ETV Bharat / sukhibhava

Neck Pain: ବେକ-କାନ୍ଧର ଯନ୍ତ୍ରଣାକୁ ନେଇ ଚିନ୍ତିତ କି, କରନ୍ତୁ ଏହି ବ୍ୟାୟାମ

author img

By ETV Bharat Odisha Team

Published : Sep 4, 2023, 2:03 PM IST

ଅତ୍ୟଧିକ ସମୟ ବସିବା ଏବଂ ଭୁଲ ସ୍ଥିତିରେ ବସିବା ଯୋଗୁଁ କାନ୍ଧ ଏବଂ ବେକରେ ଯନ୍ତ୍ରଣା ହୋଇଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଛନ୍ତି ତାହେଲେ ଏହି ବ୍ୟାୟାମ ଦ୍ବାରା ସମସ୍ୟାରୁ ମୁକ୍ତି ପାଇପାରିବେ । ଅଧିକ ପଢ଼ନ୍ତୁ

Neck Pain
Neck Pain

ହାଇଦ୍ରାବାଦ: ଅତ୍ୟଧିକ କାର୍ଯ୍ୟ ଏବଂ ଭୁଲ ତରିକାରେ ବସିବା ଯୋଗୁଁ ପ୍ରାୟତଃ ବେକ ଏବଂ କାନ୍ଧରେ ଯନ୍ତ୍ରଣା ହୋଇଥାଏ । ଆଇଟି କ୍ଷେତ୍ରରେ କୋରୋନା ପରଠାରୁ ଓ୍ବାର୍କ୍‌ ଫ୍ରମ୍‌ ହୋମ୍‌ ଜାରି ରହିଛି । ଘରେ ବସି ଦୀର୍ଘ ସମୟ ଧରି କାମ କରିଥାଆନ୍ତି । ଏହି ପରିସ୍ଥିତିରେ, ଅତ୍ୟଧିକ ସମୟ ବସିବା ବା ଭୁଲ ସ୍ଥିତିରେ ବସିବା ଯୋଗୁଁ କାନ୍ଧ ଏବଂ ବେକରେ ଯନ୍ତ୍ରଣା ଭଳି ସମସ୍ୟା ହୋଇଥାଏ ।

ବେଳେବେଳେ ଅଧିକ ଯନ୍ତ୍ରଣା ହେତୁ ବେକ ଏବଂ କାନ୍ଧ ଫୁଲି ମଧ୍ୟ ଯାଇଥାଏ । ସାଧାରଣତଃ ତ୍ରୁଟିପୂର୍ଣ୍ଣ ଉଠାବସା, ବାରମ୍ବାର ଓଜନିଆ ବସ୍ତୁ ଉଠାଇବା, ନିଦ୍ରା, ଚାପ ଓ ବ୍ୟଗ୍ରତାରୁ ମସଲ ଷ୍ଟ୍ରେନ୍‌ ସୃଷ୍ଟି ହୁଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଜଣ ଔଷଧର ବ୍ୟବହାର କରିଥାଆନ୍ତି । କିନ୍ତୁ ଏହା ଦୀର୍ଘସ୍ଥାୟୀ ରୁହେ ନାହିଁ । ଯଦି ଏନେଇ କିଛି ବ୍ୟାୟାମ ଆପଣାଯାଏ ତାହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ କାନ୍ଧ ଏବଂ ବେକ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Text Neck Syndrome: ବେକକୁ ତଳକୁ ନୁଆଁଇ ସ୍ମାର୍ଟଫୋନ୍‌ ବ୍ୟବହାର କରୁଥିଲେ ହୋଇପାରେ ଏହି ରୋଗ

ବେକ ଏବଂ କାନ୍ଧ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟାୟାମ:

