ହାଇଦ୍ରାବାଦ: ଆଜିକା ସମୟର ବ୍ୟସ୍ତବହୁଳ ଜୀବନ ପାଇଁ ଅନେକ ସମସ୍ୟା ହେଉଛି । ହଜମ ପ୍ରକ୍ରିୟାରେ ଅସୁବିଧା ଯୋଗୁଁ ନାନା ପ୍ରକାର ରୋଗ ମଧ୍ୟ ସୃଷ୍ଟି ହେଉଛି । ଗ୍ୟାସ୍, କୋଷ୍ଠକାଠିନ୍ୟ ଏବଂ ଝାଡା ମଧ୍ୟ ଏହାର କାରଣ ହୋଇପାରେ । ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟକର ଖାଦ୍ୟ ନଖାଇବା ହେତୁ ପାଚନ ତନ୍ତ୍ରରେ ଅସୁବିଧା ହୋଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଦିଓ ଔଷଧ ଏବଂ ଘରୋଇ ଉପଚାର ଦ୍ବାରା ହଜମ ପ୍ରକ୍ରିୟାକୁ ଠିକ କରିବା କିନ୍ତୁ କେତେକ କ୍ଷେତ୍ରରେ ଏହା ଏକ ଗୁରୁତର ଅନ୍ତର୍ନିହିତ ସ୍ୱାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇପାରେ । ଯଦି ଏଭଳି ସମସ୍ୟା ଲାଗି ରହୁଛି ତାହାଲେ ସଠିକ ସମୟରେ ଚିକିତ୍ସା କରିବା ଆବଶ୍ୟକ । ନଚେତ୍ ଏହା ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।
ସମସ୍ତ ବ୍ୟକ୍ତି ହଜମ ପ୍ରକ୍ରିୟାକୁ ପ୍ରାକୃତିକ ଭାବରେ ସୁସ୍ଥ ରଖିବା ପାଇଁ ଚେଷ୍ଟା ଜାରି ରଖିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ପେଟକୁ ସୁସ୍ଥ ରଖିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଖାଦ୍ୟରେ ଅଧିକରୁ ଅଧିକ ଫାଇବର ଯୁକ୍ତ ଜିନିଷ ଅନ୍ତର୍ଭୁକ୍ତ କରିବା । କେତେକ ଫଳ ଫାଇବରରେ ଭରପୂର ଅଟେ ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ଆପଣଙ୍କ ପାଇଁ ସହାୟକ ହୋଇପାରେ ।
ଆପଲ: ଆମ ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାରୀ ଫଳ ମଧ୍ୟରୁ ଆପଲକୁ ଏକ ଫଳ ଭାବରେ ବିବେଚନା କରାଯାଏ । ଏକ ଲୋକକଥା ମଧ୍ୟ ଅଛି ଯେ ଦିନକୁ ଗୋଟିଏ ଆପଲ୍ ଖାଉଥିବା ବ୍ୟକ୍ତିଙ୍କର ଡାକ୍ତରଙ୍କ ଆବଶ୍ୟକତା କମ୍ ଥାଏ । ତେବେ ଏହି ଫଳ ହଜମ ପ୍ରକ୍ରିୟା ପାଇଁ ମଧ୍ୟ ଲାଭକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଆପଲରେ ପେକ୍ଟିନ୍ ଫାଇବରର ମାତ୍ରା ଅଧିକ ରହିଥାଏ । ପେକ୍ଟିନ ଉଭୟ କୋଷ୍ଠକାଠିନ୍ୟ ଏବଂ ଝାଡା ସମସ୍ୟାରୁ ରକ୍ଷା କରିଥାଏ ।
କିଓ୍ବି: କିୱି ହେଉଛି ଭିଟାମିନ-ସିର ସର୍ବୋତ୍ତମ ଉତ୍ସ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଥିବା ଫଳ ମଧ୍ୟରୁ ଏହା ଅନ୍ୟତମ ଅଟେ । କିନ୍ତୁ ଆପଣ ଜାଣିଛନ୍ତି କି ଏହା ହଜମ ପ୍ରକ୍ରିୟା ପାଇଁ ମଧ୍ୟ ସହାୟକ ହୋଇପାରେ ? ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ କିୱି ଡାଏଟାରୀ ଫାଇବରର ଏକ ଉତ୍ତମ ଉତ୍ସ । ତେଣୁ ଏହାକୁ ଖାଇବା ଦ୍ୱାରା ଅନେକ ପେଟ ଜନିତ ସମସ୍ୟାରୁ ମୁ୍କ୍ତି ମିଳିଥାଏ । କିୱି ଫଳରେ ଆକ୍ଟିନିଡିନ ନାମକ ଏକ ଏନଜାଇମ ମଧ୍ୟ ରହିଥାଏ ଯାହା ପ୍ରୋଟିନକୁ ହଜମ କରିବାରେ ସାହାଯ୍ୟ କରିଥାଏ ।
ଏହା ମଧ୍ୟ ପଢନ୍ତୁ: Constipation Problem: ଆପଣାନ୍ତୁ ଏହି ଟିପ୍ସ, ଚୁଟକିରେ ଦୂର ହେବ କୋଷ୍ଠକାଠିନ୍ୟ ସମସ୍ୟା
କଦଳୀ: ଅଧିକ ଫାଇବର ଯୁକ୍ତ ଫଳ ମଧ୍ୟରେ ଜଣାଶୁଣା କଦଳୀ । ଡାଇରିଆ ହେଲେ ସାଧାରଣତଃ କଦଳୀ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ଖାଇବା ଦ୍ବାରା ଅନ୍ତନଳୀ ସମସ୍ୟା ହେବାର ଆଶଙ୍କା କମିବା ସହିତ ହଜମ ପ୍ରକ୍ରିୟାକୁ ମଧ୍ୟ ଠିକ ରଖିଥାଏ । କଦଳୀରେ ମଧ୍ୟ ଏକ ଆଣ୍ଟାସିଡ୍ ପ୍ରଭାବ ରହିଥାଏ ଯାହା ପେଟକୁ ଅଲସରରୁ ରକ୍ଷା କରିଥାଏ ।
ଆମ୍ବ: ହଜମ ପ୍ରକ୍ରିୟା ପାଇଁ ଉପକାରୀ ଆମ୍ବ । ଏଥିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଥାଏ । ଅନ୍ୟପଟେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଫଳ ଭାବେ ବିବେଚନା କରାଯାଏ । ଆମ୍ବରେ ଅନେକ ଏନଜାଇମ୍ ଅଛି ଯାହା ପ୍ରୋଟିନକୁ ସହଜ ଭାଙ୍ଗିବାରେ ସାହାଯ୍ୟ କରିଥାଏ ଏବଂ ହଜମକୁ ଠିକ୍ ରଖେ । ଆମ୍ବରେ ଥିବା ଫାଇବରର ପରିମାଣ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଏବଂ ବର୍ଜ୍ୟବସ୍ତୁ ଅପସାରଣ କରିବାରେ ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