ETV Bharat / sukhibhava

ନୂଆବର୍ଷରେ ନିଅନ୍ତୁ ନୂଆ ସଂକଳ୍ପ, ଉତ୍ତମ ସ୍ବାସ୍ଥ୍ୟ ପାଇଁ ଆପଣନ୍ତୁ ଏହି ଅଭ୍ୟାସ

author img

By ETV Bharat Odisha Team

Published : Dec 31, 2023, 12:41 PM IST

Healthy New Year: ଆଉ ମାତ୍ର କିଛି ଘଣ୍ଟା ପରେ ଅପସରିଯିବ ୨୦୨୩ ବର୍ଷ । ପୁଣି ନୂଆ ଆଶା, ନୂଆ ଉଦ୍ଧୀପନା ନେଇ ଆରମ୍ଭ ହେବ ଆଉ ଏକ ନୂଆ ବର୍ଷ । ବର୍ତ୍ତମାନ ଆମର ଜୀବନଶୈଳୀ ପାଇଁ ଆମେ ଅନେକ ରୋଗରେ ପୀଡିତ ହୋଇଥାଉ । ସେପଟେ ପୁଣି କୋରୋନାର କୋକୁଆ ଭୟ । ଏହାରି ମଧ୍ୟରେ ଏବେ ଏହି ନୂଆ ବର୍ଷର ଆରମ୍ଭ ପାଇଁ ଏହି ରୋଗ ପ୍ରତି ସଚେତନ ହେବା ସହ ସ୍ବାସ୍ଥ୍ୟ ପାଇଁ ବିଶେଷ ଯତ୍ନ ନିଅନ୍ତୁ । ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନାରେ ଆମେ କିଛି ସରଳ ଟିପ୍ସ ଆପଣଙ୍କୁ କହିବାକୁ ଚାହୁଁଛୁ । ଯାହାକୁ ଆପଣ ୨୦୨୪ରେ ସଂକଳ୍ପ ଭାବେ ଗ୍ରହଣ କରି ଅନୁସରଣ କରିପାରିବେ ।

ରାତି ପାହିଲେ ନୂଆ ବର୍ଷ, ସ୍ବାଗତ ପାଇଁ ଉତ୍ସାହିତ ଲୋକେ; ନୂଆ ଆରମ୍ଭ ପାଇଁ ସ୍ବାସ୍ଥ୍ୟ ପ୍ରତି ହୁଅନ୍ତୁ ଯତ୍ନବାନ

ହାଇଦ୍ରାବାଦ: ରାତି ପାହିଲେ ଅଲବିଦା କହିବ ୨୦୨୩ ବର୍ଷ । ପୁଣି ଆଉ ଏକ ନୂଆ ବର୍ଷ ୨୦୨୪କୁ ସ୍ବାଗତ କରିବେ ଲୋକେ । ନୂଆ ବର୍ଷର ଅର୍ଥ ନୂଆ ଆରମ୍ଭ । ଅନେକ ଲୋକଙ୍କ ପାଇଁ ଏହା ସବୁ କାମର ଆରମ୍ଭ କରିବାର ଶୁଭ ମୁହୁର୍ତ୍ତ କହିଲେ ଭୁଲ ହେବ ନାହିଁ । ତେବେ କାମ ବ୍ୟତୀତ ନିଜ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହୋଇ ଏହି ବର୍ଷର ଶୁଭାରମ୍ଭ କରିବା ଉଚିତ । କାରଣ ବର୍ତ୍ତମାନ କୋରୋନା ତା'ର କଡ ଲେଉଟାଇଥିବା ବେଳେ ଖରାପ ଜୀବନଶୈଳୀ, ଖରାପ ଖାଦ୍ୟ ଏବଂ କର୍ମକ୍ଷେତ୍ରରେ ପରିବର୍ତ୍ତନ ସ୍ବାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଉଛି । ଏହି ସମୟରେ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନେବା ଆବଶ୍ୟକତା ରହିଛି । ତେବେ ଆମେ ଆପଣଙ୍କୁ ୨୦୨୪ରେ ନିଜକୁ ଫିଟ ଏବଂ ସୁସ୍ଥ ରଖିବାକୁ କିଛି ଟିପ୍ସ ବିଷୟରେ ଜଣାଇବୁ । ଯାହାକୁ ଆପଣ ସହଜରେ ଅନୁସରଣ କରିପାରିବେ ।

