ETV Bharat / sukhibhava

ବର୍ଷା ଋତୁରେ ସବୁ ସମସ୍ୟାରୁ ରକ୍ଷା କରେ ଖଜରା, ଦିନକୁ ଖାଆନ୍ତୁ ଏତିକି

ବର୍ଷା ଦିନେ ଅଧିକ ପରିମାଣର ଖଜରା ଖାଇବା ପାଇଁ କାହିଁକି କୁହାଯାଇଥାଏ ? ବର୍ଷା ଋତୁରେ ଖଜରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପକାଏ ଜାଣନ୍ତୁ

author img

By ETV Bharat Odisha Team

Published : Sep 15, 2023, 2:15 PM IST

dates
dates

ହାଇଦ୍ରାବାଦ: ଜାରି ରହିଛି ବର୍ଷା ଋତୁ । ଏହି ଋତୁକୁ ରୋଗର ଋତୁ ମଧ୍ୟ କୁହାଯାଏ । ସାଧାରଣତଃ ଏହି ଋତୁରେ ରୋଗପ୍ରତିରୋଧକ ଶକ୍ତି କମ ହୋଇଯାଇଥାଏ । ଏହି ଋତୁରେ ଅନେକ ପ୍ରକାରର ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ । ତେବେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଲୋକେ ଅନେକ ପ୍ରକାରର ସାବଧାନତା ଅବଲମ୍ବନ କରୁଥିବା ବେଳେ ପୃଷ୍ଟିକର ଖାଦ୍ୟ ମଧ୍ୟ ଖାଇଥାଆନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ସମୟରେ ଖଜରା ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଅନେକ ରୋଗରୁ ରକ୍ଷା କରିବାରେ ଖଜରାର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇଛି ।

ବର୍ଷା କାରଣରୁ ଚଟପଟା ଖାଦ୍ୟ ଖାଇବା ପାଇଁ ସମସ୍ତେ ପସନ୍ଦ କରିଥାଆନ୍ତି । କିନ୍ତୁ ଏହା ଶରୀର ଉପରେ ଅନେକ ପ୍ରକାର କୁପ୍ରଭାବ ପକାଇଥାଏ । କିନ୍ତୁ ଫଳ ସହିତ ଖଜରା ଖାଇବା ଦ୍ବାରା ସଂକ୍ରମଣରୁ ମୁକ୍ତି ମିଳିଥାଏ ।

⚛ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ବ ରହିଥାଏ, ଯାହା ସଂକ୍ରମଣ, ଆଲର୍ଜି ଭଳି ସମସ୍ୟାକୁ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ।

⚛ ଖଜରା ଶରୀରକୁ ଶକ୍ତି ପ୍ରଦାନ କରିବା ସହିତ ହିମୋଗ୍ଲୋବିନ ସ୍ତର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

⚛ ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ଦେଇଥାଏ ।

⚛ ବର୍ଷା ଋତୁରେ ପାଗରେ ପରିବର୍ତ୍ତନ ଯୋଗୁଁ ଶାରୀରିକ ଶକ୍ତି କମ ହୋଇଯାଇଥାଏ । ଏହାସହ ବ୍ୟାୟାମ କରିବାକୁ ମଧ୍ୟ ଇଚ୍ଛା ହୋଇନଥାଏ । ଏହି ପରିସ୍ଥିତିରେ ସବୁ ସମସ୍ୟାରୁ ମୁକ୍ତି ଦେବ ଖଜରା

⚛ ଖଜରାରେ ଫାଇବରର ମାତ୍ରା ଅଧିକ ରହିଥାଏ। ଏହା ହଜମଶକ୍ତି ବୃଦ୍ଧି, କୋଷ୍ଠକାଠିନ୍ୟ ସମସ୍ୟା ସହିତ ଏସିଡିଟିକୁ ମୁକ୍ତି ଦେଇଥାଏ।

⚛ ଖଜରା ପାଟିକୁ ଯେଭଳି ସ୍ବାଦିଷ୍ଟ ଚର୍ମ ପାଇଁ ମଧ୍ୟ ସେତିକି ଲାଭଦାୟକ। ସ୍କିନ ଗ୍ଲେୋ କରିବାରେ ସାହାଯ୍ୟ କରିଥାଏ।

