ETV Bharat / sukhibhava

Covid Side Effect: କୋରୋନାରେ ସାମାନ୍ୟ ସଂକ୍ରମଣ କରିପାରେ ଶ୍ରବଣ ଶକ୍ତିକୁ ଦୁର୍ବଳ - କୋଭିଡ

କୋଭିଡ ପାର୍ଶ୍ବ ପ୍ରତିକ୍ରିୟାର ଆଉ ଏକ ଖୁଲାସା କଲେ ସ୍ବାସ୍ଥ୍ୟ ବିଶେଷଜ୍ଞ । କୋରୋନାରେ ସାମାନ୍ୟ ସଂକ୍ରମଣ ମଧ୍ୟ ହଠାତ୍ ବଧିରତା ଏବଂ ଶ୍ରବଣ ଶକ୍ତିକୁ ଦୁର୍ବଳ କରିପାରେ । ଅଧିକ ପଢନ୍ତୁ

Covid Side Effect
Covid Side Effect
author img

By

Published : Apr 15, 2023, 12:25 PM IST

ସିଡନୀ: ପୁଣି କୋଭିଡ ପାର୍ଶ୍ବ ପ୍ରତିକ୍ରିୟାକୁ ନେଇ ଆସିଲା ଆଉ ଏକ ତଥ୍ୟ । କୋଭିଡରେ ସାମାନ୍ୟ ସଂକ୍ରମଣ ମଧ୍ୟ ଶ୍ରବଣ ଶକ୍ତିକୁ ପ୍ରଭାବିତ କରିପାରେ । ଅଧ୍ୟୟନ ଅନୁସାରେ, ଯଦି ଜଣେ ବ୍ୟକ୍ତି କୋରୋନାରେ ସାମାନ୍ୟ ସଂକ୍ରମଣ ହୋଇଛନ୍ତି ତେବେ ତାଙ୍କର ହଠାତ୍ ବଧିରତା ଏବଂ ଶ୍ରବଣ ଶକ୍ତି ଯାଇପାରେ । ବ୍ରିଟିଶ୍ ମେଡିକାଲ ଜର୍ଣ୍ଣାଲ୍ କେସ୍ ରିପୋର୍ଟ୍ସରେ ଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି ।

ସଡନ୍ ସେନ୍ସୋରିନ୍ୟୁରିଆଲ୍ ହିଅରିଂ ଲସ୍‌(SSNHL) ହଠାତ୍ ବଧିର ହୋଇଯିବା ବା କାନକୁ ନ ଶୁଭିବାର ସମସ୍ୟା । ୟୁନିଭରସିଟି ଅଫ୍ ସାଉଥ୍ ଅଷ୍ଟ୍ରେଲିଆର ନର୍ସିଂ ଅଧ୍ୟାପକ କିମ୍ ଗିବସନ୍ କହିଛନ୍ତି ଯେ, କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରେ ଏହି ଲକ୍ଷଣ ଖୁବ୍ କମ୍ ଦେଖାଯାଏ, ଏହାକୁ ଅନ୍ୟ ସାଧାରଣ ଲକ୍ଷଣ ଗୁଡିକ ମଧ୍ୟରେ ତାଲିକାଭୁକ୍ତ କରାଯାଏ ନାହିଁ । କିନ୍ତୁ ଅଧ୍ୟୟନରେ ଏହା ଦେଖାଗଲା ଯେ, 2022 ମସିହାରେ ସାମାନ୍ୟ କୋଭିଡ୍ ସଂକ୍ରମଣରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ପାଞ୍ଚ ସପ୍ତାହ ପରେ ଭର୍ଟିଗୋ ଏବଂ ଟିନ୍ନିଟସ୍ ରୋଗ ସହ ଗୋଟିଏ କାନରେ ତୀବ୍ର ଶ୍ରବଣ ଶକ୍ତି ହରାଇବାର ସମ୍ମୁଖୀନ ହୋଇଥିଲେ ।

ଭର୍ଟିଗୋ ହେଉଛି ଏକ ବ୍ୟାଧି, ଏହି ସମସ୍ୟା ହେଲେ ମୁଣ୍ଡ ବୁଲାଇବା ଭଳି ଅନୁଭବ ହୁଏ । କେବଳ ଏତିକି ନୁହେଁ, ଏହି ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଲାଗେ ଯେ, ସେମାନେ ଘୂରି ବୁଲୁଛନ୍ତି ନଚେତ୍ ଦୁନିଆ ତାଙ୍କ ଚାରିପଟେ ବୁଲୁଛି । ସେହିପରି ଟିନ୍ନିଟସ୍ ହେଉଛି ଏକ କାନ ରୋଗ । ଏହି ରୋଗ ହେଲେ ବାହାରେ କୌଣସି ଶବ୍ଦ ନଥିଲେ ମଧ୍ୟ ଶରୀର ମଧ୍ୟରୁ କିଛି ଶୁଭିବା ଭଳି ଲାଗେ । ଏହା ସ୍ପାଇନାଲ୍ ଟ୍ୟୁମରର ବିକାଶ ମଧ୍ୟ ହୋଇପାରେ । ରକ୍ତ ପ୍ରବାହ ବୃଦ୍ଧି କାରଣରୁ ଜଣେ ବ୍ୟକ୍ତିଙ୍କୁ କିଛି ବାଜୁଥିବା ଭଳି ଶବ୍ଦ ଶୁଣିବାକୁ ମିଳେ । ଏହିପରି କାନ ବ୍ୟାଧି କୋଭିଡ ପାର୍ଶ୍ବ ପ୍ରତିକ୍ରିୟା କରିପାରେ ବୋଲି ଡାକ୍ତର କିମ୍ ଗିବସନ୍ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଅନୁସନ୍ଧାନ: ଗର୍ଭାବସ୍ଥାରେ କୋଭିଡ ହୋଇଥିଲେ ଧୀର ହେବନି ଜନ୍ମିତ ଶିଶୁର ମସ୍ତିଷ୍କ ବିକାଶ

