ହାଇଦ୍ରାବାଦ: ଟାଇଫଏଡ୍ ହେଉଛି ସାଲମାନେଲା ବ୍ୟାକ୍ଟେରିଆ ଦ୍ବାରା ସୃଷ୍ଟି ହେଉଥିବା ରୋଗ । ଏହି କାରଣରୁ ଉଚ୍ଚ ଜ୍ୱର, ଝାଡା ଏବଂ ବାନ୍ତି ହୁଏ । ଯେତେବେଳେ ଜଣେ ଏହି ବ୍ୟାକ୍ଟେକିଆ ଦ୍ୱାରା ସଂକ୍ରମିତ ଦୂଷିତ ଜଳ ପିଅନ୍ତି କିମ୍ବା ଖାଦ୍ୟ ଖାଆନ୍ତି, ସେତେବେଳେ ଜୀବାଣୁ ଆମ ଶରୀରରେ ପ୍ରବେଶ କରନ୍ତି । ଏହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ପ୍ରଭାବିତ କରିଥାଏ ଏବଂ ଆମର ହଜମ ପ୍ରକ୍ରିୟାକୁ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ କରେ ।
ବର୍ଷବର୍ଷ ଧରି ଟାଇଫଏଡ୍ ସମ୍ବନ୍ଧରେ ଏକ ପରାମର୍ଶ ରହିଆସିଛି କି, ଏହି ସମୟରେ ରୁଟି ଖାଇବା ଉଚିତ୍ ନୁହେଁ । ଡାକ୍ତରମାନେ ମଧ୍ୟ ରୁଟି ନଖାଇବାକୁ ପରାମର୍ଶ ଦେଇଥାନ୍ତି । ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ କି, ରୁଟିରେ ଏପରି କଣ ଅଛି ଯେଉଁଥିପାଇଁ ଟାଇଫଏଡ ରୋଗୀ ଏହାକୁ ଖାଇବା ଅନୁଚିତ୍ । ତେବେ ଆଜିର ଏହି ଆର୍ଟିକଲରେ ଆଲୋଚନା କରିବା, କାହିଁକି ଟାଇଫଏଡ ରୋଗୀଙ୍କୁ ରୁଟି ଖାଇବାକୁ ବାରଣ ହୁଏ...
ଟାଇଫଏଡରେ କାହିଁକି ରୁଟି ଖାଇବା ଉଚିତ୍ ନୁହେଁ
ଡାକ୍ତରଙ୍କ ଅନୁଯାୟୀ, ଟାଇଫଏଡ ସମୟରେ ରୁଟି ଖାଇବା ଦ୍ବାରା ଅବସ୍ଥା ଆହୁରି ବିଗିଡିପାରେ । ବାସ୍ତବରେ ଟାଇଫଏଡ୍ ହେଉଛି ପେଟ ସହିତ ଜଡିତ ଏକ ରୋଗ, ଯେଉଁଥିରେ ଗରିଷ୍ଠ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇନଥାଏ । ବିଶେଷକରି ଯେଉଁଥିରେ ଫାଇବରର ପରିମାଣ ଅଧିକ, ଏହିପରି ଖାଦ୍ୟରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି ଚିକିତ୍ସକ ଏହି ସମୟରେ ଯଥାସମ୍ଭବ ଫାଇବର ଥିବା ଖାଦ୍ୟରୁ ଦୂରେଇ ରହିବାକୁ କୁହାଯାଏ ।
ଅନ୍ୟପଟେ, ଯଦି ଆମେ ରୁଟି ବିଷୟରେ କଥା ହେବା, ଏଥିରେ ଥିବା ଫାଇବରର ପରିମାଣ ଅଧିକ ଏବଂ ହଜମ କରିବା ମଧ୍ୟ କଷ୍ଟ । ଟାଇଫଏଡରେ ରୁଟି ଖାଇବା ଉଚିତ ନୁହେଁ । ଅଧିକ ଫାଇବର ହେତୁ ଏହା ଅନ୍ତନଳୀର ସ୍ତରକୁ କ୍ଷତି ପହଞ୍ଚାଇପାରେ । ଫଳରେ ଝାଡା ହେବା ଦ୍ବାରା ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯାଇପାରେ ।
ତେବେ ଟାଇଫଏଡର କେତେଗୁଡ଼ିଏ ଲକ୍ଷଣ ରହିଛି, ଯାହା ଦୃଶ୍ୟମାନ ହେବା ମାତ୍ରେ ଡାକ୍ତରଙ୍କ ପରାମର୍ଶ କରାଇବା ନିହାତି ଜରୁରୀ । ସେଗୁଡିକ ମଧ୍ଯରୁ ମୁଣ୍ଡବିନ୍ଧା, ଭୋକ ନହେବା, ଚର୍ମ ଦାଗ, ବାନ୍ତି, ଜ୍ୱର ଲାଗି ରହିବା ଏପରିକି ଶାରୀରିକ ତାପମାତ୍ରା 104 ଡିଗ୍ରୀ ଛୁଇଁ ରହିବା ଟାଇଫଏଡର ମୁଖ୍ୟ ଲକ୍ଷଣ ।
Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।