ETV Bharat / sukhibhava

ରକ୍ତରେ ଶର୍କରା ସ୍ତରକୁ କିପରି ନିୟନ୍ତ୍ରଣରେ ରଖିବେ ? ଜାଣନ୍ତୁ ଏହାର ଉପାୟ - ରକ୍ତରେ ଶର୍କରା ପରିମାଣ ହ୍ରାସର ଉପାୟ

ସଠିକ କ୍ରମରେ ଖାଦ୍ୟ ଖାଇବା ଅଭ୍ୟାସ ଶରୀର ପାଇଁ ଉପଯୋଗୀ । ସିଧା ଖାଦ୍ୟ ଖାଇବା ପୂର୍ବରୁ କିଛି ଫାଇବର, ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇଲେ ହଠାତ ଆମ ରକ୍ତରେ ଶର୍କରା ବା ଗ୍ଲୁକୋଜ ବୃଦ୍ଧି ପାଇନଥାଏ । କାରଣ ଗ୍ଲୁକୋଜର ସ୍ତର ବୃଦ୍ଧି ପାଇଲେ ଡାଇବେଟିସ ଭଳି ରୋଗ ହେବାର ସମ୍ଭାବନା ରହିଥାଏ । ଅଧିକ ପଢନ୍ତୁ

ରକ୍ତରେ ଶର୍କରା ସ୍ତରକୁ କିପରି ନିୟନ୍ତ୍ରଣରେ ରଖିବେ ? ଜାଣନ୍ତୁ ଏହାର ଉପାୟ

author img

By

Published : Jun 13, 2022, 7:39 AM IST

ହାଇଦ୍ରାବାଦ: ଖାଦ୍ୟ ବିଶେଷଜ୍ଞଙ୍କ କହିବାନୁସାରେ ସଠିକ ସମୟରେ ସଠିକ ଖାଦ୍ୟ ଖାଇଲେ ଆମ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସେ । ଏକ ନିର୍ଦ୍ଦିଷ୍ଟ କ୍ରମରେ ଖାଦ୍ୟ (Food sequencing) ଖାଇବା ହେଉଛି ସୁସ୍ଥ ଜୀବନର ଚାବିକାଠି । ପ୍ରଥମେ ପ୍ରୋଟିନ ଜାତୀୟ ଖାଦ୍ୟ ପୂର୍ବରୁ ସାଲାଡ ଖାଇବା ଏବଂ ଷ୍ଟାର୍ଚ୍ଚ କାର୍ବୋହାଇଡ୍ରେଟ ସହିତ ଭୋଜନ ଶେଷ କରିବା ପାଇଁ ସେ ପରାମର୍ଶ ଦିଅନ୍ତି । ଏହାଦ୍ବାରା ଆମ ରକ୍ତରେ ଶର୍କରା ପରିମାଣ ତୁରନ୍ତ ହ୍ରାସ ପାଏ (blood glucose spikes will be flattened) । ଯାହା ଆମ ଶରୀର ପାଇଁ ଭଲ ହୋଇଥାଏ ।

ଗ୍ଲୁକୋଜ ସ୍ପାଇକ କଣ ?

ଆମେ କାର୍ବୋହାଇଡ୍ରେଟ ଜାତୀୟ ଖାଦ୍ୟ ଖାଇବା ପରେ ପ୍ରାୟ ୩୦-୬୦ ମିନିଟ ପରେ ଆମ ଶରୀରର ରକ୍ତ ପ୍ରବାହରେ ଏକ ଗ୍ଲୁକୋଜ ସ୍ପାଇକ ହୁଏ ଅର୍ଥାତ ଗ୍ଲୁକୋଜର ସ୍ତର ବୃଦ୍ଧି ପାଏ । ଏହା ଦ୍ବାରା ଶରୀର ବିଭିନ୍ନ କାର୍ଯ୍ୟକଳାପ ଉପରେ ପ୍ରଭାବ ପଡେ । ଏହା ଅନେକ ଜିନିଷ ନିର୍ଣ୍ଣୟ କରେ । ଆପଣ କାର୍ବୋହାଇଡ୍ରେଟ ସହିତ କିମ୍ବା ପୂର୍ବରୁ କଣ ଖାଇଲେ, କାର୍ବୋହାଇଡ୍ରେଟରେ କେତେ ଫାଇବର ଅଛି ଏବଂ ଆପଣଙ୍କ ଶରୀର କେତେ ପରିମାଣର ହର୍ମୋନ୍ ଇନସୁଲିନକୁ ବ୍ୟବହାର କରୁଛି ଏଗୁଡିକ ଏଥିରେ ଅନ୍ତର୍ଭୁକ୍ତ ରହିଥାଏ ।

କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନେବା ଅପେକ୍ଷା ଗ୍ଲୁକୋଜ ବୃଦ୍ଧିକୁ ହ୍ରାସ କରିପାରିଲେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଗ୍ଲୁକୋଜର ସ୍ତର ବଢିବା ପରେ ଏହା ଡାଇବେଟିସ କରାଇବାର କାରଣ ସାଜିଥାଏ । ଖାଲି ସେତିକି ନୁହେଁ ହୃଦଘାତ ଭଳି ସମସ୍ୟା ଉପୁଜେ । ଏହାସହିତ ଶରୀର ହରମୋନ, ପ୍ରୋଟିନ ଉପରେ ଏହା ପ୍ରଭାବ ପକାଇଥାଏ ।

ଗ୍ଲୁକୋଜ ବୃଦ୍ଧି ଉପରେ ଭିନ୍ନ ଖାଦ୍ୟର ପ୍ରଭାବ:-

ଭିନ୍ନ ଜାତୀୟ ଖାଦ୍ୟ ଗ୍ଲୁକୋଜ ଉପରେ ଭିନ୍ନ ପ୍ରଭାବ ପକାଇଥାଏ । ଖାଦ୍ୟ ଖାଇବା ପୂର୍ବରୁ ସବୁଜ ଖାଦ୍ୟ ବା ସାଲାଡ ଖାଇଲେ ଏହାର ରକ୍ତରେ ଗ୍ଲୁକୋଜ ଜମାଟ ବାନ୍ଧିବାର ପରିମାଣକୁ ହ୍ରାସ କରେ । ପ୍ରୋଟିନ ଜାତୀୟ ଖାଦ୍ୟ ମଧ୍ୟ ଶରୀର ପାଇଁ ଉପଯୋଗୀ । ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ପରେ ଆମ ଶରୀରରେ peptide 1 ହରମୋନ କ୍ଷରଣ ହୁଏ । ଯେତେବେଳେ ପ୍ରୋଟିନ ଆମ ଅନ୍ତଃନଳୀର କୋଷକୁ ସ୍ପର୍ଶ କରେ ସେତେବେଳେ ଏହା କ୍ଷରଣ ହୁଏ । ଯାହାକି ପାନକ୍ରିଆଜରୁ ଇନସୁଲିନ କ୍ଷରଣରେ ସହାୟକ ହୁଏ । ଆପଣ ଜାଣନ୍ତି ଇନସୁଲିନ ଗ୍ଲୁକୋଜର ପରିମାଣକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ । ଏହା ହଜମ ପ୍ରକ୍ରିୟାକୁ ମଧ୍ୟ ବୃଦ୍ଧି କରେ । ଫଳରେ ଶରୀରରେ ଗ୍ଲୁକୋଜର ପରିମାଣ ଅଧିକ ନ ହୋଇ ସନ୍ତୁଳିତ ହୋଇ ରହିଥାଏ । ଗ୍ଲୁକୋଜ ରକ୍ତରେ ଅଧିକ ରହିଲେ ଡାଇବେଟିସ ହୋଇଥାଏ ।

ଏଣୁ ଖାଦ୍ୟକୁ ଏକ ସଠିକ କ୍ରମରେ ଖାଇବା ଆବଶ୍ୟକ । ଖାଦ୍ୟ ଖାଇବା ପୂର୍ବରୁ ଫାଇବର, ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଉଚିତ । ଏହାକୁ ନ ଖାଇ ସିଧା ଫ୍ୟାଟଯୁକ୍ତ ଖାଦ୍ୟ ଖାଇଲେ ଆମ ଶରୀରରେ ଗ୍ଲୁକୋଜ ହଠାତ ବୃଦ୍ଧି ପାଏ । ଯାହାକି ଶରୀର ଉପରେ କୁପ୍ରଭାବ ପକାଏ । ଏହାବ୍ୟତୀତ ଆପଣ ଖାଇବାର ୩୦ ମିନିଟ ପୂର୍ବରୁ ପାଣି ପିଇପାରିବେ । ଯାହାକି ରକ୍ତରେ ଶର୍କରା ବା ଗ୍ଲୁକୋଜ ପରିମାଣକୁ ସ୍ଥିର ରଖେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.