ହାଇଦ୍ରାବାଦ: ଚର୍ମ ଆମ ଶରୀରର ଏକ ଅଂଶ । ଯାହା ସବୁବେଳେ ଆମ ଶରୀରକୁ ସୁରକ୍ଷା ଯୋଗାଏ । ଯହି ଚର୍ମ ଜନିତ ରୋଗ ହୁଏ ତେବେ ଲୋକେ ଘୃଣା କରିଥାନ୍ତି। ଏପରିକି ପ୍ରତିଦିନ ଲୋକେ ଦୁର୍ଘଟଣାର ଶିକାର ହୋଇ ଚର୍ମ ସମ୍ବନ୍ଧୀୟ ରୋଗର ଆକ୍ରାନ୍ତ ହୁଅନ୍ତି ତ ଆଉ କେତେଜଣ ଏସିଡ୍ ଆକ୍ରମଣର ଶିକାର ହୋଇଥାନ୍ତି । ଫଳରେ ସେମାନଙ୍କ ଚର୍ମ ଜଳିଯାଇଥାଏ। ଏହି ସବୁ ସମସ୍ୟା ହେଲେ ଚର୍ମ ଦାନ ସାହାଯ୍ୟରେ ନୂଆ ରୂପ ପାଇପାରିବେ ଲୋକେ। ସାଧାରଣତଃ ଚର୍ମ ଦାନ ବିଷୟରେ ଅଧିକାଂଶ ଜାଣନ୍ତି ନାହିଁ । ଆଜିର ସମୟରେ, ଡାକ୍ତରୀ ବିଜ୍ଞାନ(Medical Science) ଉନ୍ନତ ହୋଇଛି ଯେ ରକ୍ତ ଦାନ ଏବଂ ଅଙ୍ଗ ଦାନ ମାଧ୍ୟମରେ ଅନ୍ୟମାନେ ଜୀବନରେ ପୁର୍ନଜନ୍ମ ପାଇପାରୁଛନ୍ତି । କିଡନୀ, ଫୁସଫୁସ, ଆଖି ଏବଂ ହାର୍ଟ ଦାନ ଭଳି ଆଜିକାଲି ଚର୍ମ ଦାନ ମଧ୍ୟ କରାଯାଇପାରିବ । ଫଳରେ ଚର୍ମ ସମ୍ବନ୍ଧୀୟ ରୋଗାକ୍ରାନ୍ତ ଲୋକେ ଏକ ନୂଆ ଜୀବନ ପାଇପାରୁଛନ୍ତି। ତେବେ ଜାଣନ୍ତୁ ଚର୍ମ ସମ୍ବନ୍ଧୀୟ ରୋଗ ହେଲେ ଚର୍ମ ଦାନ ଲୋକଙ୍କୁ କିପରି ସାହାଯ୍ୟ କରେ ଏବଂ ଏହା କିପରି କରାଯାଇପାରିବ।
ଚର୍ମ ଜଳିବା ଗୁରୁତର ରୋଗର କାରଣ ହୋଇଥାଏ
ପ୍ରତିବର୍ଷ ଦୁର୍ଘଟଣା କିମ୍ବା ଏସିଡ୍ ଆକ୍ରମଣରେ ଅନେକ ଲୋକଙ୍କ ଚର୍ମ ଜଳିଯାଇଥାଏ। ଏଭଳି ପରିସ୍ଥିତିରେ ଚର୍ମ ଦାନ ସାହାଯ୍ୟରେ ଲୋକଙ୍କୁ ସାହାଯ୍ୟ କରି ଏକ ନୂଆ ରୂପ ଦିଆଯାଇଥାଏ । ପରିସଂଖ୍ୟାନ ଅନୁଯାୟୀ ଭାରତରେ ପ୍ରତିବର୍ଷ 80 ଲକ୍ଷରୁ ଅଧିକ ଲୋକ ବିଭିନ୍ନ ଦୁର୍ଘଟଣାର ଶିକାର ହୋଇ ସେମାନଙ୍କ ଚର୍ମ ଜଳି ଯାଇଥାଏ । ସେମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଅଟନ୍ତି । ଅନ୍ୟପକ୍ଷରେ, ଚର୍ମ ଜଳିବା କାରଣରୁ 10-15 ପ୍ରତିଶତ ଲୋକ ଚର୍ମ ସମ୍ବନ୍ଧୀୟ ରୋଗରେ ବି ଆକ୍ରାନ୍ତ ହୁଅନ୍ତି । ଯାହା ଶରୀର ପାଇଁ କ୍ଷତିକାରକ ହୋଇପାରେ ।
ଚର୍ମ ଦାନର ଆବଶ୍ୟକତା କାହିଁକି ?