  • ସକାଳୁ ଶୀଘ୍ର ଉଠନ୍ତୁ

ଶୀତ ଦିନେ ସକାଳୁ ଉଠିବା କଷ୍ଟକର ହୋଇଥାଏ । କିନ୍ତୁ ଆପଣ ଗୋଟିଏ ଦିନ ସକାଳୁ ଉଠି ଦେଖନ୍ତୁ ଏହା କେତେ ଲାଭଦାୟକ । ଆପଣଙ୍କ ସମୟ ପରିଚାଳନା ଠିକ ଭାବେ କରିପାରିବେ । ଫଳରେ ଆପଣ ଦିନସାରା ବିରକ୍ତି ହେବେ ନାହିଁ ଏବଂ ସବୁ କାମରେ ମନ ଲାଗିବ । କାରଣ ସକାଳର ସୂର୍ଯ୍ୟକିରଣ ଏବଂ ପରିବେଶ ଆମ ମସ୍ତିଷ୍କକୁ ପ୍ରଭାବିତ କରିଥାଏ ଏବଂ ଚାପକୁ ହ୍ରାସ କରିଥାଏ । ହଜମ ଭଲ ହୋଇଥାଏ । ଥକ୍କାପଣ ଦୂର ହୋଇଥାଏ ଓ ଫୁର୍ତ୍ତି ଅନୁଭବ ହୁଏ । ନିଦ ମଧ୍ୟ ଭଲ ହୁଏ ।

  • ସୁସ୍ଥ ଏବଂ ଫିଟ ରୁହନ୍ତୁ

ସକାଳୁ ଉଠି ବ୍ୟାୟାମ କରିବା ସ୍ବାସ୍ଥ୍ୟ ପ୍ରତି ବେଶ ଗୁରୁତ୍ବପୂର୍ଣ୍ଣ । ଯୋଗ କିମ୍ବା ବ୍ୟାୟାମ କରିବାର ସର୍ବୋତ୍ତମ ସମୟ ହେଉଛି ସକାଳ । ଏହି ସମୟରେ, ଶୁଦ୍ଧ ବାୟୁ ପରିବେଶ ଫୁସଫୁସ ଓ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବ୍ୟାୟାମ କରିବା ଦ୍ବାରା ଶରୀରର ଅନେକ ଅଂଶରେ ଉନ୍ନତି ଆସିଥାଏ ଏବଂ ସଠିକ୍ ରକ୍ତ ସଞ୍ଚାଳନ ହେତୁ ଏହା ହାର୍ଟ ଉପରେ ବିଶେଷ ପ୍ରଭାବ ପକାଇଥାଏ ।

​(ସତର୍କତା: ଯଦି ଆପଣଙ୍କର ଜୀବନଶୈଳୀ ରୋଗ କିମ୍ବା ହୃଦ୍ ରୋଗ ଅଛି, ତେବେ ଆପଣ ଜିମ୍ କିମ୍ବା ବ୍ୟାୟାମ କରିବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)

  • ଅଧିକ ମାତ୍ରାରେ ପାଣି ପିଅନ୍ତୁ

ସୁସ୍ଥ ରହିବା ପାଇଁ ଖାଦ୍ୟ ଖାଇବା ଭଳି ପାଣି ପିଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଦୈନିକ ଜଣେ ବ୍ୟକ୍ତି ୭ରୁ ୮ ଗ୍ଲାସ ପାଣି ପିଇବା ଉଚିତ୍ । କେବଳ ପାଣି ନୁହଁ ଆପଣ ବିଭିନ୍ନ ଜୁସ୍, ସୁପ୍ ଏବଂ କ୍ଷୀର ପରି ତରଳ ପଦାର୍ଥ ମଧ୍ୟ ପିଇପାରିବେ । ସକାଳୁ ଉଷୁମ ପାଣି ପିଇ ଦିନ ଆରମ୍ଭ କରନ୍ତୁ । ପାଣିକୁ ଏକାଥରକେ ନ ପିଇ ଧୀରେ ଧୀରେ ପିଅନ୍ତୁ ।

