ହାଇଦ୍ରାବାଦ: ବ୍ରେନ୍ ଷ୍ଟ୍ରୋକ୍(brain stroke) ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏହା ଏକ ସ୍ନାୟୁଗତ ଅବସ୍ଥା, ମସ୍ତିଷ୍କକୁ ରକ୍ତ ଯୋଗାଣ ଅଭାବ ବା ସମସ୍ୟା କାରଣରୁ ରକ୍ତ ଜମାଟ ବାନ୍ଧିବା ଆରମ୍ଭ ହୁଏ । ଏହା ଫଳରେ ମୁଣ୍ଡ ବୁଲାଇବା ପରି ସମସ୍ୟା ବା ଲକ୍ଷଣ ଦେଖାଯାଏ । ବେଳେବେଳେ ଲୋକମାନେ ଏହି ଲକ୍ଷଣରୁ ସାଧାରଣ ବୋଲି ଭାବିଥାନ୍ତି । ମାତ୍ର ଧୀରେ ଧୀରେ ଏହି ସମସ୍ୟା ମଣିଷର ଜୀବନ ମଧ୍ୟ ନେଇପାରେ । ତେବେ ଏହି ରୋଗ ବାବଦରେ ସ୍ବାସ୍ଥ୍ୟ ବିଶେଷଜ୍ଞ କଣ କହୁଛନ୍ତି ଜାଣନ୍ତୁ(what should be diet during brain stroke)...
![Brain Stroke](https://etvbharatimages.akamaized.net/etvbharat/prod-images/17267669_753201um.jpg)
ଡାକ୍ତରଙ୍କ କହିବା ଅନୁସାରେ, ବିଶେଷକରି ଏହି ସମସ୍ୟା 40ରୁ 50 ବର୍ଷ ବୟସରେ ଅଧିକ ଦେଖାଯାଏ । ବୟସ ବଢିଲେ ଧମନୀ ଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ । ଧମନୀଗୁଡ଼ିକର ସଂକୀର୍ଣ୍ଣତା ହେତୁ ରକ୍ତ ଯୋଗାଣ ବାଧାପ୍ରାପ୍ତ ହୁଏ । ତେଣୁ ପ୍ରାପ୍ତ ବୟସରେ ଖାଦ୍ୟ ଯୋଗାଣ ସଠିକ୍ ହେବା ଉଚିତ୍, ଯାହାଦ୍ୱାରା ଷ୍ଟ୍ରୋକ୍ ଭଳି ସମସ୍ୟାକୁ ଏଡ଼େଇ ଦିଆଯାଇପାରିବ ।
ବ୍ରେନ୍ ଷ୍ଟ୍ରୋକ୍ ସମୟରେ କିପରି ଡାଏଟ୍ କରାଯାଏ(Diet during brain stroke):-
ଡାଏଟିସିଆନ୍ ଡକ୍ଟର ସାରିକା ଶ୍ରୀବାସ୍ତବ କହିଛନ୍ତି ଯେ, ଯଦି ଷ୍ଟ୍ରୋକ୍ ଭଳି ସମସ୍ୟା ଦେଖାଯାଏ, ତେବେ ସର୍ବପ୍ରଥମେ ଖାଦ୍ୟରେ ଆପଲ୍ ସିଡର୍ ଭିନେଗାର(Apple Cider Vinegar) ଅନ୍ତର୍ଭୂକ୍ତ କରାଯିବା ଉଚିତ । ଯାହା ରକ୍ତ ଜମାଟ ବାନ୍ଧିବା ସମସ୍ୟାକୁ ଦୂର କରିଥାଏ । ବ୍ରେନ୍ ଷ୍ଟ୍ରୋକ୍ ସମୟରେ ଗରମ ଖାଦ୍ୟ ଖାଇବା ଉଚିତି । ଡାଲଚିନି, ଅଦା ଏବଂ କଞ୍ଚା ହଳଦୀ ରକ୍ତ ଜମାଟ ବାନ୍ଧିବାକୁ ଦୂର କରିବାରେ ସାହାଯ୍ୟ କରେ ।
ଷ୍ଟ୍ରୋକ୍ ସମସ୍ୟାରେ କଣ କରିବେ ନାହିଁ(What should be avoid during brain stroke):-
ଡକ୍ଟର ସାରିକା ଶ୍ରୀବାସ୍ତବ କହିଛନ୍ତି ଯେ, ଷ୍ଟ୍ରୋକ୍ ଭଳି ସମସ୍ୟା ହେଲେ ସ୍ପାଇନାଚ୍ ବା ପାଳଙ୍ଗ ଆଦୌ ଖାଇବା ଉଚିତ୍ ନୁହେଁ । ଏହା ଷ୍ଟ୍ରୋକ୍ ବୃଦ୍ଧିର କାରକ ହୋଇଥାଏ । ରୋଗୀଙ୍କୁ ଅଧିକ ରାଗ, ମସଲାଯୁକ୍ତ ଏବଂ ତେଲିଆ ଖାଦ୍ୟ ଦେବା ଉଚିତ୍ ନୁହେଁ । ରକ୍ତଚାପ ବୃଦ୍ଧି କରୁଥିବା ସମସ୍ତ ଜିନିଷ ବନ୍ଦ କରାଯିବା ଉଚିତ୍ । ଲୁଣର ବ୍ୟବହାର ମଧ୍ୟ ହ୍ରାସ କରିବା ଆବଶ୍ୟକ । ଯଦି ରକ୍ତଚାପ ବୃଦ୍ଧିପାଉଛି, ତେବେ ସୋଡିୟମ୍ ଧାରଣ କରିଥିବା ସମସ୍ତ ଖାଦ୍ୟକୁ ଏଡାଇବା ସହ ପୋଟାସିୟମ୍ ଥିବା ଖାଦ୍ୟଗୁଡିକୁ ଗ୍ରହଣ କରିବେ ।