ETV Bharat / sukhibhava

ସାବଧାନ ! ପେଟରେ ଏହି ସବୁ ଯନ୍ତ୍ରଣା ହୋଇପାରେ ହୃଦ୍‌ରୋଗ ଲକ୍ଷଣ - କେଉଁ ଲକ୍ଷଣ ହୃଦରୋଗର କାରଣ

ପେଟର ସମସ୍ତ ଯନ୍ତ୍ରଣାକୁ ସାଧାରଣ ଭାବେ ନିଅନ୍ତୁ ନାହିଁ । ଏହିପରି ଅବହେଳା ମନୋଭାବ କରିପାରେ ଜଟିଳ ସମସ୍ୟା । ଅଧିକ ପଢନ୍ତୁ

stomach pain
stomach pain
author img

By

Published : Mar 2, 2023, 8:26 AM IST

ହାଇଦ୍ରବାଦ: ପେଟ ଯନ୍ତ୍ରଣାକୁ ଅଧିକାଂଶ ଲୋକେ ସାଧାରଣ ଭାବି ଅଣଦେଖା କରିଥାନ୍ତି । ଅତ୍ୟଧିକ ଅମ୍ଳତା ବା ଗ୍ୟାସ୍ କିମ୍ବା ହଜମ ଜନିତ ସମସ୍ୟା ଭାବି ଅବହେଳା କରନ୍ତି । କିଛି ଲୋକ ଅସହ୍ୟ ହେଲେ ଏହି ତିନିଟି କାରଣ ଦର୍ଶାଇ ଔଷଧ ଖାଆନ୍ତି କିମ୍ବା ଘରୋଇ ଉପଚାର କରନ୍ତି । ଆପଣ ଯଦି ଏହି ତାଲିକାରେ ଅଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ବେଳେବେଳେ ପେଟ ଯନ୍ତ୍ରଣା ହୃଦୟ ରୋଗ ସହ ମଧ୍ୟ ଜଡିତ ଥାଇପାରେ । ତେବେ ଅନେକ ପ୍ରକାରର ପେଟ ଯନ୍ତ୍ରଣା ଥାଏ, କେଉଁ ପ୍ରକାରର ଯନ୍ତ୍ରଣାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ । ଏନେଇ ନିମ୍ନରେ ଆଲୋଚନା କରାଯାଇଛି ।

ଏକ ଯନ୍ତ୍ରଣା ସାଧାରଣ ପ୍ରକାରର ଯନ୍ତ୍ରଣା ଅନ୍ତନଳୀରେ ସଂକ୍ରମଣ ହେତୁ ହୋଇଥାଏ । ଏହି ପ୍ରକାର ଯନ୍ତ୍ରଣାରେ ପେଟରେ କିଛି ଅଂଶ ଦ୍ରୁତ ଗତି କରୁଥିବା ଭଳି ଅନୁଭବ ହୁଏ । ଏହି ପ୍ରକାର ଯନ୍ତ୍ରଣା ସମୟରେ ଡାଇରିଆ ମଧ୍ୟ ହୋଇପାରେ । ଯଦି ପେଟର ଡାହାଣ ପାର୍ଶ୍ୱରେ ଯନ୍ତ୍ରଣା ହୁଏ, ତେବେ ସେହି ଯନ୍ତ୍ରଣା ମଧ୍ୟ ଆପେଣ୍ଡିକ୍ସ ହୋଇପାରେ । ଏହି ଯନ୍ତ୍ରଣା ନାଭି ନିକଟରେ ମଧ୍ୟ ଅନୁଭବ ହୁଏ ।

ଯଦି ଏପରି ଯନ୍ତ୍ରଣା ଅନୁଭବ କରୁଛନ୍ତି, ଏହାକୁ ଏସିଡ୍ ସମସ୍ୟା ଭାବି ଅବହେଳା କରିବା ପରିବର୍ତ୍ତେ, ଡାକ୍ତରଙ୍କୁ ଦେଖାନ୍ତୁ । ସେହିପରି ଯଦି ପେଟରୁ ଅଣ୍ଟା ପର୍ଯ୍ୟନ୍ତ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ଷ୍ଟୋନ୍ କାରଣରୁ ହୋଇପାରେ । ଷ୍ଟୋନ୍ ଯନ୍ତ୍ରଣା ପ୍ରାୟତଃ ଏକ ଛୁଞ୍ଚି ଫୋଡିବା ପରି ଅନୁଭବ ହୁଏ । ଅଗ୍ନାଶୟ, ଯକୃତ କିମ୍ବା କିଡନୀରେ ଯେକୌଣସି ସ୍ଥାନରେ ଷ୍ଟୋନ୍ ହୋଇପାରେ ।

ପେଟ ଯନ୍ତ୍ରଣା ସହିତ ହୃଦୟ ସହିତ ସମ୍ପର୍କ କିପରି: ଯଦି ଆପଣଙ୍କ ପେଟର ଉପର ଭାଗରେ ଯନ୍ତ୍ରଣା ଅଛି, ଏହାକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଏପରି ଯନ୍ତ୍ରଣାକୁ ସାଧାରଣ ଭାବରେ ବିବେଚନା କରିବାର ଭୁଲ ପରବର୍ତ୍ତୀ ସମୟରେ ମହଙ୍ଗା ପଡିପାରେ । କେବଳ ଏସିଡିଟି କାରଣରୁ ଏହି ଯନ୍ତ୍ରଣା ହେଉଛି ବୋଲି ଆଦୌ ଭାବନ୍ତୁ ନାହିଁ । ମାୟୋକାର୍ଡିଆଲ୍ ସଂକ୍ରମଣ ମଧ୍ୟ ଏହାର କାରଣ ହୋଇପାରେ ।

ଏହା ଏପରି ସଂକ୍ରମଣ ଯାହା ହୃଦୟକୁ ସିଧାସଳଖ ପ୍ରଭାବିତ କରିଥାଏ, କିନ୍ତୁ ପେଟରେ ଯନ୍ତ୍ରଣା ଲକ୍ଷଣ ଦେଖାଦିଏ । ଏପରି ଯନ୍ତ୍ରଣା ହେଲେ ECG କରିବାରେ ବିଳମ୍ବ କରନ୍ତୁ ନାହିଁ । ଡାକ୍ତରଙ୍କୁ ସମ୍ପୂର୍ଣ୍ଣ ଯନ୍ତ୍ରଣା ଓ ଅସୁବିଧା ବାବଦରେ ଜଣାନ୍ତୁ । ଏହି ଯନ୍ତ୍ରଣା ଯେକୌଣସି ସମୟରେ ହୃଦଘାତର କାରଣ ହୋଇପାରେ, ତେଣୁ ସତର୍କତା ଅବଲମ୍ବନ କରନ୍ତୁ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.