ETV Bharat / sukhibhava

କୋଲେଷ୍ଟ୍ରଲ୍ ଲେବଲ୍‌ରେ ଉନ୍ନତି ପାଇଁ ଆପଣାନ୍ତୁ ଏହି ସବୁ ଖାଦ୍ୟ

author img

By

Published : Mar 6, 2023, 5:39 PM IST

ଶରୀରର କେବଳ କୋଲେଷ୍ଟ୍ରଲ୍ ବୃଦ୍ଧି ନୁହେଁ ହ୍ରାସ ମଧ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ଏକ ବଡ ଚ୍ଯାଲେଞ୍ଜ । ଖାଦ୍ୟରେ କି କି ପରିବର୍ତ୍ତନ ଆଣିବା ଦ୍ବାରା କୋଲେଷ୍ଟ୍ରଲ୍ ନିୟନ୍ତ୍ରଣରେ ରହିଥାଏ, ଜାଣନ୍ତୁ...

Cholesterol
Cholesterol

ହାଇଦ୍ରାବାଦ: ଖରାପ ଖାଦ୍ୟ ଅଭ୍ୟାସ କାରଣରୁ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ କୋଲେଷ୍ଟ୍ରଲ ବୃଦ୍ଧି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏହି କାରଣରୁ ହୃଦଘାତଠାରୁ ଆରମ୍ଭ କରି ଅନ୍ୟାନ୍ୟ ରୋଗ ମାଡିବସୁଛି । କୋଲେଷ୍ଟ୍ରଲ୍ କମ୍ ହେଉ ବା ଅଧିକ ଏହା ସିଧାସଳଖ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ତେଣୁ କେଉଁ ଖାଦ୍ୟ ଖାଇଲେ କୋଲେଷ୍ଟ୍ରଲ୍ ନିୟନ୍ତ୍ରଣ ରହିଥାଏ, ଜାଣନ୍ତୁ...

ମାଛ ଚିକେନ୍ ଅପେକ୍ଷା ଭଲ: ଯେଉଁମାନେ ନନ୍‌-ଭେଜ୍(ଆମିଷ) ଖାଇବାକୁ ଭଲପାଆନ୍ତି, ସେମାନଙ୍କ ପାଇଁ ମାଛଠାରୁ ଭଲ ବିକଳ୍ପ ଆଉ କିଛି ନାହିଁ । ମାଛରେ ମାଂସ ଅପେକ୍ଷା ଅଧିକ ଉପକାରୀ ପୁଷ୍ଟିକର ଉପାଦାନ ରହିଛି । ମାଛରେ ଓମେଗା-3 ଫ୍ୟାଟି ଏସିଡ୍ ଭରପୂର ଥାଏ । ସାମୁଦ୍ରିକ ମାଛରେ ଚର୍ବି କମ୍ ଥିବାରୁ କୋଲେଷ୍ଟ୍ରଲ୍ ରୋଗୀଙ୍କ ପାଇଁ ଉପକାରୀ ବୋଲି ବିବେଚନା କରାଯାଏ ।

ପପ୍‌କର୍ଣ୍ଣ, ଚିପ୍ସ ଅପେକ୍ଷା ଏକ ସୁସ୍ଥ ସ୍ନାକ୍ସ କି ? : କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ପପକର୍ଣ୍ଣ ଏକ ଉତ୍ତମ ସ୍ନାକ୍ସ । ଏଥିରେ ଫାଇବରରେ ଭରପୂର ମିଳିଥାଏ, କିନ୍ତୁ ଏହା କ୍ୟାଲୋରୀରେ କମ୍ । ତେଣୁ ଫ୍ରାଏଡ୍ ଚିପ୍ସ ଅପେକ୍ଷା ପପ୍‌କର୍ଣ୍ଣ ଭଲ ।

ଚାଉଳ ଅପେକ୍ଷା କ୍ୱିନୋଆ ଭଲ ବିକଳ୍ପ : କୋଲେଷ୍ଟ୍ରଲ ଥିବା ଲୋକଙ୍କ ପାଇଁ ଚାଉଳ ଅପେକ୍ଷା କ୍ୱିନୋଆ ଏକ ଭଲ ବିକଳ୍ପ । କ୍ୱିନୋଆ ଫାଇବରରେ ଭରପୂର । ଗୋଟିଏ କପ୍ କ୍ୱିନୋଆରେ 5 ଗ୍ରାମ ଡାଏଟାରୀ ଫାଇବର ଥାଏ । ଫାଇବର କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ ଏବଂ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହାକୁ ଖାଇଲେ ଦୀର୍ଘ ସମୟ ଭୋକ ଲାଗିନଥାଏ । ଫଳରେ ବାରମ୍ବାର ଖାଉଥିବା ଲୋକଙ୍କ ପାଇଁ ଏହା ବେଶ୍ ଉପକାରୀ ।

ନମକିନ୍ ସ୍ନାକ୍ସ ଅପେକ୍ଷା ବାଦାମ ଓ ସିଡ୍ସ ଭଲ : ଲୁଣିଆ(ନମକିନ୍) ଏବଂ ପ୍ୟାକେଜ୍ ସ୍ନାକ୍ସ ବଦଳରେ ବାଦାମ ଏବଂ ସିଡ୍ସ(ମଞ୍ଜି) ସ୍ବାସ୍ଥ୍ୟ ପାଇଁ ବେଶ୍ ଉପକାରୀ । ବାଦାମ ଏବଂ ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ଥାଏ । ଏଥିସହ ପ୍ରୋଟିନ୍ ଏବଂ ଫାଇବରର ଉତ୍ତମ ଉତ୍ସ ।

ମିଲ୍କ ଚକୋଲେଟ୍ ଅପେକ୍ଷା ଡାର୍କ ଚକୋଲେଟ୍ ଭଲ : ଅନେକ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଡାର୍କ ଚକୋଲେଟ୍ ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍‌ର ଆଶଙ୍କା ହ୍ରାସ କରିଥାଏ । ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ସପ୍ତାହରେ ଥରେ ଚକୋଲେଟ୍ ଖାଇବା ଦ୍ବାରା ଧମନୀ ରୋଗ ହେବାର ଆଶଙ୍କା 8 ପ୍ରତିଶତ କମିଯାଏ । ଡାର୍କ ଚକୋଲେଟରେ ଥିବା ଫ୍ଲାଭୋନୋଏଡ୍ ରକ୍ତବାହୀକୁ ଆରାମ ଦେଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.