ETV Bharat / sukhibhava

Infectious Diseases: ବର୍ଷା ଋତୁରେ ବୃଦ୍ଧି ପାଏ ସଂକ୍ରାମକ ରୋଗ, ଜାଣନ୍ତୁ ବର୍ତ୍ତିବାର ଉପାୟ

author img

By

Published : Jul 31, 2023, 3:56 PM IST

ବର୍ଷା ଋତୁରେ ହେପାଟାଇଟିସ ଏବଂ ଆଖିଧରା ରୋଗ ବୃଦ୍ଧି ପାଇଥାଏ। ତେବେ ଜାଣନ୍ତୁ ଏହା କାରଣ ଏବଂ ନିରାକରଣ

Infectious Diseases
Infectious Diseases

ହାଇଦ୍ରାବାଦ : ପ୍ରବଳ ବର୍ଷା ହେତୁ ଉତ୍ତର ଭାରତରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ବର୍ତ୍ତମାନ ଜଳ ହ୍ରାସ ପାଇଥିବା ସତ୍ତ୍ବେ ମଧ୍ୟ ଲୋକେ ସଂକ୍ରାମକ ରୋଗରେ ପିଡୀତ ହେଉଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ହେପାଟାଇଟିସ୍ ଏବଂ ଆଖି ଫ୍ଲୁ ରୋଗ ହେବାର ଆଶଙ୍କା ବୃଦ୍ଧିପାଉଛି, କିନ୍ତୁ ପ୍ରତ୍ୟେକ ବର୍ଷ ତୁଳନାରେ ଚଳିତ ବର୍ଷ ସଂକ୍ରମିତଙ୍କ ସଂଖ୍ୟା ଦୃତଗତିରେ ବୃଦ୍ଧି ପାଉଛି । ଗୋଟିଏ ପଟେ ଲୋକମାନେ ନିଜର ଦୈନନ୍ଦିନ କାର୍ଯ୍ୟ ସମାପ୍ତ କରିବା ପାଇଁ ବର୍ଷା, ବନ୍ୟା ଏବଂ ଅପରିଷ୍କାର ଜଳ ସହିତ ସଂଘର୍ଷ କରୁଥିବାବେଳେ ହେପାଟାଇଟିସ୍ ଏବଂ ଆଖି ଫ୍ଲୁ ଭଳି ସଂକ୍ରାମକ ରୋଗରେ ପୀଡ଼ିତ ହେଉଛନ୍ତି ।

symptoms of eye flu
symptoms of eye flu

ଯଦି ପରିସଂଖ୍ୟାନକୁ ଦେଖିବା ତେବେ ଗତ 1 ମାସ ମଧ୍ୟରେ ଶହଶହ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଆଖି ଫ୍ଲୁରେ ପୀଡିତ ରୋଗୀଙ୍କ ସଂଖ୍ୟା ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ପ୍ରତିଦିନ 150ରୁ 200 ରେ ପହଞ୍ଚୁଛି । ଡାକ୍ତରଙ୍କ କହିବା ଅନୁସାରେ ହେପାଟାଇଟିସ୍-ଏ ଏବଂ ଇ ଦୂଷିତ ଖାଦ୍ୟ ଏବଂ ଦୂଷିତ ଜଳ ଦ୍ବାରା ହୋଇଥାଏ । ଅନ୍ୟ ପଟେ ଆଖି ଫ୍ଲୁ ଯଥା କଞ୍ଜୁଣ୍ଟିଭାଇଟିସକୁ ଏକ ଆଖି ସଂକ୍ରମଣ ଭାବରେ ବିବେଚନା କରାଯାଏ ଏବଂ ଏହା ଜଣଙ୍କଠାରୁ ଅନ୍ୟଜଣଙ୍କୁ ଶୀଘ୍ର ବ୍ୟାପିଥାଏ । ଏହାକୁ ଏଡାଇବା ପାଇଁ, ସର୍ବଦା ଏହି ସଂକ୍ରମଣରେ ପୀଡ଼ିତ ଲୋକଙ୍କଠାରୁ କିଛି ଦୂରରେ ରହିବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।