ଚର୍ମ ହେଉଛି ଯେକୌଣସି ବ୍ୟକ୍ତିର ଶରୀରର ପ୍ରାକୃତିକ ଆବରଣ ଅଟେ । ଯାହା ଶରୀରର ସୁରକ୍ଷିତ କବଚ ଭାବେ କାର୍ଯ୍ୟ କରିଥାଏ । କେବଳ ଏତିକି ନୁହେଁ ଏହା ଶରୀରକୁ ସୂର୍ଯ୍ୟ, ପ୍ରଦୂଷଣ, ରାସାୟନିକ ପଦାର୍ଥ ଏବଂ ଜୀବାଣୁରୁ ମଧ୍ୟ ଚର୍ମ ରକ୍ଷା କରିଥାଏ। ଏହା ମଧ୍ୟ ଶରୀରକୁ ସୁରକ୍ଷିତ ରଖେ । ସ୍ବାଭାବିକ ଭାବରେ, ସାମାନ୍ୟ ଆଘାତ କିମ୍ବା ସ୍କ୍ରାଚ୍ ଇତ୍ୟାଦି ପାଇବା ପରେ ଚର୍ମ ନିଜେ ସୁସ୍ଥ ହୋଇଯାଏ । ଏହା ସହିତ, ଏହି ଚିହ୍ନ ଏବଂ ଦାଗଗୁଡ଼ିକ ଧୀରେଧୀରେ ହାଲୁକା ହେବାକୁ ଲାଗେ ।
ଚର୍ମ ଦାନ କିପରି କରାଯାଇପାରିବ ?
ଚର୍ମ ଦାନ ପାଇଁ ପ୍ରଥମେ ରକ୍ତ ପରୀକ୍ଷା ଏବଂ ଚର୍ମ ରଙ୍ଗ ପରୀକ୍ଷା କରାଯାଏ । ଚର୍ମ ଦାନ ପାଇଁ, ଚର୍ମ ଦାନ ବ୍ୟାଙ୍କରୁ ମଧ୍ୟ ସାହାଯ୍ୟ ନିଆଯାଇପାରେ। ଯେକୌଣସି ଲୋକ ଯଦି ଚର୍ମ ସମ୍ବନ୍ଧୀୟ ରୋଗରେ ଗୁରୁତର ଆକ୍ରାନ୍ତ ହୁଅନ୍ତି । ସେମାନଙ୍କୁ ଚର୍ମ ଦାନ କରାଯାଇ ନୂଆ ରୂପ ଦିଆଯାଇପାରିବ । ଯାହା ଫଳରେ ସେମାନେ ଏକ ନୂଆ ଜୀବନ ବଞ୍ଚିପାରିବେ ।
ସୂଚନା ଥାଉ କି, ସାଧାରଣତଃ ଜଣେ ମୃତ୍ୟୁବରଣ କରିଥିବା ବ୍ୟକ୍ତିର ଚର୍ମ 6 ଘଣ୍ଟା ମଧ୍ୟରେ ଆବଶ୍ୟକ କରୁଥିବା ଲୋକଙ୍କୁ ଦାନ କରାଯାଇପାରିବ । ଚର୍ମ ଦାନ କରୁଥିବା ବ୍ୟକ୍ତିଙ୍କ ଚର୍ମ 3ରୁ 5 ବର୍ଷ ପର୍ଯ୍ୟନ୍ତ ଫ୍ରିଜ୍ ପ୍ରକ୍ରିୟା ମାଧ୍ୟମରେ ଷ୍ଟୋର୍ କରି ମଧ୍ୟ ରଖାଯାଇପାରିବ ।