ETV Bharat / state

ଫ୍ଲାଇଆସ ବେଆଇନ ଡମ୍ପିଂ ସମସ୍ୟା ନେଇ ବୈଠକ, ସମାଧାନ ପାଇଁ ଆଲୋଚନା - ILLEGAL DUMPING OF FLY ASH

4 ଜିଲ୍ଲାରେ ବେଆଇନ ଡମ୍ପିଂ ସମସ୍ୟା । ଏହାର ସମାଧାନ ନେଇ ରାଜସ୍ବ ମନ୍ତ୍ରୀଙ୍କ ବୈଠକ ।

illegal dumping of fly ash
illegal dumping of fly ash (ETV BHARAT ODISHA)
author img

By ETV Bharat Odisha Team

Published : Nov 12, 2024, 5:14 PM IST

ସମ୍ବଲପୁର: ଚାରୋଟି ଜିଲ୍ଲାରେ ଫ୍ଲାଇଆସର ବେଆଇନ ଡମ୍ପିଂ ସମସ୍ୟା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକ । ସମ୍ବଲପୁର ଆରଡିସିଙ୍କ କାର୍ଯ୍ୟାଳୟରେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାର ଜନ ପ୍ରତିନିଧି, ଜିଲ୍ଲାପାଳ, ଏସପିଙ୍କୁ ନେଇ ବୈଠକ କରିଥିଲେ ମନ୍ତ୍ରୀ । ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକରୁ ବାହାରୁ ଥିବା ଫ୍ଲାଇଆସର ବେଆଇନ ଡମ୍ପିଂ ଉପରେ ରୋକ ଲଗାଇବା ଓ ସଠିକ ପରିଚାଳନା କିପରି ହୋଇପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଜନ ପ୍ରତିନିଧିଙ୍କ ଠାରୁ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ତେବେ "ଆଗକୁ ଏହି ସମସ୍ୟାର ସମାଧାନ ହୋଇପାରିବ କି ନାହିଁ ଜଣାପଡ଼ିବ" ବୋଲି କହିଛନ୍ତି ଚାଷୀ ନେତା । ବୈଠକରେ ଉତ୍ତରାଞ୍ଚଳ ଆରଡିସି ଓ ପଞ୍ଚାୟତିରାଜ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ILLEGAL DUMPING OF FLY ASH (ETV BHARAT ODISHA)

ଆସ ଡପିଂ ନେଇ ଏମିତି କହିଲେ ବିଧାୟକ:

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ''ଦୀର୍ଘ ଦିନ ହେବ ଝାରସୁଗୁଡା, ସମ୍ବଲପୁର ଓ ସୁନ୍ଦରଗଡର କିଛି ଅଂଶରେ ଯେଉଁ ମାନେ ପୂର୍ବରୁ ଶାସନରେ ଥିଲେ ସାମନେ ସମସ୍ତ ସରକାରୀ ନିୟମ ଉଲ୍ଲଂଘନ କରି ତାଙ୍କ ପୃଷ୍ଠ ପୋଷକତାରେ ଆସ ଡପିଂ ଚାଲିଥିଲା । ଲୋକଙ୍କୁ ବନ୍ଧୁକ ଦେଖାଇ ବନ୍ଧୁକ ମୁନରେ ଅନଧିକୃତ ଜାଗାରେ ଅନୁମତି ନେଇ ସେଠି ଆସ ଡ଼ମ୍ପିଂ କରୁଥିଲେ । ଏବେ ସରକାର ବଦଳିଛି, ଏ ଲୋକଙ୍କ ସରକାର, ଲୋକଙ୍କ ଅନୁସାରେ ଚାଲୁଥିବା ସରକାର, ଏଠି ଶିଳ୍ପ ବି ପ୍ରତିଷ୍ଠା ହେବ, ଲୋକଙ୍କ ବିକାଶ ବି ହେବ । ସେନେଇ ପଦକ୍ଷେପ ନିଆଯାଉଛି ।"

