ETV Bharat / sukhibhava

Monsoon Clothes Care: ବର୍ଷା ଋତୁରେ କପଡାରୁ ଜୀବାଣୁ ମୁକ୍ତ ପାଇଁ ଆପଣାନ୍ତୁ ଏହି ଟିପ୍ସ

author img

By

Published : Jul 5, 2023, 4:45 PM IST

ବର୍ଷା ଋତୁରେ ଶରୀର ସହ ନିଜ ପୋଷାକର ମଧ୍ୟ ଯତ୍ନ ନେବା ଆବଶ୍ୟକ। ଏହି ସମୟରେ କପଡାରେ ଜୀବାଣୁ ରହିବାର ସମ୍ଭାବନା ଅଧିକ ରହିଥାଏ। ତେବେ ଏଭଳି ନିଅନ୍ତୁ କପଡାର ଯତ୍ନ...

Monsoon Clothes Care
Monsoon Clothes Care

ହାଇଦ୍ରାବାଦ: ଗୋଟିଏ ପଟେ ବର୍ଷା ପ୍ରଚଣ୍ଡ ଉତ୍ତାପରୁ ଆରାମ ଆଣିଥାଏ, ଅନ୍ୟ ପଟେ ଏହି ଋତୁରେ ଆର୍ଦ୍ରତା ହେତୁ ଜୀବାଣୁ ଏବଂ ବ୍ୟାକ୍ଟୋରିଆ ଦ୍ବାରା ରୋଗ ହେବାର ଆଶଙ୍କା ରହିଥାଏ। ଏହି ପାଣିପାଗରେ, ଯଦି ଆପଣ ଏହିପରି ଓଦା ପୋଷାକ ଛାଡିଦିଅନ୍ତି କିମ୍ବା ଧୋଇବା ପରେ ସଠିକ୍ ଭାବରେ ଶୁଖାଇ ନଥିବା ଆଲମିରାରେ ରଖନ୍ତି, ତେବେ ଜୀବାଣୁ ଏବଂ ବ୍ୟାକ୍ଟେରିଆ ଶୀଘ୍ର ବଢିବାର ସମ୍ଭାବନା ଅଧିକ ରହିଥାଏ। ବାସ୍ତବରେ ବର୍ଷା ହେତୁ ପୋଷାକ ଉପରେ ଅଧିକ ମଇଳା ଏବଂ ଜୀବାଣୁ ଜମା ହୋଇ ରହିଥାଆନ୍ତି। ଏହି ପୋଷାକ ପିନ୍ଧିବା ଆପଣଙ୍କୁ ଅସୁସ୍ଥ କରିପାରେ ଅର୍ଥାତ ଅନେକ ପ୍ରକାର ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ଜାଣିବା ଏହି ଋତୁରେ କିପରି ପୋଷାକର ଯତ୍ନ ନେବେ।