  • ନେକ ଟ୍ରେସ୍‌: ଏହି ବ୍ୟାୟାମ ଦ୍ବାରା ବେକ ଏବଂ କାନ୍ଧକୁ ଷ୍ଟ୍ରେଚିଂ ମିଳିବ, ଯାହାଦ୍ବାରା ବେକର ଯନ୍ତ୍ରଣାରୁ ଶୀଘ୍ର ମୁକ୍ତି ମିଳିପାରିବ। ବେକକୁ କ୍ଲକ୍‌ ଏବଂ ଆଣ୍ଟି କ୍ଲକ୍‌ରେ ବୁଲାଇବା ଦ୍ବାରା ଯନ୍ତ୍ରଣା ଦୂର ହୋଇପାରିବ । ଏହା ଦ୍ବାରା ବେକର ମାଂସପେଶୀ ଷ୍ଟ୍ରେଚ୍‌ ହେବା ସହିତ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
  • ସୋଲ୍ଡର ରୋଲ୍‌: ପ୍ରଥମେ କାନ୍ଧକୁ କାନ ପାଖକୁ ଉଠାଇ ପୁଣି ସିଧା କରିବା ଏବଂ ଅନ୍ୟପଟେ ଏହାର ବିପରିତ କରିବା ଦ୍ବାରା କାନ୍ଧ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ। ବେଳେବେଳେ ଅଧିକ ଶୋଇବା ଯୋଗୁଁ ମଧ୍ୟ କାନ୍ଧ ଏବଂ ବେକରେ ଯନ୍ତ୍ରଣା ହୋଇଥାଏ। ଏହି ବ୍ୟାୟାମ କେତେକାଂଶରେ ଯନ୍ତ୍ରଣାକୁ ରକ୍ଷା କରିପାରିବ ବୋଲି କୁହାଯାଇଛି।
  • ନେକ୍ ରୋଟେସନ୍‌: ଏହା ବେକର ଏକ ବ୍ୟାୟାମ ଅଟେ । ବେକକୁ ପ୍ରଥମେ ଡାଢାଣ ପାର୍ଶ୍ବର କାନ୍ଧ ପର୍ଯ୍ୟନ୍ତୁ ବୁଲାଇ ପୁଣି ବାମ ପାର୍ଶ୍ବର କାନ୍ଧ ପର୍ଯ୍ୟନ୍ତ ବୁଲାନ୍ତୁ । 10 ଥର ଏପରି କରିବା ଦ୍ବାରା କିଛି ଦିନ ମଧ୍ୟରେ ସମ୍ପୁର୍ଣ୍ଣ କାନ୍ଧ ଯନ୍ତ୍ରଣା ଦୂର ହୋଇପାରିବ ।
  • ସୋଲ୍ଡର ସ୍ରଗ୍ସ: ପ୍ରଥମେ ନିଜ ମୁଣ୍ଡକୁ ସିଧା ରଖନ୍ତୁ । ମୁଣ୍ଡକୁ ସିଧା ରଖି 10 ସେକେଣ୍ଡ ପର୍ଯ୍ୟନ୍ତ ବେକକୁ ଉପରକୁ ଉଠାଇ ରଖନ୍ତୁ । କମ୍ୟୁଟର ସାମ୍ନାରେ ଅଧିକ ସମୟ ବସି ରହିବା ଦ୍ବାରା ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ । ପ୍ରତ୍ୟେକ ଦିନ 30 ମିନିଟ ଏହି ବ୍ୟାୟାମ କରିବା ଉଚିତ ।

ଏହା ବ୍ୟତୀତ ମାର୍ଜରିଆସନ, ବିତିଲାସନ, ବାଳାସନ, ନଟରାଜାସନ ପରି କେତେକ ଆସନ କରାଯାଇପାରେ । ପ୍ରତ୍ୟେକ ଦିନ 15ରୁ 20ମିନିଟ ବ୍ୟାୟାମ କରିବା ଦ୍ବାରା ବେକ ଯନ୍ତ୍ରଣାରୁ ଏସବୁ ଯୋଗାସାନ ଆଶ୍ୱସ୍ତି ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.