ETV Bharat / sukhibhava

Disposable Cup And Cancer: ଡିସ୍ପୋଜେବଲ କପ ବ୍ୟବହାର କରୁଥିଲେ ସାବଧାନ ! ହୋଇପାରେ ବିପଜ୍ଜନକ - ଡିସ୍ପୋଜେବଲ କ୍ୟାନ୍ସରର କାରଣ

ଡିସ୍ପୋଜେବଲ କପରେ ଗରମ ପାନୀୟ ପିଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ। ଜାଣନ୍ତୁ ଏହାର ପ୍ରଭାବ

Disposable Cup And Cancer
Disposable Cup And Cancer
author img

By

Published : Aug 7, 2023, 5:10 PM IST

Updated : Aug 7, 2023, 5:20 PM IST

ହାଇଦ୍ରାବାଦ: ସମୟ ସହିତ ବଦଳିଛି ଲୋକଙ୍କ ଅଭ୍ୟାସ । ଇସ୍ପାତ କିମ୍ବା କାଚ ଗ୍ଲାସ୍‌ ବଦଳରେ ବର୍ତ୍ତମାନ ଲୋକେ ଡିସ୍ପୋଜେବଲ ବାସନ କପ ବ୍ୟବହାର କରୁଛନ୍ତି । ବର୍ତ୍ତମାନ କେବଳ ଡିସପୋଜେବଲ୍ କପ୍ ପିଇବା ପାଣି, ଚା, କଫି କିମ୍ବା ଅନ୍ୟ କୌଣସି ପାନୀୟ ପାଇଁ ବ୍ୟବହୃତ ହେଉଛି । ଛୋଟମୋଟ ଚା' ଦୋକାନଠାରୁ ଆରମ୍ଭ କରି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ସବୁ ସ୍ଥାନରେ ଏହି କପ୍‌ ବ୍ୟବହୃତ ହେଉଛି । ତେବେ ନିକଟରେ ଏନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ଡିସ୍ପୋଜେବଲର ବ୍ୟବହାର ଶରୀର ଉପରେ କୁପ୍ରଭାବ ପକାଏ ବୋଲି ଜଣାପଡିଛି ।

ଡିସ୍ପୋଜେବଲ କ୍ୟାନ୍ସରର କାରଣ କି?: ଏକ ରିପୋର୍ଟରେ କୁହାଯାଇଛି ଯେ, ପ୍ଲାଷ୍ଟିକ ଏବଂ ରାସାୟନିକ ପଦାର୍ଥ ବ୍ୟବହାର କରି ଏହି କପ୍‌ ତିଆରି କରାଯାଏ । ଯଦି ଆପଣ ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରୁଛନ୍ତି ତେବେ ଏହା କର୍କଟ ରୋଗର କାରଣ ହୋଇପାରେ । ଏଥିରେ ବିସଫେନୋଲ ଏବଂ ବିପିଏ ଭଳି ରାସାୟନିକ ପଦାର୍ଥ ରହିଥିବାରୁ ଏହା ବିପଦଜ୍ଜନକ ଅଟେ। ଯେତେବେଳେ ଏହି କପଗୁଡ଼ିକରେ ଚା କିମ୍ବା ଗରମ ପାଣି ପିଇଥାଏ, ସେଥିରେ ଥିବା ରାସାୟନିକ ପଦାର୍ଥ ସେଥିରେ ତରଳିଯାଏ ଏବଂ ପେଟକୁ ଯିବା ଦ୍ବାରା କ୍ୟାନ୍ସର ହେବାର ସମ୍ଭାବନା ଅଧିକ ରହିଥାଏ।

ଥାଇରଏଡ ସମସ୍ୟାର ଆଶଙ୍କା ମଧ୍ୟ ଅଧିକ: ଆହୁରି ମଧ୍ୟ କୁହାଯାଇଛି ଯେ, ଡିସପୋଜେବଲ୍ କପ୍ ତିଆରିରେ ରାସାୟନିକ ପଦାର୍ଥ ସହିତ ମାଇକ୍ରୋପ୍ଲାଷ୍ଟିକ୍ ମଧ୍ୟ ବ୍ୟବହାର କରାଯାଏ। ଏହି କାରଣରୁ ଥାଇରଏଡ୍ ପରି ବିପଜ୍ଜନକ ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ରହିଥାଏ। ମଦ୍ୟପମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ରହିପାରୋ ବୋଲି ରିପୋର୍ଟରେ କୁହାଯାଇଛି। ମଦ୍ୟପମାନେ ଏହି କପର ବହୁଳ ବ୍ୟବହାର ଦ୍ବାରା କକ୍ରଟ ରୋଗର ଆଶଙ୍କା ଦ୍ବିଗୁଣିତ ହୋଇଥାଏ ବୋଲି କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ: TNBC: ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନ୍ସର କଣ ? ଅନ୍ୟ କ୍ୟାନ୍ସର ତୁଳନାରେ ଏହା କେତେ ବିପଜ୍ଜନକ ? ଜାଣନ୍ତୁ

ଡିସ୍ପୋଜେବଲ କପର ବିକଳ୍ପ କଣ ?: ଯଦି ଏହାର ବ୍ୟବହାର ଦ୍ବାରା ଶରୀରରେ ରୋଗ ସୃଷ୍ଟି ହୋଇଥାଏ, ତେବେ ଏହାର ବିକଳ୍ପ କଣ ହୋଇପାରେ। ରିପୋର୍ଟରେ କୁହାଯାଛି ଯେ, ଚା, କଫି କିମ୍ବା ପାଣି ପିଇବା ପାଇଁ ପ୍ଲାଷ୍ଟିକ୍‌ କିମ୍ବା କାଗଜ ବ୍ୟବହାରକୁ ଏଡ଼ାଇବା ଉଚିତ । ଏହା ବଦଳରେ ଷ୍ଟିଲ୍‌ ବାସନ ବ୍ୟବହାର କରିବା ସ୍ବାସ୍ଥ୍ୟ ଉପଯୋଗୀ ଅଟେ। ମାଟି ପାତ୍ରରେ ଚା' ପିଇବାର ଅନେକ ଲାଭ ରହିଛି । ଏହା ମଧ୍ୟ କାଗଜ ଏବଂ ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିଥାଏ । ମାଟି ପାତ୍ରରେ ଏଭଳି ତତ୍ତ୍ବ ରହିଥାଏ ଯାହା ହାଡ଼ ପାଇଁ ଲାଭଦାୟକ ଅଟେ ।

ବିଦ୍ର: ପ୍ରକାଶିତ ଖବର ଇଟିଭି ଭାରତର ନିଜସ୍ବ ମତ ନୁହେଁ। ଏହା ଏକ ରିପୋର୍ଟ ଦ୍ବାରା ପ୍ରକାଶିତ ଖବର

Last Updated : Aug 7, 2023, 5:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.