ETV Bharat / sukhibhava

ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ ଭିଟାମିନ ଡି ଅଭାବ ! - ପ୍ରଜନନ କ୍ଷମତା ଉପରେ ଭିଟାମିନ ଡିର ପ୍ରଭାବ

ଶରୀରରେ ଅତ୍ୟଧିକ Vitamin D ପରିମାଣ ମଧ୍ୟ ମହିଳାଙ୍କ କ୍ଷେତ୍ରରେ ହୋଇଥାଏ ହାନିକାରକ । ଏହା ପ୍ରଜନନ କ୍ଷମତାକୁ ହ୍ରାସ କରିବାର କାରଣ ପାଲଟିଥାଏ । ଏଥିଲାଗି ମହିଳାମାନେ ସର୍ବଦା ସତର୍କ ରହିବା ଆବଶ୍ୟକ । ଅଧିକ ପଢନ୍ତୁ

ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ ଭିଟାମିନ ଡି ଅଭାବ !

author img

By

Published : May 26, 2022, 11:41 AM IST

ହାଇଦ୍ରାବାଦ: ଗତ କିଛି ବର୍ଷ ମଧ୍ୟରେ ଭିଟାମିନ 'ଡି' (Vitamin D) ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଭିଟାମିନକୁ 'ସନ୍‌ସାଇନ ଭିଟାମିନ' ମଧ୍ୟ କୁହାଯାଏ । ଏହା ବିଭିନ୍ନ ଖାଦ୍ୟ ପଦାର୍ଥରେ ମଧ୍ୟ ରହିଥାଏ । ଅନେକ ପ୍ରକାର ଭିଟାମିନ ଡି ମଧ୍ୟରେ କୋଲେକାଲସିଫେରୋଲ୍ (Cholecalciferol) ଅଧିକ ମାତ୍ରାରେ ଚର୍ମ ଓ ବିଭିନ୍ନ ଖାଦ୍ୟରେ ରହିଥାଏ । ଆମେ ଅଧିକାଂଶ ସମୟ ସୂର୍ଯ୍ୟଙ୍କ କିରଣ ତଳେ ରହିଲେ ଆମ ଶରୀର ଭିଟାମିନ ଡି ମିଳିଥାଏ । ତେବେ ଅଧିକାଂଶ ମହିଳା ସୂର୍ଯ୍ୟଙ୍କ କିରଣ (Sun Exposure)ରୁ ନିଜକୁ ବଞ୍ଚିତ ରଖିଥାନ୍ତି । ତେବେ ଏପରି କରିବା ଉଚିତ ନୁହେଁ । ଏହି ଭିଟାମିନର ଅଭାବ (Vitamin D Deficient) ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇପାରେ ।

ଭିଟାମିନ ଡି ଓ ପ୍ରଜନନ କ୍ଷମତା ମଧ୍ୟରେ ସମ୍ପର୍କ ?

ଭିଟାମିନ୍ ଡି'ର ଅନେକ ସ୍ବାସ୍ଥ୍ୟ ଉପକାର ଭୂମିକା ରହିଛି । ଗର୍ଭଧାରଣ କରିବାକୁ ଚେଷ୍ଟା କରୁଥିବା ମହିଳାମାନଙ୍କ ମଧ୍ୟରେ ଏକ ସୁସ୍ଥ ଗର୍ଭଧାରଣ ସହିତ ଏହା ଜଡିତ ରହିଥାଏ । ଏ ନେଇ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଅନୁଭା ସିଂଙ୍କ କହିବାନୁସାରେ, ଯେଉଁ ମହିଳାଙ୍କ ରକ୍ତରେ ଭିଟାମିନ ଡି'ର ସ୍ତର 30ng/ml ରହିଥାଏ ସେମାନଙ୍କଠାରେ, କମ୍‌ ଭିଟାମିନ ଡି ସ୍ତର ଥିବା ମହିଳାଙ୍କଠାରୁ ଗର୍ଭଧାରଣର କ୍ଷମତା ଅଧିକ ହୋଇଥାଏ । ଯେଉଁମାନଙ୍କ ଶରୀରରେ ଅଧିକ ଭିଟାମିନ ଡି ରହିଥାଏ, ସେମାନଙ୍କ ଶରୀରର ସୁସ୍ଥ ରହିବା ସହିତ ଗର୍ଭଧାଣରେ କୌଣସି ସମସ୍ୟା ଉପୁଜିନଥାଏ ।

ଶରୀରକୁ କେତେ ପରିମାଣର Vitamin-D ଆବଶ୍ୟକ ?