prevention of eye flu
prevention of eye flu

କଣ ଏହି ହେପାଟାଇଟିସ A ଏବଂ E: ହେପାଟାଇଟିସ୍ ହେଉଛି ଏକ ଭାଇରାଲ୍ ସଂକ୍ରମଣ ଯାହା ମୁଖ୍ୟତଃ ଲିଭରକୁ ପ୍ରଭାବିତ କରିଥାଏ । ହେପାଟାଇଟିସ୍-ଏ କିମ୍ବା ହେପାଟାଇଟିସ୍-ଇରେ ପୀଡ଼ିତ ଜଣେ ରୋଗୀଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପାରେ । ଏହି ରୋଗରେ ପୀଡିତ ଲୋକଙ୍କର ଗ୍ୟାଷ୍ଟ୍ରୋ, ଯକୃତ, କିଡନୀ ସହିତ ଜଡିତ ଅନେକ ରୋଗ ହୋଇପାରେ । ଡକ୍ଟର ଅମିତଙ୍କ ଅନୁଯାୟୀ ହେପାଟାଇଟିସ୍-ଇ ଏବଂ ହେପାଟାଇଟିସ୍-ଏ'ର ଗ୍ରାଫ୍ ଅତି ଦ୍ରୁତ ଗତିରେ ବଢୁଛି । ଡାକ୍ତରଙ୍କ କହିବାନୁସାରେ, ଦୂଷିତ ଜଳ ଏବଂ ଖାଦ୍ୟ ଯୋଗୁଁ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅବଶ୍ୟ, ଶଯ୍ୟା ବିଶ୍ରାମ ଏବଂ ଠିକ ଔଷଧ ଏବଂ ପୁଷ୍ଟିକର ଖାଦ୍ୟ ବ୍ୟବହାର କରି ରୋଗୀମାନେ ଆରୋଗ୍ୟ ଲାଭ କରିପାରିବେ । ଏହାର ଶୁଦ୍ଧତା ଯାଞ୍ଚ କରିବା ପରେ ହିଁ ପାଣି ପିଇବା ଅତ୍ୟନ୍ତ ଜରୁରୀ । ଆମେରିକୀୟ କଲେଜ ଅଫ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଦ୍ବାରା ବ୍ୟାଖ୍ୟା କରାଯାଇଛି, ହେପାଟାଇଟିସ୍ ହେଉଛି ଯକୃତ ସଂକ୍ରମଣ ହେତୁ ଏହି ରୋଗ ହୋଇଥାଏ । ଫଳରେ ଏହି ରୋଗ ହେଲେ ଯକୃତ ସହ ଜଡ଼ିତ ସମସ୍ୟା ଯେପରିକି ଯକୃତରେ ଫୁଲା ଏବଂ ଲିଭର କ୍ୟାନ୍ସର ମଧ୍ୟ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟ ସାରା ମାଡ଼ିଗଲାଣି ଆଖିଧରା ରୋଗ, ମାର୍ଗଦର୍ଶିକା ଜାରି କଲା ସ୍ୱାସ୍ଥ୍ୟ ବିଭାଗ

କଣ ଏହି କଞ୍ଜୁକ୍ଟିଭାଇଟିସ: କଞ୍ଜୁକ୍ଟିଭାଇଟିସକୁ ପିଙ୍କ୍‌ ଆଇ ମଧ୍ୟ କୁହାଯାଏ । ଋତୁ ପରିବର୍ତ୍ତନ ହେଲେ ଆଖିଧରା ରୋଗ ଦେଖିବାକୁ ମିଳିଥାଏ । ଆଉ ଏଡିନୋ ଭୂତାଣୁ ହେଉଛି ଏହି ରୋଗର କାରଣ ଅଟେ । ଧୂଳି କଣିକା, ସଂକ୍ରମଣ, ଜୀବାଣୁ ଇତ୍ୟାଦି ସଂସ୍ପର୍ଶରେ ଆସିବା ଦ୍ୱାରା ଏହି ରୋଗ ହୁଏ । ଏହି କାରଣରୁ, ଆଖିର ଧଳା ଅଂଶ ସମ୍ପୂର୍ଣ୍ଣ ଲାଲ ହୋଇଯାଏ ଏବଂ ଆଖିରେ ଜଳାପୋଡ଼ା ହୋଇଥାଏ ।

ସଂକ୍ରମିତ ଜାଗାକୁ ଛୁଅନ୍ତୁ ନାହିଁଆଖି : ଆଖିକୁ ରକ୍ଷା କରିବା ପାଇଁ ଆଖିବୁନ୍ଦା ବ୍ୟବହାର କରନ୍ତୁ ଯାହାଦ୍ବାରା ଆଖି ପରିଷ୍କାର ରହିବ ଏବଂ ଏଥିରୁ ମଇଳା ବାହାରକୁ ଆସିବ । ଯଦି ସଂକ୍ରମଣ ଗୁରୁତର ହୁଏ, ତେବେ ଆଖିରେ ଫୁଲା, ଯନ୍ତ୍ରଣା, ସାମାନ୍ୟ ଜ୍ୱରର ଲକ୍ଷଣ ଦେଖାଯାଏ । ବିଶେଷଜ୍ଞମାନେ କହିଛନ୍ତି ଯେ, ଏଥିରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି ଯେ, ଆପଣ ହାତକୁ ସାବୁନ୍ ଏବଂ ପାଣିରେ ଧୁଅନ୍ତୁ । ସଂକ୍ରମିତ ଜିନିଷ ଏବଂ ସ୍ଥାନକୁ ସ୍ପର୍ଶ କରନ୍ତୁ ନାହିଁ ।

ଡାକ୍ତରଙ୍କ ସହ ସମ୍ପର୍କ କରି ଔଷଧ ପକାନ୍ତୁ: କେବଳ ଡାକ୍ତରଙ୍କ ପରାମର୍ଶରେ ଆଖି ବୁନ୍ଦା ନିଅନ୍ତୁ । ଏହି ରୋଗ ହେଲେ ଆଖି କୁଣ୍ଡେଇ ହେବା ସହିତ ପାଣି ବାହାରି ଥାଏ । ତେବେ ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ ଡ୍ରପ ପକାନ୍ତୁ ନାହିଁ । କଣ୍ଟାକ୍ଟ ଲେନ୍ସ ବ୍ୟବହାରକାରୀ ନିଜର ଚକ୍ଷୁ ଚିକିତ୍ସକଙ୍କ ସହ ପରାମର୍ଶ ଅବଲମ୍ବନ କରନ୍ତୁ । ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ । ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମ ପାଣିରେ ପକାଇ ଆଖୁକୁ ପୋଛନ୍ତୁ । ଆଖି ପୋଛା କପଡ଼ାକୁ ଗରମ ପାଣି ଓ ଡିଟରେଜେଣ୍ଟ୍‌ ପାଉଡରରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.