ETV Bharat / sukhibhava

Omicron New Variant: ପିଲାଙ୍କ ପ୍ରତି ଯତ୍ନବାନ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ - ଓମିକ୍ରନ ସବଭାରିଏଣ୍ଟ

ଚୀନରେ ବୃଦ୍ଧି ପାଉଛି ଓମିକ୍ରନ ସବଭାରିଏଣ୍ଟ BF.7(Omicron New Varient) । ଏହିସବୁ ଲକ୍ଷଣ ଥିଲେ ଅଧିକ ସଜାଗ ରହିବା ସହ ପିଲାମାନଙ୍କ ପ୍ରତି ଯତ୍ନବାନ ରହିବାକୁ ପରାମର୍ଶ ଦେଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । ଅଧିକ ପଢନ୍ତୁ

Omicron New Variant
Omicron New Variant
author img

By

Published : Dec 24, 2022, 10:55 AM IST

ହାଇଦ୍ରାବାଦ: ଯଦିଓ ବର୍ତ୍ତମାନ ଭାରତରେ କୋଭିଡ-19 ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ନାହିଁ କିନ୍ତୁ ଚୀନ୍‌ର ବର୍ତ୍ତମାନ ସ୍ଥିତି ମୁଣ୍ଡବିନ୍ଧାର କାରଣ ପାଲଟିଛି । କାରଣ ସେଠାରେ ଏବଂ ଓମିକ୍ରନର ନୂଆ ଭାରିଏଣ୍ଟ(Omicron New Varient)ର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛିି । ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି । ଜନସାଧାରଣଙ୍କୁ ସଚେତନ ମଧ୍ୟ କରାଯାଉଛି । ତେବେ ନୂଆ ଭାରିଏଣ୍ଟର କଣ ସବୁ ଲକ୍ଷଣ ରହିଛି, ଜାଣନ୍ତୁ...

BF.7 ର ଲକ୍ଷଣ ବିଷୟରେ କହିବାକୁ ଗଲେ ଏହାର ଲକ୍ଷଣଗୁଡ଼ିକ ଓମିକ୍ରନର ଅନ୍ୟ ଉପ-ପ୍ରକାର ସହିତ ସମାନ । ସେଥିମଧ୍ୟରୁ କିଛି ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ଥଣ୍ଡା ସହିତ ଜ୍ୱର ।
  • ଶ୍ୱାସକ୍ରିୟାର ଉପର ଭାଗରେ ଯନ୍ତ୍ରଣା କିମ୍ବା ଫୁଲା ।
  • ନାକ ଏବଂ ଗଳା ଯନ୍ତ୍ରଣା ।
  • ବାନ୍ତି ଓ ଝାଡା ।
  • ନିଶ୍ବାସ ନେବାରେ ସମସ୍ୟା ।
  • କଥା କହିବା ବେଳେ ଅସୁବିଧା ।
  • ମୁଣ୍ଡବିନ୍ଧା ଏବଂ ମାଂସପେଶୀ ଯନ୍ତ୍ରଣା ।
  • ଗନ୍ଧ ବାରି ନ ପାରିବା ।

କ’ଣ କୁହନ୍ତି ବିଶେଷଜ୍ଞ:-

ଇନ୍ଦୋର ମଧ୍ୟପ୍ରଦେଶର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସୋନାଲି ନବଲେ ପୁରନ୍ଦରେ କହିଛନ୍ତି ଯେ, ଯେହେତୁ ପ୍ରତ୍ୟେକ ଦେଶର ଲୋକଙ୍କ ଖାଦ୍ୟ ଅଭ୍ୟାସ ଭିନ୍ନ, ତେଣୁ ସେମାନଙ୍କର ଶାରୀରିକ ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଭିନ୍ନ । ତେଣୁ ଚୀନରେ ସଂକ୍ରମିତ ହେଉଥିବା ନୂଆ ଭୂତାଣୁର ପ୍ରଭାବ ଭାରତରେ ସମାନ ରହିବ ବୋଲି ଆକଳନ କରିବା ଭୁଲ୍ । ଆମ ଦେଶରେ କୋଭିଡ ସୁସ୍ଥହାର ଯଥେଷ୍ଟ ଉନ୍ନତ ରହିଛି ଏବଂ ଅଧିକାଂଶ ଲୋକେ କୋଭିଡ-19ର ଉଭୟ ଟିକା ନେବା ସହ ଡୋଜ ମଧ୍ୟ ନେଇସାରିଛନ୍ତି ।

କିନ୍ତୁ ଅବହେଳା ନକରି ବର୍ତ୍ତମାନ ଶୀତଋତୁ ଚାଲୁଥିବାରୁ ପୂର୍ବରୁ ଜାରି କରାଯାଇଥିବା ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ସୋନାଲି ।

  • ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ।
  • ହାତ ସ୍ୱଚ୍ଛତାର ଯତ୍ନ ନେବା ।
  • ଯଥାସମ୍ଭବ ଜନ ଗହଳି ସ୍ଥାନରୁ ଦୂରେଇ ରହିବା ।
  • ସାମାନ୍ୟ ଥଣ୍ଡା ଜ୍ବର ହେବା ମାତ୍ରେ ମାସ୍କ ପରିଧାନ କରିବା ।
  • ସାନିଟାଇଜ୍ ସହ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ।

ଏହା ସହିତ, ଖାଦ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ସ୍ବଚ୍ଛ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେହିପରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ସୋନାଲି । ସେହିପରି ପିଲାମାନଙ୍କ ପ୍ରତି ଅଧିକ ସଚେତନ ରହିବାକୁ ସେ କହିଛନ୍ତି । ଡକ୍ଟର ସୋନାଲି କହିଛନ୍ତି ଯେ, ‘‘କୋରୋନା କଟକଣା ହଟିବା ପରେ ପୁନର୍ବାର ପିଲାମାନେ ସ୍କୁଲ, ଟ୍ୟୁସନ ଯିବା ସହ ଅନ୍ୟ ପିଲାମାନଙ୍କ ସହ ଏକାଠି ହୋଇ ଖେଳକୁଦ କରୁଛନ୍ତି । ଏଥିପାଇଁ ସଂକ୍ରମଣ ବୃଦ୍ଧି ସମୟରେ ସେମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।’’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.