ETV Bharat / sukhibhava

Diabetes in children: ପିଲାମାନଙ୍କଠାରେ ମଧୁମେହକୁ କିପରି ଚିହ୍ନଟ କରିପାରିବେ ? - ଛୋଟପିଲାଙ୍କ ମଧୁମେହ ଲକ୍ଷଣ

ମଧୁମେହ(Diabetes) ବର୍ତ୍ତମାନ ସମୟରେ ଏପରି ଭାବେ ବୃଦ୍ଧି ପାଉଛି ଯେ, ପିଲାକି ବୟସ୍କ ସବୁ ବର୍ଗର ଲୋକଙ୍କୁ କବଳିତ କରୁଛି । କୌଣସି ରୋଗ ହେଲେ ବୟସ୍କମାନେ ସେମାନଙ୍କ ଯତ୍ନ ନେଇପାରନ୍ତି, ମାତ୍ର ଏହା ପିଲାମାନଙ୍କୁ କବଳିତ କଲେ ଉପଶମ କରିବା କଷ୍ଟକର ହୋଇପଡେ । ତେଣୁ ପିଲାମାନଙ୍କୁ ମଧୁମେହ ହୋଇଛି କି କିପରି ଜାଣିବେ, ସତର୍କତା କିପରି ଅବଲମ୍ବନ କରିବେ ? ଜାଣନ୍ତୁ

Diabetes in children
Diabetes in children
author img

By

Published : Jan 9, 2023, 6:44 PM IST

ହାଇଦ୍ରାବାଦ: ଛୋଟ ପିଲାମାନଙ୍କର ସାଧାରଣତଃ ଭଲ-ମନ୍ଦ ବିଚାର କରିବାର କ୍ଷମତା ନଥାଏ । ଏଥିପାଇଁ ସେମାନେ ସର୍ବଦା ପସନ୍ଦର କାର୍ଯ୍ୟ କରିଥାନ୍ତି । ଯାହାଫଳରେ ସେମାନେ ସ୍ବାସ୍ଥ୍ୟ ଉପକାରୀ ପରିବର୍ତ୍ତେ ଯେଉଁ ଖାଦ୍ୟ ସ୍ବାଦିଷ୍ଟ ସେସବୁ ଖାଇବା ପାଇଁ ମନ ବଳାନ୍ତି । ବିଶେଷ କରି ସେମାନେ ଚକୋଲେଟ୍, ଚିପ୍ସ ଏବଂ ଜଙ୍କ୍ ଫୁଡ୍ ଆଦି ଖାଦ୍ୟ ପ୍ରତି ଅଧିକ ଆକୃଷ୍ଟ ହୁଅନ୍ତି । ସେମାନଙ୍କୁ ଏଥିପ୍ରତି ବାରଣ କରିବା ମଧ୍ୟ କଷ୍ଟକର ହୋଇପଡେ । ଏହି ଅଭ୍ୟାସ ଧୀରେଧୀରେ ପିଲାମାନଙ୍କ ଶରୀରେ ଜଟିଳ ଶାରୀରିକ ସମସ୍ୟା ସୃଷ୍ଟିକରେ । ବର୍ତ୍ତମାନ ସମୟରେ ମଧୁମେହ(Diabetes) ଏପରି ଏକ ରୋଗ, ଯାହା ସମସ୍ତଙ୍କୁ କବଳିତ କରୁଛି । ପିଲାଠୁ ବୟସ୍କ ସମସ୍ତେ ଏଥିରେ ପୀଡିତ ହେଉଛନ୍ତି । ଏହିସବୁ ଖରାପ ଅଭ୍ୟାସ ମଧ୍ୟ ପିଲାମାନଙ୍କୁ ମଧୁମେହ ଭଳି ରୋଗର ସମ୍ମୁଖୀନ କରାଇ ଦେଉଛି ।

Diabetes in children
ପିଲାମାନଙ୍କଠାରେ ମଧୁମେହ

ଏଥିରୁ ପିଲାମାନଙ୍କୁ ଦୂରେଇ ରଖିବା ପାଇଁ ଔଷଧ ପରିବର୍ତ୍ତେ ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ଆଣିବା ଆବଶ୍ୟକ । କାରଣ ସୁସ୍ଥ ଖାଦ୍ୟ ଯୋଜନା ମଧୁମେହ ପରିଚାଳନାର ଏକ ପ୍ରମୁଖ ଅଂଶ । ଏଥିପାଇଁ ବିଶେଷ କୌଣସି ଡାଏଟ୍ ପ୍ଲାନିଂର ଆବଶ୍ୟକତା ନଥିଲେ ମଧ୍ୟ ମାଆମାନଙ୍କୁ ପିଲାମାନଙ୍କ ଖାଦ୍ୟପେୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସବୁଠୁ ବଡ କଥା ହେଉଛି କି, ପିଲାଟିଏ ମଧୁମେହର ଆକ୍ରାନ୍ତ ହେଉଛି ଜାଣିବେ କିପରି, ଏନେଇ କଣ କୁହନ୍ତି ବିଶେଷଜ୍ଞ ଜାଣନ୍ତୁ(How to know if a child is suffering from diabetes)...

Diabetes in children
ପିଲାମାନଙ୍କଠାରେ ମଧୁମେହ

ପିଲାମାନଙ୍କଠାରେ ମଧୁମେହକୁ କିପରି ଚିହ୍ନଟ କରିପାରିବେ ?

