ETV Bharat / sukhibhava

ଶୀଘ୍ର ଶୀଘ୍ର ଖାଦ୍ୟ ଖାଉଥିଲେ ସାବଧାନ ! ହୋଇପାରେ ଏହି ରୋଗ - ମେଦବହୁଳତା

ଅନେକ ଲୋକ ଏହାକୁ ଅଣଦେଖା କରନ୍ତି ଏବଂ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇଥାନ୍ତି । ତେବେ ଶୀଘ୍ର ଖାଦ୍ୟ ଖାଇବା ଅଭ୍ୟାସ ଦ୍ବାରା ଅନେକ ରୋଗର ଶିକାର ହୋଇପାରନ୍ତି । ଜାଣନ୍ତୁ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ,

ଶୀଘ୍ର ଶୀଘ୍ର ଖାଦ୍ୟ ଖାଉଥିଲେ ସାବଧାନ! ହୋଇପାରେ ଏହି ରୋଗ

author img

By ETV Bharat Odisha Team

Published : Oct 25, 2023, 7:12 AM IST

ହାଇଦ୍ରାବାଦ: ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ, ଆମେ ପ୍ରାୟତଃ ଖାଦ୍ୟ ଖାଇବାକୁ ପର୍ଯ୍ୟାପ୍ତ ସମୟ ପାଇନାହୁଁ । ଅଧିକାଂଶ ଲୋକଙ୍କୁ ବ୍ୟସ୍ତ କାର୍ଯ୍ୟସୂଚୀ ହେତୁ ଶୀଘ୍ର ଶୀଘ୍ର ଖାଦ୍ୟ ଖାଇବାକୁ ପଡ଼େ । କାମର ଚାପରେ ଲୋକମାନେ ମଧ୍ୟାହ୍ନ ଭୋଜନ ବିରତି ସମୟରେ ମଧ୍ୟ ଶୀଘ୍ର ଖାଦ୍ୟ ଖାଇ କାମକୁ ଫେରନ୍ତି । ଦୈନନ୍ଦିନ ଜୀବନରେ ଏପରି ଶୀଘ୍ର ଖାଇବା ଧୀରେଧୀରେ ଆମର ଅଭ୍ୟାସରେ ପରିଣତ ହୋଇଯାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଫଳରେ ସ୍ବାସ୍ଥ୍ୟ ସମସ୍ୟା ହେବା ସହ ଲୋକେ ଅନେକ ରୋଗର ଶିକାର ହୋଇଥାନ୍ତି ।

ବିଶେଷଜ୍ଞଙ୍କ ଅନୁଯାୟୀ, ଆମେ ସବୁବେଳେ ଆମର ଖାଦ୍ୟକୁ ଧୀରେଧୀରେ ଖାଇବା ଉଚିତ, ଏହାକୁ ଭଲ ଭାବରେ ଚୋବାଇବା ଏବଂ ଏହାକୁ ସ୍ବାଦ ନେଇ ଖାଇବା ଉଚିତ୍ । ଏହା ଖାଦ୍ୟ ହଜମ କରିବା ସହଜ କରିଥାଏ । ହେଲେ ଶୀଘ୍ର ଖାଇବା ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେବେ ଜାଣନ୍ତୁ ଏହାର ସମସ୍ୟା ବିଷୟରେ,

ମଧୁମେହର କାରଣ

ଶୀଘ୍ର ଖାଇବାର ଅଭ୍ୟାସ ମଧୁମେହ ଭଳି ଗମ୍ଭୀର ରୋଗ ସୃଷ୍ଟି କରିପାରେ । ଯେତେବେଳେ ଆମେ ଶୀଘ୍ର ଖାଦ୍ୟ ଖାଆନ୍ତି, ଆମେ ଖାଦ୍ୟକୁ ସଠିକ୍ ଭାବରେ ନଚୋବାଇ ଗିଳିଦେଇଥାଉ । ଏହା କରିବା ଦ୍ବାରା ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ହଜମ ହୁଏ ନାହିଁ ଏବଂ ରକ୍ତରେ ଥିବା ଗ୍ଲୁକୋଜ ସ୍ତର ହଠାତ୍ ବଢ଼ିଯାଏ । ଏହା ରକ୍ତରେ ଶର୍କରାକୁ ଅସ୍ଥିର କରିଥାଏ ଏବଂ ଆଗକୁ ଯାଇ ଇନ୍‌ସୁଲିନ ପ୍ରତିରୋଧର କାରଣ ହୋଇଥାଏ, ଯାହା ମଧୁମେହର ଭଳି ରୋଗ ସୃଷ୍ଟି କରେ । ତେଣୁ ସୁସ୍ଥ ରହିବାକୁ ହେଲେ ଶୀଘ୍ର ଖାଇବା ଅଭ୍ୟାସକୁ ଏଡ଼ାଇ ଖାଦ୍ୟକୁ ଧୀରେଧୀରେ ଚୋବାଇ ଖାଇବା ଉଚିତ୍ ।

ମେଦବହୁଳତାର ଶିକାର

ଶୀଘ୍ର ଖାଇବାର ଅଭ୍ୟାସ ଜଣେ ବ୍ୟକ୍ତିଙ୍କୁ ମେଦବହୁଳତାର ଶିକାର କରିପାରେ । ଯେତେବେଳେ ଆମେ ଶୀଘ୍ର ଖାଇଥାଉ, ଆମର ହଜମ ପ୍ରକ୍ରିୟା ବି ମନ୍ଥର ହୋଇଯାଏ, ଯେଉଁ କାରଣରୁ ଶରୀରରେ ଚର୍ବି ଜମା ହେବା ଆରମ୍ଭ ହୁଏ ଏବଂ ଓଜନ ବଢ଼ିବାକୁ ଲାଗେ । ଏଣୁ ଖାଦ୍ୟକୁ ଧୀରେଧୀରେ ଚୋବାଇ ଖାଇବା ଦରକାର । ଏହା ଦ୍ୱାରା ପେଟ ପୂର୍ଣ୍ଣ ଅନୁଭବ ହୁଏ ଏବଂ ଆମକୁ ଅତ୍ୟଧିକ ଖାଇବାଠାରୁ ଦୂରେଇ ରଖେ । ହଜମ ପ୍ରକ୍ରିୟା ସଠିକ ହେବା ସହ ମେଟାବୋଲିଜିମ୍ ସ୍ତର ମଧ୍ୟ ଭଲ ରହିଥାଏ ।

ଏହା ମଧ୍ୟ ପଢନ୍ତୁ: ସାବଧାନ ! ଖବରକାଗଜରେ ଖାଉଛନ୍ତି କି ?

ଖାଦ୍ୟ ଭଲ ହଜମ ହୁଏ ନାହିଁ

ଶୀଘ୍ର ଖାଇବା ଦ୍ବାରା ଖାଦ୍ୟ ସଠିକ୍ ଭାବରେ ଚୋବାଇବାରେ ରୋକିଥାଏ । ଚୋବାଇବା ଦ୍ବାରା ଲାଳରେ ଏନଜାଇମ୍ ଯୋଗାଇଥାଏ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ । ଶୀଘ୍ର ଖାଇବାବେଳେ, ଆମେ ଏକାଥରକେ ପ୍ରଚୁର ପରିମାଣର ଖାଦ୍ୟ ଖାଇଥାଉ, ଯାହା ହଜମ କରିବା କଷ୍ଟକର ହୋଇଯାଏ ।

(Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.