ETV Bharat / sukhibhava

Guava Leaves Face Pack: ଚମକୁଥିବା ତ୍ବଚା ଚାହୁଁଛନ୍ତି କି? ଲଗାନ୍ତୁ ଏହି ଫେସ୍‌ ପ୍ୟାକ୍‌ - ପିଜୁଳିପତ୍ର ଫେସ ପ୍ୟାକ

ଚମକୁଥିବା ତ୍ବଚା ଚାହୁଁଛନ୍ତି କି ? ଘରେ ରହିଥିବା ପତ୍ର କରିବ ସାହାଯ୍ୟ । ଅଧିକ ପଢ଼ନ୍ତୁ

Guava Leaves Face pack
Guava Leaves Face pack
author img

By ETV Bharat Odisha Team

Published : Sep 8, 2023, 4:26 PM IST

ହାଇଦ୍ରାବାଦ: ପିଜୁଳି ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାଆନ୍ତି । ଏଥିରେ ଅନେକ ପୋଷକ ତତ୍ତ୍ବ ରହିଥିବା ବେଳେ ସ୍ଥାସ୍ଥ୍ୟପକ୍ଷେ ହିତକର ଅଟେ। ତେବେ ପିଜୁଳି ସହିତ ଏହାର ପତ୍ରରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । ଏହା ମୁଖ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ବ୍ରଣ, ରାସେସ୍‌ ଏବଂ ତ୍ବଚା କୁଞ୍ଚନ ସମସ୍ୟାରୁ ମୁକ୍ତି ଦେଇଥାଏ ।

  • ତେଲିଆ ଚର୍ମ: କିଛି ଜଣଙ୍କର ଚର୍ମ ତେଲିଆ ହୋଇଥାଏ । ଏହି କାରଣରୁ ଅନେକ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଯାଇଥାଏ । ଚର୍ମର ତଳ ପୃଷ୍ଠରେ ରହିଥିବା ସେବିସୟସ ଗ୍ରନ୍ଥିରୁ ସେବମ ନିର୍ଗତ ଗୋଇଥାଏ । ସେବମ୍ ଆମ ଚର୍ମକୁ ଆର୍ଦ୍ର ରଖେ କିନ୍ତୁ ଏହାର ମାତ୍ରା ଅଧିକ ହେଲେ ଚର୍ମ ତେଲିଆ ଦେଖାଯାଏ। ଏଭଳି କ୍ଷେତ୍ରରେ ସାହାଯ୍ୟ କରିବ ପିଜୁଳି ପତ୍ର । ପ୍ରଥମେ କିଛି ପିଜୁଳି ପତ୍ର ନେଇ ଭଲ ଭାବେ ପେଶି ପେଷ୍ଟ ତିଆରି କରନ୍ତୁ । ଏହାପରେ ସେଥିରେ ଦୁଇଟି ସ୍ପୁନ୍‌ ଲେମ୍ବୁ ରସ ମିଶାଇ ମୁହଁରେ ଲଗାନ୍ତୁ । ଅଧଘଣ୍ଟା ଶୁଖିବାକୁ ଛାଡ଼ି ଦେଇ ଭଲ ଭାବେ ମୁହଁକୁ ଧୋଇ ଦିଅନ୍ତୁ । ଏହା ଦ୍ବାରା ମୁହଁରୁ ତେଲିଆ ଅଂଶ ଦୂର ହେବା ସହିତ ଫ୍ରେସ୍‌ ରହିବ ତ୍ବଚା ।
  • ବ୍ରଣ: ପାଗରେ ପରିବର୍ତ୍ତନ ସହିତ ଅନେକ ସାବୁନ ଏବଂ ଫେସଓ୍ବାସ କାରଣରୁ ମଧ୍ୟ ମୁହଁରେ ବ୍ରଣ ହୋଇଥାଏ । ତେବେ ଗୋଟିଏ ବ୍ରଣ ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରୟାସ କରୁଥିଲେ ହେଁ ସମସ୍ୟା ଦୂର ହେବା ପରେ କଳା ଦାଗ ରହିଯାଇଥାଏ। ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ପିଜୁଳି ପତ୍ରର ଫେସ ପ୍ୟାକ ବ୍ୟବହାର କରନ୍ତୁ। ପ୍ରଥମେ କିଛି ପିଜୁଳି ପତ୍ରକୁ ପାଣିରେ ଭିଜାଇ ରଖନ୍ତୁ। ଏହାପରେ ସେଥିରେ ଏକ ଚାମକ ହଳଦି ପାଉଡର ଏବଂ କିଛି ଆଲୋବେରା ନେଇ ଗ୍ରାଇଣ୍ଡିଂ କରନ୍ତୁ । ଏହାପରେ ଉକ୍ତ ପେଷ୍ଟକୁ ମୁହଁରେ ଲଗାଇ 20 ମିନିଟ ପର୍ଯ୍ୟନ୍ତ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ । ତେବେ ସପ୍ତାହକୁ 2 ଥର ଏଭଳି କରିବା ଦ୍ବାରା ଆକନି ଏବଂ ବ୍ଲାକ୍‌ହେଡ୍‌ ସମସ୍ୟାରୁ ମୁକ୍ତି ମିଳିପାରିବ ।

ଏହା ମଧ୍ୟ ପଢନ୍ତୁ: Guava Leaves: ପାଟି ଠାରୁ ଆରମ୍ଭ କରି ପାଚନତନ୍ତ୍ର ସମସ୍ୟାରୁ ମୁକ୍ତି ଦିଏ ପିଜୁଳି ପତ୍ର

  • ପ୍ରଥମେ କିଛି ପିଜୁଳି ପତ୍ରକୁ ନେଇ ପାଣିରେ 10 ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଉକ୍ତ ପାଣିକୁ ଏକ ସ୍ପ୍ରେ' ବୋତଲରେ ଭର୍ତ୍ତି କରନ୍ତୁ । ଏହି ପାଣିକୁ ମୁହଁରେ ସ୍ପ୍ରେ' କରିବା ଦ୍ବାରା ତ୍ବଚା ହାଇଡ୍ରେଟ୍‌ ରହିଥାଏ । ତ୍ବଚାରେ କୌଣସି ପ୍ରକାର ସମସ୍ୟା ଦେଖାଯାଏ ନାହିଁ । ଅନ୍ୟପଟେ ମଶା ଦାଉରୁ ମଧ୍ୟ ରକ୍ଷା କରିଥାଏ । ଚା' ପତ୍ର ତେଲ ସହିତ କିଛି ପିଜୁଳି ପତ୍ର ଫୁଟା ପାଣିକୁ ମୁହଁରେ ସ୍ପ୍ରେ' କରିବା ଦ୍ବାରା ଆକନୀ ସମସ୍ୟା ଦୂର ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.