ETV Bharat / state

ସପ୍ତାହକ ପରେ ହୋଇଥାନ୍ତା ବାହାଘର, କଲର ଟ୍ରେଡିଂ ହେଲା କାଳ, ଜୀବନ ହାରିଲେ ଯୁବକ - YOUTH DEATH FOR TRADING APPS GAME

କଲର ଟ୍ରେଡିଂରେ ଲକ୍ଷାଧିକ ଟଙ୍କା ଲଗାଇ ଜୀବନ ହାରିଲେ ଜଣେ ଯୁବକ । ଟ୍ରେନ ଲାଇନରୁ ମିଳିଲା ମୃତଦେହ ।

YOUTH DEATH FOR TRADING GAME
YOUTH DEATH FOR TRADING GAME (ETV Bharat Odisha)
author img

By ETV Bharat Odisha Team

Published : Nov 12, 2024, 5:31 PM IST

ଝାରସୁଗୁଡ଼ା: ଟ୍ରେଡିଂ ନେଲା ଜୀବନ । ଲକ୍ଷାଧିକ ଟଙ୍କା ଟ୍ରେଡିଂରେ ଲଗାଇ ଜୀବନ ହାରିଲେ ଜଣେ ଯୁବକ । ଟ୍ରେନ ଲାଇନରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ । ଏଭଳି ଏକ ଅଘଟଣ ଘଟିଛି ଝାରସୁଗୁଡ଼ା ଜିଲ୍ଲା ବାଲିଜୁରୀ ଅଞ୍ଚଳରେ । ମୃତ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ । ପୋଲିସ ରେଳ ଧାରଣାରୁ ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।

ଟ୍ରେଡିଂ ନେଲା ଜୀବନ :

ପୋଲିସ ସୂଚନା ଅନୁସାରେ, ମୃତ ଅଚ୍ୟୁତାନନ୍ଦ ସାହୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲରେ ମୁଖ୍ୟ କ୍ୟାସ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଟ୍ରେଡିଂ ଆପରେ ଲକ୍ଷାଧିକ ଟଙ୍କା ହରାଇବା ପରେ ସେ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଜୀବନ ହାରିଥିଲେ । ସେ ମୃତ୍ୟୁ ପୂର୍ବରୁ ହ୍ୱାଟସପ ମାଧ୍ୟମରେ ମେସେଜ କରି ନିଜ ପରିବାର ଲୋକଙ୍କୁ ମୃତ୍ୟୁର କାରଣ ଦର୍ଶାଇଥିଲେ ।

YOUTH DEATH FOR TRADING GAME (ETV Bharat Odisha)

ସପ୍ତାହକ ପରେ ପଡ଼ିଥାନ୍ତା ହାତଗଣ୍ଠି !

ଆସନ୍ତା ୧୭ ତାରିଖରେ ମୃତ ଅଚ୍ୟୁତାନନ୍ଦଙ୍କ ବାହାଘର ସ୍ଥିର ହୋଇଥିଲା । ଏହାର ସପ୍ତାହେ ପୂର୍ବରୁ ସେ ଜୀବନ ହାରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । କଲର ଟ୍ରେଡିଂ ଗେମ୍ବଲିଂ ଆପ୍‌ରେ ସବୁ ପଇସା ହରାଇ ଥିଲେ ସେ । ସେ ୨୦ରୁ ୨୫ ଲକ୍ଷ ଟଙ୍କା ଋଣ କରି ଟ୍ରେଡିଂ କରିଥିବା ଜଣାପଡ଼ିଛି । ତେବେ ଋଣ ସୁଝିବା ପାଇଁ ସେ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଅସଫଳ ହୋଇଥିଲେ । ଏତେ ପରିମାଣର ଋଣ ବୋଝ ସହି ନପାରି ଜୀବନ ହାରିଥିବା ଜଣାପଡ଼ିଛି ।

YOUTH DEATH FOR TRADING GAME
YOUTH DEATH FOR TRADING GAME (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, DCP କହିଲେ ଖୁବଶୀଘ୍ର ଜାରି ହେବ SOP

ଏହା ମଧ୍ୟ ପଢନ୍ତୁ ... ମେଡିକାଲ ପାଇଁ କରୁଥିଲେ NEET ପ୍ରସ୍ତୁତି, ପରୀକ୍ଷା ପୂର୍ବରୁ କୋଚିଂ ସେଣ୍ଟରରେ ହାରିଲେ ଜୀବନ

ଏହା ମଧ୍ୟ ପଢନ୍ତୁ ...ଚର୍ଚ୍ଚାରେ ରାଧାରାଣୀ ହୋଇଥିବା ଓଡ଼ିଆ IPS , ଅନଲାଇନ ଟ୍ରେଡିଂ ବେଳେ ୩୮୧ କୋଟି ଠକି ନେଲା ବିଦେଶୀ କମ୍ପାନୀ

ଏମିିତି କହିଲା ପୋଲିସ:

ଏନେଇ ହୋଟେଲ ମ୍ୟାନେଜର ପ୍ରଦୀପ୍ତ କୁମାର ସାହୁ କହିଛନ୍ତି,"ସେ ଟ୍ରେଡିଂ ଆପ୍‌ରେ ଲକ୍ଷାଧିକ ଟଙ୍କା ହରାଇବା ବିଷୟରେ ଅବଗତ ନଥିଲୁ । ସେ ବହୁତ ଭଲ କର୍ମଚାରୀ ଥିଲେ । ନିଜ କାମରେ କେବେ ହେଲେ ହେଳା କରୁନଥିଲେ । ଯେତେବେଳେ ସେ ନିଜ ରୁମକୁ ଦୀର୍ଘ ସମୟ ଧରି ଆସିଲେ ନାହିଁ । ସେନେଇ ପୋଲିସକୁ ଜଣାଇଥିଲୁ ।"

ଜିଆରପି ପୋଲିସ ଅଧିକାରୀ ସନ୍ତୋଷ ମିର୍ଦ୍ଧା କହିଛନ୍ତି," ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଲଙ୍କାପଡ଼ାର ଅଚ୍ୟୁତାନନ୍ଦ ସାହୁ । ସେ କଲର ଟ୍ରେଡିଂ ଗେମ୍ବଲିଂ ଆପ୍‌ରେ ଟଙ୍କା ଲଗାଉଥିଲେ । ଅଚ୍ୟୁତାନନ୍ଦ ନିଖୋଜ ଥିବା ନେଇ ହୋଟେଲ ମ୍ୟାନେଜର ପୋଲିସକୁ ଜଣାଇଥିଲେ । ଏହାପରେ ଆମେ ଲୋକେସନ ଜରିଆରେ ତାଙ୍କ ଠାବ କରିଥିଲୁ ।"

ଇଟିଭି ଭାରତ,ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.