେ ଲେଖିବା ଦ୍ୱାରା ଲୋକମାନେ ନିଜକୁ ଭଲ ଭାବରେ ପ୍ରକାଶ କରିବା ଏବଂ ସେମାନଙ୍କ ଭାବନାକୁ ବୁଝିବା ପାଇଁ ଏକ ପ୍ଲାଟଫର୍ମ ପାଇଥାନ୍ତି । ଲୋକମାନେ ସେମାନଙ୍କର ଭାବନାକୁ ଚିହ୍ନିବା ଏବଂ ବୁଦ୍ଧି କରିବା ପାଇଁ ପତ୍ରିକା ଲିଖନ ପର୍ଯ୍ୟାପ୍ତ ସମୟ ଦେଇଥାଏ । ଲେଖା ଚିନ୍ତାଧାରାକୁ ସ୍ପଷ୍ଟ କରିବାରେ ସାହାଯ୍ୟ କରେ । ଲେଖା ଚାପକୁ ହ୍ରାସ କରିବା ସହ ମନରେ ଖୁସି ସଞ୍ଚାର କରିବାରେ ସହାୟକ ବୋଲି ପ୍ରମାଣିତ ହୋଇଛି ।

@IANS

Last Updated : Jan 21, 2022, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.