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ 10ଟି ଶୁଖିଲା ଖଜରା ଖାଇବା ଦ୍ବାରା ଦୂର ହୋଇଥାଏ ଏହି ରୋଗ

କେତେବେଳେ ଖଜରା ଖାଇବା ଆବଶ୍ୟକ:

⚛ ତେବେ ଖଜରା ଖାଇବାର କୌଣସି ବୟସ ନଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି। ଯେକୌଣସି ବୟସର ବ୍ୟକ୍ତି ମଧ୍ୟ ଖଜରା ଖାଇପାରିବେ।

⚛ ଆନେମିଆରେ ରୋଗରେ ପୀଡିତ ବ୍ୟକ୍ତି ମଧ୍ୟାହ୍ନ ଭୋଜନ ଖାଇବା ପରେ ଖଜରା ଖାଇପାରିବେ ।

⚛ ତେବେ ଛୋଟ ଛୁଆଙ୍କ ପାଇଁ ମିଡ ମିଲ ସ୍ନାକ୍ସ(ସକାଳ 11.30ରୁ 12.30) ମଧ୍ୟରେ ଦେଇପାରିବ ।

ଖଜରାର ସ୍ବାସ୍ଥ୍ୟ ଉପକାରିତା:

⚛ ବର୍ଷା ଋତୁରେ ଆଦ୍ରତା ଅଧିକ ରହୁଥିବା କାରଣରୁ ଅନେକ ପ୍ରକାରର ଚର୍ମ ସମସ୍ୟା ଦେଖାଯାଇଥାଏ । କେଶ ଗୁଡିକ ସିଧା ହୋଇଯାଏ। ତେବେ ଶରୀରରେ ଭିଟାମିନ B6ର ଅଭାବ ଯୋଗୁଁ ଏହା ହୋଇଥାଏ ବୋଲି କୁହାଯାଇଛି । ତେବେ ପ୍ରତିଦିନ ଖଜରା ଖାଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିବ ବୋଲି କୁହାଯାଇଛି ।

⚛ କ୍ୟାଲସିୟମ ଏବଂ ମ୍ୟାଗ୍ନେସିୟମ ଶରୀରରେ ଖରାପ ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେବେ ଓଜନ ହ୍ରାସ କରିବା ପାଇଁ ଚାହୁଁଥିଲେ ପ୍ରତିଦିନ ଖଜରା ଖାଇବା ଆବଶ୍ୟକ ବୋଲି କୁହାଯାଇଛି ।

⚛ ଋତୁସ୍ରାବ ସମୟରେ ମହିଳାଙ୍କ ମନ ଭଲ ନଥାଏ ଏବଂ ସ୍ନାକ୍ସ ଖାଇବା ପାଇଁ ଇଚ୍ଛା ହୋଇଥାଏ । ତେବେ ଖଜରା ଖାଇବା ଦ୍ବାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିପାରିବ ।

⚛ ସ୍ମୃତି ଶକ୍ତି ବୃଦ୍ଧି କରିବାରେ ଖଜରା ସାହାଯ୍ୟ କରେ ବୋଲି ଅନେକ ଅଧ୍ୟୟନରୁ ଜଣାପଡିଛି।

⚛ ତେବେ ଗର୍ଭବତୀ ମହିଳାଙ୍କ ପାଇଁ ଖଜରା ରାମବାଣ ବୋଲି କୁହାଯାଇଛି । ଏହା ନର୍ମାଲ ଡେଲିଭରୀ ହେବାରେ ଲାଭଦାୟକ ବୋଲି କୁହାଯାଇଛି ।

କହିରଖୁଛୁ କି, ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଖଜରା ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ । କିନ୍ତୁ ଅଧିକ ଖଜରା ଖାଇବା ଦ୍ବାରା ଶରୀର ଉପରେ ସୁପ୍ରଭାବ ପଡିବା ବଦଳରେ କୁପ୍ରଭାବ ପଡିଥାଏ । ଦିନକୁ 5ରୁ6ଟି ଖଜରା ଖାଇବା ଆବଶ୍ୟକ ବୋଲି କୁହାଯାଇଛି । ଏହା ଠାରୁ ଅଧିକା ଶରୀର ପାଇଁ କ୍ଷତି ପହଞ୍ଚାଇପାରେ ବୋଲି କୁହାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.