ETV Bharat / sukhibhava

ସାଦା ପାଣି ପିଇବାକୁ ଅମଙ୍ଗ କି ? ହାଇଡ୍ରେଟ ରହିବା ପାଇଁ ଆପଣାନ୍ତୁ ଏହିସବୁ ଉପାୟ - ହେଲ୍‌ଥ ନ୍ୟୁଜ

ହାଇଡ୍ରେସନ୍ ବା ଆଦ୍ର ରହିବା ଉତ୍ତମ ସ୍ୱାସ୍ଥ୍ୟର ଅନ୍ୟତମ ମୌଳିକ ଉପାଦାନ । ମାତ୍ର ଆମ ମଧ୍ୟରେ ଥିବା ଅଧିକାଂଶ ଲୋକେ ପାଣି ପିଇବାକୁ ପସନ୍ଦ କରନ୍ତିନି । ଯଦି ଆପଣ ମଧ୍ୟ ଏହି ଶ୍ରେଣୀରେ ଅଛନ୍ତି କିପରି ଏହି ଅଭ୍ୟାସକୁ ଦୂର କରିବେ ଜାଣନ୍ତୁ...

water
water
author img

By

Published : Dec 31, 2022, 5:08 PM IST

ହାଇଦ୍ରାବାଦ: ଜଳ ହିଁ ଜୀବନ ବୋଲି ଶୁଣିଥିବେ ନିଶ୍ଚୟ । ଆଜ୍ଞା ହଁ, ଏହା ମଧ୍ୟ ସତ୍ୟ । କାରଣ ଜଳ ଏକ ଜରୁରୀ ପୋଷକ ତତ୍ତ୍ୱ । ଶରୀର ସୁସ୍ଥ ରହିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ନିହାତି ଆବଶ୍ୟକ । କାରଣ ହାଇଡ୍ରେସନ୍ ବା ଆଦ୍ର ରହିବା ଉତ୍ତମ ସ୍ୱାସ୍ଥ୍ୟର ଅନ୍ୟତମ ମୌଳିକ ଉପାଦାନ । କିନ୍ତୁ ଅନେକ ଲୋକ ସାଦା ପାଣି ପିଇବାକୁ ପସନ୍ଦ କରନ୍ତି ନାହିଁ । ତେବେ ଏହି ଶ୍ରେଣୀର ଥିବା ଲୋକଙ୍କ ପାଇଁ ଖୁସି ଖବର । ନିମ୍ନରେ ସାଦା ପାଣି ପିଇବାକୁ ପସନ୍ଦ କରୁନଥିବା ଲକଙ୍କ ପାଇଁ କେତେକ ଟିପ୍ସ ରହିଛି ।

ଏହା ମଧ୍ୟ ପଢନ୍ତୁ:- ସାବଧାନ ! ଶୀତଦିନରେ ପାଣି ପିଇବାରେ ଅବହେଳା କରନ୍ତୁ ନାହିଁ

ଚିନିମୁକ୍ତ ସ୍ୱାଦ ମିଶାନ୍ତୁ: କିଛି ସୁଗାର-ଫ୍ରି ଫଳ ପାଣିରେ ମିଶାନ୍ତୁ । ଏହାକୁ ଏକ ଜଗରେ ରେଫ୍ରିଜେରେଟରରେ ରଖନ୍ତୁ । ଘରୁ ବାହାରକୁ ଯିବା ସମୟରେ ଏହି ପାଣିକୁ ସାଙ୍ଗରେ ନେଇଯାଆନ୍ତୁ ।

କିଛି ତାଜା ଫଳ ମିଶାନ୍ତୁ: କିଛି ପ୍ରାକୃତିକ ସ୍ୱାଦ ପାଇଁ ଆପଣଙ୍କ ପାଣି ବୋତଲରେ ଲେମ୍ବୁ, ବେରି, ଅନାରସ କିମ୍ବା କମଳାର କିଛି ଖଣ୍ଡ ମିଶାନ୍ତୁ । ଯଦି ବୋତଲକୁ ଫ୍ରିଜରେ ରଖାଯାଏ, ତେବେ ଫଳ ପ୍ରାୟ ତିନି ଦିନ ପର୍ଯ୍ୟନ୍ତ ସତେଜ ରହିବ ।

ଫୋନରେ ଏକ ୱାଟର ରିମାଇଣ୍ଡର୍ ଆପ୍ ଡାଉନଲୋଡ୍ କରନ୍ତୁ:-ସାଦା କିମ୍ବା ମିଠାଯୁକ୍ତ ପାଣି ପିଉଛନ୍ତି, ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ, ଆପଣ ପାଣି ପିଉଛନ୍ତି କି ନାହିଁ ତାହା ଗୁରୁତ୍ବପୂର୍ଣ୍ଣ । ତେଣୁ ଫୋନରେ ଏକ ୱାଟର ରିମାଇଣ୍ଡର୍ ଆପ୍ ଡାଉନଲୋଡ୍ କରନ୍ତୁ ଏବଂ ନିୟମିତ ପାଣି ପିଇବା ପାଇଁ ଟ୍ରାଏ କରନ୍ତୁ । ଏହା ଆପଣଙ୍କୁ ଦିନରେ ଟ୍ରାକ୍‌ରେ ରଖିବାରେ ସାହାଯ୍ୟ କରିବ ଏବଂ ଯେତେବେଳେ ଆପଣ ପାଣି ପିଇବାକୁ ଭୁଲି ଯାଉଥିବେ ଏହା ମନେ ପକାଇଦେବ ।

ପାଣିରେ ଏକ ଡ୍ୟାସ୍ କୋର୍ଡିଆଲ୍ ମିଶାନ୍ତୁ: ପାଣିରେ ଅଳ୍ପ ପରିମାଣର କୋର୍ଡିଆଲ୍ ମୃଦୁ ପାନୀୟ କିମ୍ବା ଫଳ ରସ ପିଇବା ପାଇଁ ଏକ ସୁସ୍ଥ ବିକଳ୍ପ । ଡାଏଟ୍ କୋର୍ଡିଆଲ୍‌ ଗୁଡିକରେ କମ୍ ଚିନି ମିଶା ଯାଇଥାଏ ।

ଏକ ଫଳ ସ୍ଲୁସି ପ୍ରସ୍ତୁତ କରନ୍ତୁ: ସକାଳେ ଘରେ ସତେଜ ଫଳ, ବରଫ ଏବଂ ପାଣି ମିଶାନ୍ତୁ । ଏହାକୁ ଦିନ ତମାମ ସେବନ କରନ୍ତୁ ।

କିଛି ଖାଇବା ପୂର୍ବରୁ, ଏକ ଗ୍ଲାସ୍ ପାଣି ରଖନ୍ତୁ: ପ୍ରତ୍ୟେକ ସ୍ନାକ୍ସ ପୂର୍ବରୁ ନିଜ ପାଖରେ ଏକ ଗ୍ଲାସ ପାଣି ରଖିବା ଅଭ୍ୟାସ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.