ETV Bharat / sukhibhava

କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଏ ମେଥି ପାଣି, କିପରି କରିବେ ବ୍ୟବହାର ଜାଣନ୍ତୁ

author img

By ETV Bharat Odisha Team

Published : Aug 31, 2023, 4:40 PM IST

ମେଥିରେ ଭିଟାମିନ୍ ବି କମ୍ପ୍ଲେକ୍ସ, ଜିଙ୍କ୍, ମ୍ୟାଗ୍ନେସିୟମ୍, ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ଯାହା କେଶ ଏବଂ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ,

କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଏ ମେଥି ପାଣି, କିପରି କରିବେ ବ୍ୟବହାର ଜାଣନ୍ତୁ
କେଶ ଏବଂ ଚେହେରାର ସୌନ୍ଦର୍ଯ୍ୟ ବଢାଏ ମେଥି ପାଣି, କିପରି କରିବେ ବ୍ୟବହାର ଜାଣନ୍ତୁ

ହାଇଦ୍ରାବାଦ: ଆୟୁର୍ବେଦ ଦୃଷ୍ଟିକୋଣରୁ ମେଥିଦାନା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ। ଏହା ଏକ ଘରୋଇ ଉପଚାର ଯାହା କେଶ ସମସ୍ୟା ଦୂର କରିବା ସହ ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ମେଥିଦାନାକୁ ରାତିସାରା ପାଣିରେ ଭିଜାଯାଏ। ସେହି ଜଳ ସକାଳୁ ଉଠିବା ପରେ ପିଆଯାଏ। ଏହି ଜଳ ଶରୀରକୁ ସୁଗାର ଏବଂ ହାର୍ଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିସହ ଏହାର ନିୟମିତ ବ୍ୟବହାର ଦ୍ବାରା ତ୍ୱଚାରେ ବ୍ରଣ ଏବଂ ଦାଗ ଭଳି ସମସ୍ୟା ନ ହେବା ସହ ଚର୍ମକୁ ସଫା ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏବଂ ମେଥି ଦାନା ବି ଉଭୟ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

କେଶର ବୃଦ୍ଧି ପାଇଁ ମେଥି ପାଣି ଲାଭଦାୟକ ଅଟେ। ମେଥି ଦାନାରୁ ବାହାରୁଥିବା ଉପକାରୀ ପଦାର୍ଥ ଯେପରିକି ପ୍ରୋଟିନ୍, ନିକୋଟିନିକ୍ ଏସିଡ୍ ଏବଂ ଲିସିନ୍ କେଶର ମୂଳ ବୃଦ୍ଧି କରିବା ତଥା ମଜବୁତ କରିବାରେ ସାହାଯ୍ୟ କରେ । କେଶରେ ପ୍ରୋଟିନ୍‌ର ଅଭାବ ପୂରଣ କରି ଏହି ଜଳ ସେମାନଙ୍କୁ ଝଡ଼ିବାରେ ରୋକିଥାଏ ଏବଂ କେଶ ସମସ୍ୟାକୁ ହ୍ରାସ କରିଥାଏ । ମେଥି ଦାନାରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ଏବଂ ଜିଙ୍କ୍ କେଶ ମୂଳକୁ ମଜଭୁତ କରିଥାଏ, ଯେଉଁ କାରଣରୁ କେଶ ସୁସ୍ଥ ଏବଂ ମୋଟା ରହିଥାଏ । ତେଣୁ ମେଥି ପାଣିର ନିୟମିତ ବ୍ୟବହାର କିମ୍ବା କେଶରେ ଏହାର ପ୍ରତ୍ୟକ୍ଷ ପ୍ରୟୋଗ କେଶର ବୃଦ୍ଧିରେ ସହାୟକ ହୋଇଥାଏ ।

ମେଥି ପାଣିରେ ଆଣ୍ଟିଫଙ୍ଗାଲ୍ ଗୁଣ ଥାଏ ଯାହାକି ରୁପି ଏବଂ ତ୍ୱଚା ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ମେଥି ପାଣି ରୁପି ସମସ୍ୟାକୁ ବି ଦୂର କରିଥାଏ କାରଣ ମେଥି ଦାନାରେ ଆଣ୍ଟିଫଙ୍ଗଲ୍ ଏବଂ ଜୀବାଣୁ ଜନିତ ଗୁଣ ରହିଥାଏ, ଯାହାଦ୍ୱାରା ରୁପି ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ମେଥି ପାଣି ମଧ୍ୟ କୁଣ୍ଡିଆ ଏବଂ ଫୁଲାକୁ ହ୍ରାସ କରିଥାଏ ।

ଏଥିସହ ମେଥି ପାଣି କେଶକୁ କୋମଳ ଏବଂ ଚମକାଇବାରେ ସାହାଯ୍ୟ କରେ । ମେଥି ଦାନାରେ ପ୍ରୋଟିନ୍, ଲିପିଡ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ ଯାହା କେଶ ମୂଳକୁ ପୋଷଣ କରିଥାଏ ଏବଂ ଏହାକୁ ସୁସ୍ଥ ରଖେ । ମେଥି ପାଣିକୁ ନିୟମିତ ବ୍ୟବହାର କରିବା କେବଳ କେଶକୁ ମଜବୁତ କରେ ନାହିଁ, ବରଂ ସେମାନଙ୍କୁ ଅଧିକ ଚମକାଇବା ଏବଂ ସିଲ୍କି ମଧ୍ୟ କରିଥାଏ । ଏହା ବ୍ୟତୀତ ମେଥି ପାଣି କେଶରେ ଆର୍ଦ୍ରତା ବଜାୟ ରଖିଥାଏ, ଯାହା ଦ୍ବାରା କେଶ ରଫ୍ ହେବା ଏବଂ ଝଡିବାରେ ରୋକିଥାଏ । ଏହାକୁ ସିଧାସଳଖ କେଶରେ ବ୍ୟବହାର କରିବା ଦ୍ବାରା ଏହା କେଶକୁ କୋମଳ ଏବଂ ସାଇନିଂ କରାଇଥାଏ।

ଏହା ମଧ୍ୟ ପଢନ୍ତୁ: ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ ମେଥି

ବ୍ୟବହାର :

ମେଥି ପାଣି: ମେଥିଦାନାକୁ ରାତିସାରା ପାଣିରେ ଭିଜାନ୍ତୁ। ସକାଳେ, ଏହି ଜଳକୁ ଏକ ପାତ୍ରରେ ଛାଣି ନିଅନ୍ତୁ ଏବଂ ଏହି ପାଣିକୁ କେଶରେ ଭଲ ଭାବରେ ଲଗାନ୍ତୁ। 30 ରୁ 40 ମିନିଟ୍ ପରେ କେଶକୁ ସାଧାରଣ ପାଣିରେ ଧୋଇ ଦିଅନ୍ତୁ।

ମେଥିଦାନା ପେଷ୍ଟ: ଭିଜାଇ ଦିଆଯାଇଥିବା ମେଥିଦାନାରୁ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ସିଧାସଳଖ କେଶ ଏବଂ ତ୍ୱଚାରେ ଲଗାନ୍ତୁ। 30-40 ମିନିଟ୍ ପରେ ଧୋଇ ଦିଅନ୍ତୁ।

ସତର୍କତା: କିଛି ଲୋକ ମେଥି ଦାନାରେ ଆଲର୍ଜିର ଶିକାର ହୋଇପାରନ୍ତି, ତେଣୁ ଏହାକୁ ପ୍ରଥମ ଥର ବ୍ୟବହାର କରିବା ସମୟରେ ସତର୍କ ରୁହନ୍ତୁ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.