  • ଠିକ୍ ସମୟରେ ଖାଆନ୍ତୁ ଏବଂ ଡାଇଟ୍ ଉପରେ ଧ୍ୟାନ ଦିଅନ୍ତୁ

ନୂଆ ବର୍ଷରେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ପାଇଁ ଖାଦ୍ୟଶୈଳୀ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଡାଏଟରେ ଫଳ ଏବଂ ସବୁଜ ପନିପରିବା, ଶସ୍ୟ ଜାତୀୟ ଖାଦ୍ୟ ଅଧିକ ଅନ୍ତର୍ଭୁକ୍ତ କରନ୍ତୁ । ଏଥିସହ ଖାଦ୍ୟରେ ଲୁଣ, ଚିନି, ତେଲ କମ ବ୍ୟବହାର କରନ୍ତୁ ଏବଂ ପ୍ରକିୟାକୃତ ଖାଦ୍ୟରୁ ଦୂରେଇ ରୁହନ୍ତୁ । ମଦ୍ୟପାନ, ଧୂମପାନ ଏବଂ ନିଶା ସେବନ ଠାରୁ ଦୂରେଇ ରୁହନ୍ତୁ । ଫଳରେ ଆପଣ ହୃଦରୋଗ, ମଧୁମେହ ରୋଗ ଏବଂ ମୋଟାପଣ ଭଳି ରୋଗ ଆଶଙ୍କାରୁ ବର୍ତ୍ତିପାରିବେ । ଆପଣଙ୍କ ଖାଦ୍ୟପେୟର ଏକ ସାପ୍ତାହିକ ଚାର୍ଟ ପ୍ରସ୍ତୁତ କରନ୍ତୁ ଏବଂ ତାହା ଅନୁସରଣ କରନ୍ତୁ ।

  • ପରିବାର ସହ ସମୟ ବିତାନ୍ତୁ

ତୁମର ପ୍ରିୟଜନ ଏବଂ ନିକଟତମ ଲୋକଙ୍କ ସହ ସମୟ ବିତାଇବା ଅତ୍ୟନ୍ତ ଜରୁରୀ । ଯେଉଁ ଲୋକ ଆପଣଙ୍କ ଜୀବନରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସେମାନଙ୍କ ସହ ଗୁଣାତ୍ମକ ସମୟ ବିତାଇବା ଦ୍ବାରା ଆପଣଙ୍କ ସମ୍ପର୍କରେ ଦୂରତା ଏବଂ ମତଭେଦ ପରି ସମସ୍ୟା ଉପୁଜିବ ନାହିଁ । କାରଣ ବ୍ୟସ୍ତବହୁଳ ଜୀବନ ଏବଂ ସମୟର ଅଭାବରୁ ଆମେ ପରିବାର ଏବଂ ଆତ୍ମୀୟଙ୍କୁ ସମୟ ଦେଇନଥାଉ । ଫଳରେ ସମ୍ପର୍କରେ ଫାଟ ହେବା ସହ ଅନେକ ସମସ୍ୟା ଉପୁଜିଥାଏ । ସର୍ବଦା ମାନସିକ ଅଶାନ୍ତି ଲାଗି ରହିଥାଏ । ତେବେ ଏହାକୁ ଅନୁସରଣ କରିବା ନିହାତି ଦରକାର ।

  • ଆର୍ଥିକ ସ୍ବାଧୀନତା

ସମସ୍ତଙ୍କୁ ନିଜ ଅର୍ଥକୁ କିପରି ଖର୍ଚ୍ଚ କରିବେ ତାହା ଉପରେ ସର୍ବଦା ନିୟନ୍ତ୍ରଣ ରହିବା ବେଶ ଜରୁରୀ ଅଟେ । କାରଣ କେତେବେଳେ କେଉଁ ପରିସ୍ଥିତି ଦେଇ ସାମ୍ନାକୁ କରିବାକୁ ପଡିବ ଏହା କାହାକୁ ଜଣାନଥାଏ । ବର୍ତ୍ତମାନର ସ୍ଥିତିକୁ ଯାଞ୍ଚ କରି ଭବିଷ୍ୟତର ଲକ୍ଷ୍ୟ ସ୍ଥିର କରି ଏହାକୁ ବ୍ୟବହାର କରନ୍ତୁ । ଛୋଟ ସଞ୍ଚୟରୁ ଆରମ୍ଭ କରନ୍ତୁ । ସଠିକ ସ୍ଥାନରେ ଅର୍ଥକୁ ବିନିଯୋଗ କରନ୍ତୁ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।

ଏହି ସମସ୍ତ ଟିପ୍ସକୁ କିପରି କାର୍ଯ୍ୟକାରୀ କରିବେ

  • ପରିବର୍ତ୍ତନ ପାଇଁ ମାନସିକ ଭାବେ ପ୍ରସ୍ତୁତ ରୁହନ୍ତୁ
  • ଟିପ୍ସଗୁଡିକୁ ପ୍ରସ୍ତୁତ କରନ୍ତୁ, ଯାହା ଆପଣଙ୍କୁ ଉତ୍ସାହିତ କରିବ
  • ବଡ଼ ଲକ୍ଷ୍ୟକୁ ଛୋଟ ଲକ୍ଷ୍ୟରେ ପରିବର୍ତ୍ତନ କରନ୍ତୁ
  • ଯାହା କରିବାକୁ ଚାହୁଁଛ ତାହା ଉପରେ ଅଗ୍ରଗତି କର
  • ବିଫଳତାକୁ ସ୍ବୀକାର କର ଏବଂ ହାର ନମାନି ପୁଣି ତାକୁ ଠିକ କରିବାକୁ ଚେଷ୍ଟା କର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.