ଯଦି ଆପଣଙ୍କ ସନ୍ତାନର ବାରମ୍ବାର ପରିସ୍ରା ଯାଉଛି, ଅଧିକାଂଶ ସମୟରେ ଶୋଷିଲା ଅନୁଭବ କରୁଛି, ସହଜରେ ଥକିଯାଏ କିମ୍ବା ଓଜନ ହ୍ରାସ ପାଉଛି ତେବେ ତା'ର ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ । ଯଦି ସିମ୍ପଲ୍ ରାଣ୍ଡମ୍ ବ୍ଲଡ ସୁଗାର ପରୀକ୍ଷାରେ ଡିସିଲିଟର ପ୍ରତି 200 ମିଲିଗ୍ରାମରୁ ଅଧିକ ରୁହେ ତେବେ ଏହା ମଧୁମେହର ସଙ୍କେତ ବୋଲି ଜାଣିନେବେ ।

Diabetes in children
ପିଲାମାନଙ୍କଠାରେ ମଧୁମେହ

ପିଲାମାନଙ୍କଠାରେ ସାଧାରଣ ପ୍ରକାରର ମଧୁମେହ:-

ପିଲାମାନଙ୍କର, ଟାଇପ୍-1 ଡାଇବେଟିସ୍ ଛଅ ମାସରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ଯେକୌଣସି ବୟସ ଶ୍ରେଣୀରେ ହୋଇପାରେ । ଯଦିଓ ସେମାନଙ୍କଠାରେ ଟାଇପ୍-1 ଡାଇବେଟିସ୍ ଅଧିକ ଦେଖାଯାଏ ତଥାପି ମେଦବହୁଳତା ବୃଦ୍ଧି କାରଣରୁ ଟାଇପ୍-୨ ମଧୁମେହ ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି ବୋଲି ବିଶେଷଜ୍ଞ କହନ୍ତି ।

ମଧୁମେହ ପିଲାମାନଙ୍କ ପାଇଁ ସୁସ୍ଥ ଏବଂ ସ୍ୱାଦିଷ୍ଟ ଖାଦ୍ୟ ଟିପ୍ସ:-

ପିଲାମାନଙ୍କ ସ୍ବାସ୍ଥ୍ୟ ବଜାୟ ରଥିବା ପାଇଁ କୌଣସି ବାହ୍ୟ ପନିପରିବା ବା ବିଶେଷ ଖାଦ୍ୟ ଉପରେ ଦୃଷ୍ଟି ଦେବାକୁ ପଡିବନି । ଏହା କେବଳ ଖାଉଥିବା ଖାଦ୍ୟର ଆବଶ୍ୟକତା ଏବଂ ନିୟମିତ ଖାଉଛି କି ନାହିଁ ସେ ଉପରେ ଅଧିକ ଗୁରୁତ୍ବ ଦେଇଥାଏ । ଯେଉଁ ଖାଦ୍ୟ ପ୍ଲେଟରେ ଶ୍ବେତସାର ପନିପରିବା ନଥିବ, ପ୍ରୋଟିନ୍ ଏବଂ ଜଟିଳ କାର୍ବୋହାଇଡ୍ରେଟର ମିଶ୍ରଣ ଥିବ ସେହିପରି ଖାଦ୍ୟ ପିଲାମାନଙ୍କ ପାଇଁ ବାଛିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ମଧୁମେହ ରୋଗରେ ପୀଡିତ ଶିଶୁମାନେ ପୁଷ୍ଟିକର ଏବଂ ସୁସ୍ଥ ଖାଦ୍ୟ ଯୋଗାଇ ପାରିବେ ।

Diabetes in children
ପିଲାମାନଙ୍କଠାରେ ମଧୁମେହ

ମଧୁମେହ ପିଲାମାନଙ୍କୁ କେଉଁ ଖାଦ୍ୟ ଦେବେ ନାହଁ:-

ପିଲାମାନେ ବିଶେଷକରି ଜୁସ୍, ସରବତ, ଆଇସକ୍ରିମ୍ ଭଳି କାର୍ବୋନେଟେଡ୍ ପାନୀୟ ଏବଂ ମିଠା ଲସି ପିଇବାକୁ ଆଗ୍ରହ ପ୍ରକାଶ କରନ୍ତି । ମାତ୍ର ଏହା ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ । ତେଣୁ ମିଠା ପାନୀୟଠାରୁ ପିଲାମାନଙ୍କୁ ଦୂରରେ ରଖନ୍ତୁ । କାରଣ ଏହିସବୁ ଖାଦ୍ୟ ଶରୀରରେ କ୍ୟାଲୋରୀ ଯୋଗ କରନ୍ତି ନାହିଁ, ଏଥିରୁ କୌଣସି ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିନଥାଏ । କୁକିଜ୍, ବାଦାମ ଭଳି ପ୍ୟାକେଜ୍ ଆଇଟମ୍ ଏବଂ ଅତ୍ୟଧିକ ତେଲ ଯୁକ୍ତ ଖାଦ୍ୟ ଭବିଷ୍ୟତରେ ହୃଦ୍‌ରୋଗ ଏବଂ କର୍କଟ ରୋଗର ବିପଦକୁ ଡାକିଆଣେ । ତେଣୁ ଏହାକୁ କମ୍ କରାଯିବା ନିହାତି ଆବଶ୍ୟକ । ନଚେତ୍ ପିଲାମାନେ ବୟସ ବୃଦ୍ଧି ସାଙ୍ଗରୁ ରୋଗ ବୃଦ୍ଧିର ମଧ୍ୟ ଶିକାର ହୋଇପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.