ETV Bharat / sukhibhava

Honey Side Effects: ଆବଶ୍ୟକତାଠୁ ଅଧିକ ମହୁ ସେବନ କ୍ଷତିକାରକ, ଭୋଗିବେ ସମସ୍ୟା - ଅଧିକ ମହୁ ଖାଇବା ଦ୍ବାରା କଣ ହୋଇଥାଏ

ମହୁ ସ୍ବାସ୍ଥ୍ୟ ଉପକାରୀ ଅଟେ । କିନ୍ତୁ ଆବଶ୍ୟକତା ଠାରୁ ଅଧିକ ମହୁ ସେବନ ଦ୍ବାରା ଶରୀର ଉପରେ ଏହି ପ୍ରଭାବ ପଡିଥାଏ । ଅଧିକ ପଢନ୍ତୁ

Honey Side Effects
Honey Side Effects
author img

By

Published : Aug 12, 2023, 12:48 PM IST

ହାଇଦ୍ରାବାଦ: ସେ ଶରୀର ପାଇଁ ହେଉ କି ଚର୍ମ ସମସ୍ୟା ହେଉ.. ସବୁ କ୍ଷେତ୍ରରେ ମହୁର ଆବଶ୍ୟକତା ସମସ୍ତେ ଜାଣନ୍ତି । ସ୍ବାସ୍ଥ୍ୟ ପାଇଁ ମହୁକୁ ଅମୃତ ବୋଲି କୁହାଯାଏ । ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମହୁ ଆମ ଶରୀରକୁ ସଂକ୍ରମଣରୁ ଦୂରେଇ ରଖିବାରେ ଲାଭଦାୟକ ଅଟେ । ଏଥି ସହିତ, ମେଦବହୁଳତା ଠାରୁ ଆରମ୍ଭ କରି ଗଳା ସଂକ୍ରମଣ ଠାରୁ ଦୂରେଇ ରଖିବାରେ ମହୁ ବ୍ୟବହାର କରାଯାଏ। କିନ୍ତୁ ଯଦି ଏହା ଆବଶ୍ୟକ ଠାରୁ ଅଧିକ ବ୍ୟବହୃତ ହୁଏ, ତେବେ ଏହା ଶରୀର ପାଇଁ ବିଷ ବା କ୍ଷତିକାରକ ମଧ୍ୟ ହୋଇପାରେ । ଜାଣନ୍ତୁ ମହୁ ଖାଇବାର ସ୍ବାସ୍ଥ୍ୟ ଅପକାରିତା ବିଷୟରେ ।

ଅଧିକ ମହୁ ଖାଇବା ଦ୍ବାରା ଶରୀର ଉପରେ ଏହି ପ୍ରଭାବ ପଡିଥାଏ:

  • ସମସ୍ତ ଜାଣୁ ଯେ, ଲେମ୍ବୁ ଏବଂ ମହୁ ଦ୍ବାରା ଓଜନ ହ୍ରାସ ହୋଇପାରିବ। କିନ୍ତୁ ଅତ୍ୟଧିକ ମହୁ ଖାଇବା ଦ୍ବାରା ଓଜନ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । କାରଣ ଏଥିରେ ଥିବା ଚିନି ଏବଂ କାର୍ବସ୍ ପରିମାଣ ଶରୀରରେ କ୍ୟାଲୋରୀ ବୃଦ୍ଧି କରିଥାଏ ଏବଂ ଏହା ଓଜନ ବୃଦ୍ଧି ହେବାର କାରଣ ହୋଇଥାଏ । ଯଦି ଆପଣ ମଧ୍ୟ ସକାଳେ ମହୁ ଏବଂ ଲେମ୍ବୁ ସହିତ ମିଶାଇ ପାଣି ପିଅନ୍ତି, ତେବେ ଏହାକୁ କେବଳ ସୀମିତ ପରିମାଣରେ ପିଅନ୍ତୁ ।
  • ଶରୀରକୁ ଗରମ ରହିଥାଏ ମହୁ। ଯଦି ଆପଣ ଚିନି ବଦଳରେ ସବୁକିଛିରେ ମହୁ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇପାରେ । ହଜମ ଶକ୍ତି କମିଯିବ, ଖାଇବା ବିଳମ୍ବରେ ହଜମ ହେବ । ଏତଦବ୍ୟତିତ ପେଟରେ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଏବଂ ପେଟଫୁଲା ହୋଇଥାଏ ।
  • ଯଦି ଆପଣ ନିୟମିତ ଭାବରେ ମହୁ ଖାଉଛନ୍ତି, ତେବେ ଏହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ମଧ୍ୟ ବୃଦ୍ଧି କରାଇପାରେ । ଫଳରେ ମଧୁମେହର ଆଶଙ୍କା ମଧ୍ୟ ବୃଦ୍ଧି ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: କୋଲେଷ୍ଟ୍ରଲ ଏବଂ ରକ୍ତଚାପରେ ଉନ୍ନତି ଆଣେ ମହୁ

  • ଅଧିକ ମାତ୍ରାରେ ମହୁ ଖାଇବା ମଧ୍ୟ ଓରାଲ ହେଲଥକୁ କ୍ଷତି ପହଞ୍ଚାଇପାରେ । ମହୁ ଦାନ୍ତରେ ଲାଗିପାରେ ଏବଂ ଏହା ଦାନ୍ତରେ ଯନ୍ତ୍ରଣା, ଫୁଲା, କ୍ୟାବିଟି ସମସ୍ୟା ବଢାଇବାର ସମ୍ଭାବନା ଅଧିକ ରହିଥାଏ । ବିଶେଷଜ୍ଞଙ୍କ କହିବା ଅନୁସାରେ, ମହୁ ଖାଇବା ପରେ ପାଟି ସଫା କରିବା ଉଚିତ୍‌ ।
  • ଯଦିଓ ମହୁରେ ଥିବା ଆଣ୍ଟିଅକ୍ସିଡାଣ୍ଟ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ, କିନ୍ତୁ ଏହାକୁ ଅତ୍ୟଧିକ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ । ଏହାସହିତ ଆଲର୍ଜି ସମସ୍ୟା ମଧ୍ୟ ହୋଇପାରେ । କେତେକ କ୍ଷେତ୍ରରେ ବାନ୍ତି ଏବଂ ଝାଡା ମଧ୍ୟ ହୋଇଥାଏ।

ଏହା ମଧ୍ୟ ପଢନ୍ତୁ: ସମ୍ପୂର୍ଣ୍ଣ ଶରୀର ପାଇଁ ଉପଯୋଗୀ ମହୁ, ଜାଣନ୍ତୁ କିପରି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.