ଏହା ମଧ୍ୟ ପଢନ୍ତୁ-ମହାନଗର ଡମ୍ପିଂ ୟାର୍ଡରେ ପରିଚାଳନାଗତ ତ୍ରୁଟି, ଅତିଷ୍ଠ 1 ନମ୍ବର ୱାର୍ଡବାସୀ

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ ଆବର୍ଜନା ପରିଚାଳନାରେ ଅବ୍ୟବସ୍ଥା, ଜିଦରେ ଅଟଳ ଦାରୁଠେଙ୍ଗବାସୀ

illegal dumping of fly ash
illegal dumping of fly ash (ETV BHARAT ODISHA)

ଚାଷୀନେତାଙ୍କ ପ୍ରଶ୍ନ:

ଅନ୍ୟପଟେ ଏହି ଗମ୍ଭୀର ସମସ୍ୟାର ସମାଧାନ କଣ ଏହି ବୈଠକ ପରେ ହୋଇ ପାରିବ ସେନେଇ ପ୍ରଶ୍ନ କରିଛନ୍ତି ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତିର ଉପଦେଷ୍ଟା ତଥା ଚାଷୀ ନେତା ସରୋଜ । ସେ କହିଛନ୍ତି, " ଯେଉଁ ଆସ ସବୁ ବାହାରୁଛି ତାର ବ୍ୟବସ୍ଥା ପାଇଁ ନୀତି ଅଛି । ତାକୁ ବହୁ ବର୍ଷ ହେଲା କେହି କାର୍ଯ୍ୟକାରୀ କରୁନାହାନ୍ତି । ଏବେ ଯେଉଁ କୁହାଯାଉଛି ନୂଆ ମାର୍ଗଦର୍ଶିକା ତିଆରି ହେବ ନୂଆ ମାର୍ଗଦର୍ଶିକା ତିଆରି କରନ୍ତୁ ବା ନକରନ୍ତୁ ବଡ଼ କଥା ନୁହେଁ ବଡ଼ କଥା ହେଉଛି ଯେ ପ୍ରକୃତରେ ଖଣି ଖୋଳିଲେ ବା ଶିଳ୍ପ ହେଲେ ସେମାନେ କେତୋଟି ନୀତିରେ ବନ୍ଧା ହୋଇଛନ୍ତି । ସେମାନେ ମାନୁନାହାନ୍ତି ତାର ବଡ଼ କାରଣ ହେଲା ଯେ ତାଙ୍କର ପୁଞ୍ଜିରେ ରାଜ୍ୟ ରାଜନୀତି ଚାଲୁଛି ଏବଂ ରାଜନୈତିକ ଦଳମାନଙ୍କ ରାଜନୀତି ଚାଲୁଛି । ତେଣୁ ଏ ଯେଉଁ କଥା କହୁଛନ୍ତି ସିସିଟିଭି ଲଗାଯିବ, ଯାଞ୍ଚ କରାଯିବ, ପାଣି ପ୍ରଦୂଷଣକୁ ରୋକାଯିବ, ନଦୀବନ୍ଧ ପାଣିରେ ପ୍ରଦୂଷଣ ରୋକାଯିବ,ଏହା ପ୍ରକୃତରେ କେତେଦୂର କାର୍ଯ୍ୟକାରୀ ହେବ ସେନେଇ ଆମେ ସନ୍ଦେହ ପ୍ରକାଶ କରୁଛୁ । କାରଣ ନିକଟ ଭବିଷ୍ୟତରେ ଆମେ ଜାଣି ପରିବା ଯେ ପ୍ରକୃତରେ ସେଥିରେ ଆନ୍ତରିକତା କେତେ ଅଛି ନା କେବଳ ଏଇଟା ଗୋଟିଏ ଭାଷଣବାଜି ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.