ସେ କହିଛନ୍ତି ଯେ, "ମୋର ଅଭିଜ୍ଞତା ଏହା ଦର୍ଶାଉଛି, ଯେଉଁମାନଙ୍କର ସାମାନ୍ୟ କୋଭିଡ ସଂକ୍ରମଣ ଅଛି, ସେମାନେ ମଧ୍ୟ ସ୍ଥାୟୀ ଏବଂ ଦୀର୍ଘସ୍ଥାୟୀ ପ୍ରଭାବର ଶ୍ରବଣ ବ୍ୟାଧିର ଶିକାର ହୋଇପାରନ୍ତି । ଏଥିପାଇଁ ଉଚ୍ଚ ଗୁଣବତ୍ତା, ବ୍ୟକ୍ତି-କେନ୍ଦ୍ରିତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାର ଆବଶ୍ୟକତା ରହିଛି ।" ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବ ଅଧ୍ୟୟନରୁ ମଧ୍ୟ କୋଭିଡ୍ SSNHL ବ୍ୟାଧି ସହ ଜଡିତ ବୋଲି ଦାବି କରିଛନ୍ତି । ହେଲେ ସେଗୁଡିକର ପ୍ରମାଣ ସୀମିତ ରହିଛି ।

ଗିବସନ୍ କହିଛନ୍ତି, ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ସତ୍ତ୍ବେ ସେ କୋଭିଡ୍-19ର ଏପରି ପାର୍ଶ୍ବ ପ୍ରତିକ୍ରିୟା ବାବଦରେ ଅବଗତ ନଥିଲେ । "ଏହା ମୋ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଅନୁଭୂତି ଥିଲା, ଯାହା ମୋର ଜୀବନ ଗୁଣ ଉପରେ ଅନେକ ମାସ ଧରି ପ୍ରଭାବ ପକାଇଥିଲା । କାରଣ ମୋର ପୂର୍ବରୁ ଶୁଣିବାରେ କୌଣସି ଅସୁବିଧା ହୋଇ ନଥିଲା, କାନ ସଂକ୍ରମଣ ମଧ୍ୟ ହୋଇନଥିଲା । କିନ୍ତୁ କୋଭିଡ ପରେ ଏପରି ସମସ୍ୟାର ସମ୍ମୁଖୀନ ହେଲି ।"

"ମୁଁ ଗୁରୁତର ଭର୍ଟିଗୋ ଅନୁଭବ କରୁଥିବା ସମୟରେ ଏକ କାର୍ ଚଳାଇବାରେ ଅସମର୍ଥ ହେଲି । ମୋର କାର୍ଯ୍ୟ ଭାର ହ୍ରାସ କରିବା ପାଇଁ କାର୍ଯ୍ୟରୁ ଛୁଟି ନେବାକୁ ପଡିଥିଲା । ଏହା ମୋର ସାମାନ୍ୟ ସଂକ୍ରମଣରୁ ହୋଇଥିଲା । ଏହି ସମସ୍ୟା ଯଦି ଚିରସ୍ଥାୟୀ ହୋଇଯିବ, ତାକୁ ନେଇ ଚିନ୍ତିତ ଥିଲା । ପରବର୍ତ୍ତୀ ସମୟରେ ଯଦି ସଂକ୍ରମିତ ହୁଏ, ଏହା କାରଣରୁ ମୋର ଶ୍ରବଣ ଶକ୍ତି ଆହୁରି ଦୁର୍ବଳ ହୋଇଯିବ, ଏପରି ଭାବନା ମଧ୍ୟ ମୋତେ ଚିନ୍ତାରେ ପକାଉଛି ।" ଏହି କାରଣରୁ ଜଣେ ବ୍ୟକ୍ତି ମାନସିକ ସ୍ତରରେ ମଧ୍ୟ ଦୁର୍ବଳ ହେବାର ସମ୍ଭାବନା ରହିଛି । ତେଣୁ ଏହାର ଚିକିତ୍ସା ପାଇଁ ଅନୁସନ୍ଧାନର ଆବଶ୍ୟକତା ଥିବା ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.