ETV Bharat / sukhibhava

ଓଜନ ହ୍ରାସ କରିବା ପାଇଁ ଚାହୁଁଥିଲେ ଖାଆନ୍ତୁ ଏହି ଫଳ, ବଜାୟ ରହିବ ଫିଗର

author img

By

Published : May 24, 2023, 6:18 PM IST

ଫଳ ଖାଇବା ପାଇଁ ଇଚ୍ଛା ହେଉଛି କି? ନାଁ ଓଜନ ବୃଦ୍ଧି ପାଇଁ ଚିନ୍ତିତ ରହିଛନ୍ତି? ଓଜନ ହ୍ରାସ କରିବା ପାଇଁ ଚାହୁଁଥିଲେ ଏହି ଫଳ ଖାଆନ୍ତୁ ଓଜନ ବଢିବା ବଦଳରେ କମିବ

weight loss fruit
weight loss fruit

ହାଇଦ୍ରାବାଦ: ଆଜିର ସମୟରେ ଓଜନ ବୃଦ୍ଧି ଏକ ସାଧାରଣ ସମସ୍ୟା। ଓଜନ ବୃଦ୍ଧି କେବଳ ବୟସ୍କ କାହିଁକି ଯୁବପିଢିଙ୍କ ଚିନ୍ତାର କାରଣ ମଧ୍ୟ ପାଲଟିଛି । ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଓଜନକୁ ନିୟନ୍ତ୍ରଣ କରିବା ପାଇଁ କିଏ ଜିମ୍‌ ଯାଉଛି ତ ଆଉ କିଏ ଖାଦ୍ୟକୁ କଣ୍ଟ୍ରୋଲ କରୁଛି । କହିବାକୁ ଗଲେ ଯେଉଁ ଫଳରେ ଶର୍କରା ରହିଥାଏ ତାହା ଡାଏଟରେ ଅନ୍ତର୍ଭୁକ୍ତ କରିବା ପାଇଁ ସମସ୍ତେ ଶଙ୍କା ପ୍ରକାଶ କରିଥାଆନ୍ତି। କିନ୍ତୁ ଏମିତି କିଛି ଫଳ ରହିଛି ଯାହା ପାଟିକୁ ମିଠା ଲାଗିଲେ ମଧ୍ୟ ତାହାକୁ ଡାଏଟରେ ଅନ୍ତର୍ଭୁକ୍ତ କରିପାରିବେ । ଏମିତି କିଛି ଫଳ ରହିଛି ଯାହା ପାଟିକୁ ମିଠା ଲାଗୁଥିଲେ ହେଁ ଓଜନ କମାଇବାରେ ସାହାଯ୍ୟ କରିଥାଏ। ନଜର ପକାନ୍ତୁ ଓଜନ କମାଇବା ପାଇଁ ଆପଣ କେଉଁ ଫଳ ଖାଇପାରିବେ।

ଏହା ମଧ୍ୟ ପଢନ୍ତୁ: international day to end obstetric fistula 2023: କଣ ପାଇଁ ହୁଏ ଏହି ରୋଗ? ଜାଣନ୍ତୁ କାରଣ

ବେରି: ବେରି-ଷ୍ଟ୍ରବେରି, ରାସ୍‌ଫେବେରି ଏବଂ ବ୍ଲୁ-ବେରିରେ ଆପଣ ଇଚ୍ଛା ମୁତାବକ ମଧ୍ୟାହ୍ନ ଭୋଜନ କିମ୍ବା ଜଳଖିଆରେ ସାମିଲ କରିପାରିବେ । ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାପଡିଛି । ଏଥରେ ଭିଟାମିନ, ମିନରାଲ୍ସ, ମାଙ୍ଗାନିଜ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ ରହିଥିବା ବେଳେ କ୍ୟାଲୋରୀର ମାତ୍ରା କମ୍‌ ରହିଥାଏ । ବେରି ଖାଇବା ପାଇଁ ଅତ୍ୟନ୍ତ ସ୍ବାଦିଷ୍ଟ ହୋଇଥିବା ବେଳେ ଆପଣ ଏହାକୁ ସାଲାଡ୍‌ରେ ମଧ୍ୟ ଖାଇପାରିବେ ।

Oranges
Oranges

କମଳା: ଏହି ଫ୍ରୁଟକୁ ଆପଣ ପ୍ରତିଦିନ ଖାଇପାରିବେ । ଏହା ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ସାଲାଡରେ ମଧ୍ୟ ଆପଣ କମଳା ଖାଇପାରିବେ। କମଳାରେ କ୍ୟାଲୋରୀ ଏବଂ ଫାଇବରର ମାତ୍ରା କମ ରହିଥିବା ବେଳେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହାସହ ଏଥିରେ ଭିଟାମିନ ସି' ରହିଥିବାରୁ ଏହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ସହାୟକ ହୋଇଥାଏ ।

Apples
Apples

ଆପଲ: ଏଥିରେ ଅଧିକ ମାତ୍ରାରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଛି । ଯାହାକି ଡାଏଟ୍‌ରେ ରାମବାଣ ଭଳି କାମ କରିଥାଏ । ଆପଣ ଦିନସାରା ଆପଲ ଖାଇ ରହିପାରିବେ । ଏହାକୁ ଖାଇଲେ ଆପଣଙ୍କୁ ଭୋକ ଲାଗିବ ନାହିଁ । ଆପଲକୁ ସରୁ ସରୁ କାଟି ଖାଆନ୍ତୁ ।

Melons
Melons

ତରଭୁଜ: ବଜାରରେ ମିଳୁଥିବା ଫଳଗୁଡିକ ମଧ୍ୟରେ ତରଭୁଜ ଏମିତି ଏକ ଫଳ ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଏଥିରେ ଅଧିକ ପରିମାଣରେ ଜଳ ରହିଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିବା ସହ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରକୁ ମଧ୍ୟ ଚିକ୍କଣ ରଖିବାରେ ସାହାଯ୍ୟ କରେ । ଏଥରେ କ୍ୟାଲୋରୀର ପରିମାଣ ମଧ୍ୟ କମ ରହିଥାଏ ।

Papaya
Papaya

ଅମୃତଭଣ୍ଡା: କାହିଁ କେବେଠାରୁ ପାଚିଲା ଅମୃତଭଣ୍ଡାକୁ ଓଜନ ହ୍ରାସକାରୀ ଫଳ ଭାବେ ବ୍ୟବହାର କରାଯାଉଛି। ଏଥିରେ ପାପାଇନ ନାମକ ଏକ ଅନଜାଇମ ରହିଥିବାରୁ ଏହା ମେଟାବୋଲିଜିମକୁ ଅଧିକ କରିଥାଏ ଏବଂ ଭୋକକୁ କମାଇ ଦେଇଥାଏ। ଏହାସହ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.