ETV Bharat / sukhibhava

Vision Problem: ଖାଇଲେ ଏହି ସବୁ ଖାଦ୍ୟ, ଆବଶ୍ୟକ ପଡିବନି ଚଷମା !

author img

By

Published : Mar 25, 2023, 5:04 PM IST

ଆଖି ସମସ୍ୟାକୁ ଏଡାଇବା ପାଇଁ ଔଷଧ ପରିବର୍ତ୍ତେ ଖାଦ୍ୟ ମାଧ୍ୟମରେ କିପରି ଦୂର କରିବେ, ଜାଣନ୍ତୁ

Vision Problem
Vision Problem

ହାଇଦ୍ରାବାଦ: ଆଖି ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗ ମଧ୍ୟରୁ ଅନ୍ୟତମ । ମାତ୍ର ଆମ ପରିବର୍ତ୍ତିତ ଜୀବନଶୈଳୀ ଧୀରେ ଧୀରେ ଆଖିର ସ୍ବାସ୍ଥ୍ୟକୁ ବିଗାଡି ଦେଉଛି । କମ୍ପ୍ୟୁଟରରେ କାମ କରିବା, ସ୍ମାର୍ଟ ଫୋନ୍ ବ୍ୟବହାର ଆଖି ଉପରେ ପ୍ରଭାବ ପକାଉଛି । ଏହା ବ୍ୟତୀତ ଆଖିର ଦୁର୍ବଳତା, ଅସ୍ପଷ୍ଟତା, ମୋତିଆବିନ୍ଦୁ ଭଳି ବ୍ୟାଧି ମଧ୍ୟ ରହିଛି । ଏଥିପାଇଁ ଡାକ୍ତରୀ ଚିକିତ୍ସା ଉପଲବ୍ଧ ଥିଲେ ମଧ୍ୟ ଖାଦ୍ୟ ମାଧ୍ୟମରେ ସମସ୍ୟାକୁ କେତେକାଂଶରେ ଏଡାଯାଇ ପାରିବ । ତେବେ କଣ ସେହି ସବୁ ଖାଦ୍ୟ, ଜାଣନ୍ତୁ

ଅଁଳା: ଏହା ଆଖିର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ବିବେଚନା କରାଯାଏ । ଏଥିରେ ଭିଟାମିନ୍-ସି ଭରପୂର ଥାଏ । ଦୃଷ୍ଟିଶକ୍ତି ଦୁର୍ବଳ ଥିବା ଲୋକ, ଯେଉଁମାନେ ଚଷମା ପିନ୍ଧୁଛନ୍ତି ଯଦି ସେମାନେ ନିୟମିତ ଭାବେ ଅଁଳା ସେବନ କରିବେ, ତେବେ ତାଙ୍କୁ ଚଷମା ଲଗାଇବାର ଆବଶ୍ୟକତା ପଡିବନି ।

ସବୁଜ ପନିପରିବା:- ଏଥିରେ ଲୁଟେନ୍ ଏବଂ ଜିଆକ୍ସାଣ୍ଟିନ୍ ପ୍ରଚୁର ପରିମାଣରେ ମିଳିଥାଏ, ଏହା ବ୍ୟତୀତ ଏହା ଭିଟାମିନ୍-ସିର ଏକ ଉତ୍ତମ ଉତ୍ସ । ପାଳଙ୍ଗ, କୋବି ବ୍ୟତୀତ ଖାଦ୍ୟରେ ଗାଜର ଅନ୍ତର୍ଭୁକ୍ତ କରିପାରିବେ । ଗାଜରରେ ଭିଟାମିନ୍-ଏ ଏବଂ ବିଟା କାରୋଟିନ୍ ଥାଏ । ଦୃଷ୍ଟିଶକ୍ତି ପାଇଁ ଭିଟାମିନ୍-ଏ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କନ୍ଦମୂଳକୁ ମଧ୍ୟ ବିଟା କାରୋଟିନ୍ ଏବଂ ଭିଟାମିନ୍-ଇର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ।

ଏହା ମଧ୍ୟ ପଢନ୍ତୁ:- Pineapple Water: ସପୁରୀ ପାଣି ପିଇଲେ ଦୂରହୁଏ ଏହି ସବୁ ସ୍ବାସ୍ଥ୍ୟ ସମସ୍ୟା

ଅଣ୍ଡା: ଏଥିରେ ଲ୍ୟୁଟିନ୍ ଏବଂ ଜିଆକ୍ସାଣ୍ଟିନ୍ ଭରପୂର ଥାଏ । ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ । ବୟସ ବଢିବା ସହିତ ଦୃଷ୍ଟିଶକ୍ତି ହ୍ରାସ ପାଇବାର ସମ୍ଭାବନା ଥାଏ । ନିୟମିତ ଅଣ୍ଡା ଖାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଯାଇଥାଏ । ଅଣ୍ଡା ଭିଟାମିନ୍-ସି, ଭିଟାମିନ୍-ଇ ଏବଂ ଜିଙ୍କର ଏକ ଉତ୍ତମ ଉତ୍ସ ବୋଲି କୁହାଯାଏ ।

ମାଛ:- ମାଛରେ ଓମେଗା-ଫ୍ୟାଟି ଏସିଡ୍ ମିଳିଥାଏ । ଏହା ଆଖିରେ ଶୁଷ୍କତା, ଦର୍ଶନ ଶକ୍ତି ହ୍ରାସ ଏବଂ ମୋତିଆବିନ୍ଦୁ ଭଳି ସମସ୍ୟାକୁ ଦୂର କରିଥାଏ ।

ସାଇଟ୍ରସ୍ ଥିବା ଫଳ:- କମଳା, ଅଙ୍ଗୁର, ଲେମ୍ବୁ ଏବଂ ଜାମୁକୋଳି ପରି ଫଳ ଆଖି ପାଇଁ ଲାଭଦାୟକ । ଏହି ଫଳଗୁଡ଼ିକରେ ଭିଟାମିନ୍-ସି ଭରପୂର ଥାଏ । ମୋତିଆବିନ୍ଦୁ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଆଖିର ଶୀଘ୍ର ଦୁର୍ବଳତା ଭଳି ସମସ୍ୟା ଦୂର କରିବାରେ ଏଗୁଡିକ ସହାୟକ ହୋଇଥାନ୍ତି ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.