  1. ଯଦି କେହି ବର୍ଷାରେ ଓଦା ହୋଇଯାଇଥାଏ ତେବେ ତୁରନ୍ତ ଗାଧୋଇବା ଉଚିତ ବୋଲି କୁହାଯାଇଥାଏ। ତେଣୁ ପୋଷାକ ଧୋଇବା ମଧ୍ୟ ଆବଶ୍ୟକ ରହିଛି। ଓଦା ପୋଷାକ ଟାଙ୍ଗନ୍ତୁ ନାହିଁ, ଏହାକୁ ଲଣ୍ଡ୍ରି ବ୍ୟାଗ କିମ୍ବା ବାଲ୍ଟିରେ ଛାଡିଦିଅନ୍ତୁ କାରଣ ଏହାର ଗନ୍ଧର କୁପ୍ରଭାବ ପଡିପାରେ। ଜୀବାଣୁ ମଧ୍ୟ ବଢିବାର ସମ୍ଭାବନା ଥାଏ, ତେଣୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆଲମାରୀରେ ପୋଷାକ ରଖିବା ପୂର୍ବରୁ ଭଲଭାବେ ଶୁଖାଇବା ଉଚିତ। ଯଦି ଗୋଟିଏ କପଡା ଓଦା ରହିଥାଏ ସେଥିରେ ଥିବା ବ୍ୟାକ୍ଟେରିଆ ବା ଗନ୍ଧ ଅନ୍ୟ କପଡାକୁ ବ୍ୟାପିଥାଏ।
  2. ବର୍ଷା ଋତୁରେ ଅଧିକ କପଡାକୁ ଏକାଠି ଧୋଇବା ଉଚିତ ନୁହେଁ। ଯଦି କପଡାକୁ ଏକାଠି ଧୋଇଲେ ମଧ୍ୟ ଏହାକୁ ଠିକ ଭାବେ ଶୁଖାଇବା ଆବଶ୍ୟକ। ଯଦି ୱାଶିଂ ମେସିନରେ ଧୋଇଦିଅନ୍ତି, ତେବେ ନିଶ୍ଚିତ ଭାବରେ ଡ୍ରାୟର୍ ବ୍ୟବହାର କରନ୍ତୁ। ପୋଷାକକୁ ଭଲ ଭାବରେ ଶୁଖିବା ପରେ ଆଲମିରାରେ ରଖନ୍ତୁ। ଏହାସହ ବର୍ଷା ଋତୁରେ କପଡାକୁ ଧୋଇବା ସମୟରେ କମ୍ଫଟ କିମ୍ବା ରିଭାଇବ ବ୍ୟବାହର କରନ୍ତୁ।
  3. ମୌସୁମୀରେ ବା ବର୍ଷା ଋତୁରେ ପୋଷାକରୁ ଦୁର୍ଗନ୍ଧ ବାହାର କରିବା ପାଇଁ ସୁଗନ୍ଧିତ ଡିଟରଜେଣ୍ଟ ବ୍ୟବହାର କରନ୍ତୁ।
  4. ସମୟ ସମୟରେ ୱାଶିଂ ମେସିନ୍ ସଫା କରିବା ମଧ୍ୟ ଆବଶ୍ୟକ। ଯାହା ପୋଷାକକୁ ସଫା ଏବଂ ସୁଗନ୍ଧିତ କରିଥାଏ। ବିଶେଷକରି ବର୍ଷା ଋତୁରେ ଏଭଳି କରିବା ଆବଶ୍ୟକ ଅଟେ। ଏଥିପାଇଁ ଡ୍ରମରେ କିଛି ବେକିଂ ପାଉଡର କିମ୍ବା ୱାଶିଂ ମେସିନ୍ କ୍ଲିନର୍ ରଖନ୍ତୁ। ଏହି ମେସିନକୁ ସାଧାରଣ ଧୋଇବା ପାଇଁ ସେଟ୍ କରିବା ପରେ ଏହା ୱାଶିଂ ମେସିନ୍ କୁ ସଠିକ୍ ଭାବରେ ସଫା କରିବ। ଏହା ସହିତ, ଖରାପ ଗନ୍ଧ ମଧ୍ୟ ଦୂର ହୋଇଯିବ।
  5. ବର୍ଷାରେ ଓଦା ପୋଷାକରୁ ଆସୁଥିବା ଗନ୍ଧକୁ ହଟାଇବା ପାଇଁ, ଆଲମାରୀରେ ଥିବା ପୋଷାକ ମଧ୍ୟରେ କିଛି ଗନ୍ଧ କର୍ପୁର ରଖନ୍ତୁ। ଏହାକୁ ଜୋତାରେ ମଧ୍ୟ ରଖିପାରିବେ। ଏହାକୁ ରଖିବା ଦ୍ବାରା ଜୋତାରୁ ମଧ୍ୟ ଗନ୍ଧ ବାହାରି ନଥାଏ।

ଏହା ମଧ୍ୟ ପଢନ୍ତୁ: Photo Facial: ଜାରି ରହିଛି ଫଟୋ ଫେସିଆଲ ଟ୍ରେଣ୍ଡ, ଜାଣନ୍ତୁ ଏହା କେତେ ସୁରକ୍ଷିତ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.