ସମସ୍ତଙ୍କ ଶରୀର ପାଇଁ ଏକା ପରିମାଣର ଭିଟାମିନ ଡି ଆବଶ୍ୟକ ପଡ଼ିନଥାଏ । ଏହା ଗୋଟିଏ ଶରୀରଠୁ ଅନ୍ୟ ଏକ ଶରୀର ପାଇଁ ଭିନ୍ନ ଭିନ୍ନ ହୋଇଥାଏ । ଏଥିଲାଗି ଏକ ସ୍ବତନ୍ତ୍ର ପ୍ରକାର ପରୀକ୍ଷା କରିବାକୁ ପଡ଼ିଥାଏ, ତାହାକୁ ହାଇଡ୍ରକ୍ସି ଭିଟାମିନ ଡି( Hydroxy Vitamin D Test) କରିବାକୁ ପଡ଼ିଥାଏ । ଉକ୍ତ ପରୀକ୍ଷଣ ପରେ ନିର୍ଦ୍ଦିଷ୍ଟ ଶରୀର ପାଇଁ ଭିଟାମିନ ଡି'ର ପରିମାଣ ଜଣାପଡ଼ିଥାଏ ବୋଲି ଡକ୍ଟର ଅନୁଭା ସିଂ କହିଛନ୍ତି ।

ଗର୍ଭଧାରଣ ସମୟରେ Vitamin-D ଆବଶ୍ୟକତା:-

ଦିଲ୍ଲୀର ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଶୋଭା ଗୁପ୍ତାଙ୍କ ଅନୁସାରେ ଗର୍ଭଧାରଣ ପାଇଁ ଭିଟାମିନ ଡି ଏକ ବୁଷ୍ଟ ଭାବରେ କାର୍ଯ୍ୟ କରେ । ଏହାସହିତ ଏକ ସୁରକ୍ଷିତ ଗର୍ଭଧାରଣରେ( Safe Pregnancy)ମଧ୍ୟ ଏହା ସହାୟକ ହୋଇଥାଏ । ପ୍ରିଟର୍ମ ଡେଲିଭରୀ, ଜେଷ୍ଟେସନାଲ ଡାଇବେଟିସ, ପ୍ରିକ୍ଲାମ୍ପସିଆ (ଗର୍ଭଧାରଣ ସମୟରେ ଉଚ୍ଚ ରକ୍ତଚାପ) ଭଳି ଅନେକ ସମସ୍ୟା ଭିଟାମିନ ଡି ଅଭାବ ସହିତ ଜଡ଼ିତ । ଗର୍ଭଧାରଣ ସମୟରେ ଭିଟାମିନ ଡି'ର ଗ୍ରହଣ କରିବା ଦ୍ବାରା ଉଭୟ ମାଆ ଓ ଶିଶୁ ପାଇଁ ଏହା ଲାଭବାନ ହୋଇଥାଏ ।

ଏଥିରୁ ମିଳେ ଭିଟାମିନ ଡି:- ସୂର୍ଯ୍ୟଙ୍କ କିରଣ ବ୍ୟତୀତ ନିମ୍ନଲିଖିତ ପଦାର୍ଥରୁ ମଧ୍ୟ ମିଳିଥାଏ ଭିଟାମିନ ଡି । ଯେପରିକି ଫ୍ୟାଟି ଫିଶ, ସି ଫୁଡ, ରେଡ଼ ମିଟ୍‌, ଲିଭର(ଖାଦ୍ୟ ଭାବେ ଗ୍ରହଣ କରୁଥିବା ପ୍ରାଣୀ), ଅଣ୍ଡା କେଶର । ଏହା ମଧ୍ୟ ମନେରଖିବା ଉଚିତ୍‌ ଯେ, ଶରୀରରେ ଭିଟାମିନ ଡି'ର ପରିମାଣ ଅଧିକ ମଧ୍ୟ ଘାତକ ହୋଇଥାଏ । ଏଥିଲାଗି ଶରୀରରେ କାଲସିୟମର ପରିମାଣ ଅଧିକ ହୋଇଯିବା ସହ ହୃତପିଣ୍ଡର କ୍ଷତି ଓ ହାଡ଼କୁ ମଧ୍ୟ ଦୁର୍ବଳ କରିଦିଏ । ଗୋଟିଏ ଦିନରେ ଭିଟାମିନ ଡି'ର ପରିମାଣ 100 ମାଇକ୍ରୋଗ୍ରାମରୁ ଅଧିକ ହେଲେ ଏହା ଶରୀର ପାଇଁ ହାନିକାରକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.