ETV Bharat / sukhibhava

ମଧୁମେହ ରୋଗୀଙ୍କ ପାଇଁ ବେଶ୍ ଉପକାରୀ ମେଥି

author img

By

Published : Mar 22, 2023, 4:55 PM IST

ମଧୁମେହ ରୋଗୀଙ୍କ ପାଇଁ ଇନ୍‌ସୁଲିନ୍ ଅପେକ୍ଷା ଘରୋଇ ଉପଚାର ଅତ୍ୟନ୍ତ ଆବଶ୍ୟକ । ଖାଦ୍ୟରେ କଟକଣା ସହ ମେଥି ସାହାଯ୍ୟରେ କିପରି ମଧୁମେହ ରୋକିବେ । ଅଧିକ ପଢ଼ନ୍ତୁ

diabetes diet
diabetes diet

ହାଇଦ୍ରାବାଦ: ବୃଦ୍ଧ ହୁଅନ୍ତୁ କିମ୍ବା ଯୁବକ ସମସ୍ତେ ବର୍ତ୍ତମାନ ମଧୁମେହରେ ପୀଡିତ ହେଉଛନ୍ତି ଏହା ଏପରି ଏକ ରୋଗ ଯାହା ଥରେ ହେଲେ ଆଜୀବନ ସାଥିରେ ରହିଥାଏ । ଯଦି ମଧୁମେହକୁ ଅଣଦେଖା କରାଯାଏ, ଅର୍ଥାତ୍ ଖାଦ୍ୟରେ କଟକଣା ଅଣାନଯାଏ ତେବେ ଏହା ବିପଜ୍ଜନକ ହୋଇପାରେ । ମଧୁମେହରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ସହଜ ନହେଲେ ମଧ୍ୟ ଖାଦ୍ୟରେ କେତେକ ପରିବର୍ତ୍ତନ ରୋଗ ସମସ୍ୟାକୁ କେତେକାଂଶରେ ରୋକାଯାଇ ପାରିବ । ଡାକ୍ତରମାନେ ମଧ୍ୟ ଇନସୁଲିନ୍ ପରିବର୍ତ୍ତେ ଖାଦ୍ୟରେ କଟକଣା ଆଣିବାକୁ ପରାମର୍ଶ ଦିଅନ୍ତି ।

ଏଥିପାଇଁ ଔଷଧ ସେବନ ଅପେକ୍ଷା ଘରୋଇ ଉପଚାର ସବୁଠୁ ଗୁରୁତ୍ବପୂର୍ଣ୍ଣ । ଜାଣନ୍ତି କି, ମଧୁମେହ ରୋଗୀଙ୍କ ପାଇଁ ମେଥି ବେଶ୍ ଉପକାରୀ । ଆଜ୍ଞା ହଁ, ମେଥିରେ ଫାଇବର ଭରପୂର ପରିମାଣରେ ମିଳିଥାଏ । ଏହା ବ୍ୟତୀତ ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଆଣ୍ଟି-ଭାଇରାଲ୍ ଗୁଣ ରହିଛି, ଯାହା ଖାଦ୍ୟରୁ କାର୍ବୋହାଇଡ୍ରେଟ୍ ଏବଂ ଶର୍କରା ଶୋଷଣ କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀମାନେ ମେଥି ଖାଇ ଆବଶ୍ୟକ କରୁଥିବା ଇନସୁଲିନ୍ ପରିମାଣକୁ ହ୍ରାସ କରିପାରିବେ । ମେଥିରେ ଥିବା ଆମିନୋ ଏସିଡ୍ ରକ୍ତରେ ଥିବା ଶର୍କରା ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ରକ୍ତରେ ଇନସୁଲିନର ପରିମାଣ ବଢାଇଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ସବୁଠୁ ଅଧିକ ଆବଶ୍ୟକ ।

ଏହା ମଧ୍ୟ ପଢନ୍ତୁ:-ସ୍ଲିମ୍ ଫିଗର୍ ପାଇଁ କେବଳ ଫଳ ଓ ପନିପରିବାରେ ପ୍ରସ୍ତୁତ ଖାଦ୍ୟ ଖାଉଥିଲେ ସାବଧାନ !

ମେଥିର ଅନ୍ୟାନ୍ୟ ଉପକାରୀ ଗୁଣ : ମେଥି ଖାଇବା ଦ୍ବାରା ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ ଥିବା ଗୁଣ ଭାଇରାଲ୍ ସଂକ୍ରମଣରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଏହା ଶରୀରରେ କୋଲେଷ୍ଟ୍ରଲ୍‌ର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ, ଯେଉଁ କାରଣରୁ ହୃଦୟର ସ୍ୱାସ୍ଥ୍ୟ ବଜାୟ ରହିଥାଏ । ନିୟମିତ ମେଥି ସେବନ ମଧ୍ୟ ହଜମକୁ ଉନ୍ନତ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଶରୀରରୁ ପ୍ରଦାହ ଦୂର କରିବାରେ ସହାୟକ ହୋଇଥାଏ ।

ମେଥି ଚା' ପିଅନ୍ତୁ : ମେଥିରେ ଚା' ପ୍ରସ୍ତୁତ କରି ପିଇପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପ୍ୟାନରେ ପ୍ରାୟ 2 କପ୍ ପାଣି ଫୁଟାନ୍ତୁ । ପାଣି ଭଲ ଭାବେ ଫୁଟିବା ପରେ ଏକ ଚତୁର୍ଥାଂଶ ଚାମଚ ମେଥି ମିଶାନ୍ତୁ । ଏହି ପାଣିକୁ ଛାଣି ସେଥିରେ ମହୁ ଏବଂ ଲେମ୍ବୁ ମିଶାନ୍ତୁ । ସକାଳେ ଖାଲି ପେଟରେ ଏହି ଚା' ପିଇବା ଦ୍ବାରା ରକ୍ତରେ ଶର୍କରା ଏବଂ ମେଦବହୁଳତା ମଧ୍ୟ ଶୀଘ୍ର ହ୍ରାସ ହୋଇଥାଏ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.