ETV Bharat / sukhibhava

Diabetes Report: ଚିନ୍ତା ବଢାଇଲା ମଧୁମେହ, ଭାରତରେ ୪ ବର୍ଷରେ ବଢିଛନ୍ତି ୪୪% ରୋଗୀ

author img

By

Published : Jun 9, 2023, 12:47 PM IST

୪ବର୍ଷରେ ବଢ଼ିଛି ଦେଶରେ ୪୪ ପ୍ରତିଶତ ରୋଗୀଙ୍କ ସଂଖ୍ୟା । ଭାରତରେ ଏବେ ୧୦ କୋଟିରୁ ଅଧିକ ଲୋକ ଡାଇବେଟିସ୍ ତଥା ମଧୁମେହ ରୋଗରେ ପୀଡିତ ଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ଗୋଆରେ ସର୍ବାଧିକ ଆକ୍ରାନ୍ତ । ଅଧିକ ପଢନ୍ତୁ

ICMR Diabetes Report
ICMR Diabetes Report

ହାଇଦ୍ରାବାଦ: ଡାଏବେଟିସ ବା ମଧୁମେହକୁ ନେଇ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଭାରତରେ 10 କୋଟିରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ବା ପୀଡିତ ହୋଇଛନ୍ତି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ସାଇନ୍ସ ଆଇଏସିଆର ପକ୍ଷରୁ ଏହି ତଥ୍ୟ ପ୍ରକାଶିତ ହୋଇଛି । ଦିନକୁ ଦିନ ଏହି ରୋଗରେ ପୀଡିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗତ 4 ବର୍ଷ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 44 ପ୍ରତିଶତ ବୃଦ୍ଧି ପାଇଛି ।

ରିପୋର୍ଟ ଅନୁଯାୟୀ, 2019ରେ ଭାରତରେ 70 ନିୟୁତ ଲୋକ ମଧୁମେହରେ ପୀଡିତ ଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା 100 ମିଲିୟନ ଅତିକ୍ରମ କରିଛି । ଏହି ତଥ୍ୟକୁ ଦେଖିଲେ ମଧୁମେହ ରୋଗ ଏକ ମହାମାରୀ ରୂପ ଗ୍ରହଣ କରିଲା ଭଳି ମନେ ହେଉଛି । ତେବେ କିଛି ରାଜ୍ୟରେ ମାତ୍ରା କମିଥିବା ବେଳେ ଆଉ କିଛି ରାଜ୍ୟରେ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯେଉଁ ରାଜ୍ୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ସେହି ରାଜ୍ୟରେ ସଂଖ୍ୟା ଉପରେ ରୋକ ଲଗାଇବାର ଆବଶ୍ୟକତା ରହିଛି ।

ଦେଶର 15 ପ୍ରତିଶତ ଲୋକ ପ୍ରି-ଡାଏବିଟିସରେ ପୀଡିତ: ୟୁକେ ମେଡିକାଲ ଜର୍ଣ୍ଣାଲ ‘ଲାନସେଟ’ରେ ଆଇସିଏମଆରର ରିପୋର୍ଟରେ କୁହାଯାଇଛି ଯେ, ଅତି କମରେ 136 ନିୟୁତ ଲୋକ ଅର୍ଥାତ୍ ଜନସଂଖ୍ୟାର 15.3 ପ୍ରତିଶତ ଲୋକଙ୍କର ମଧୁମେହ ରୋଗ ରହିଛି । ମଧୁମେହର ସର୍ବାଧିକ ରୋଗୀ ଗୋଆ (26.4%), ପୁଡୁଚେରୀ (26.3%) ଏବଂ କେରଳ (25.5%)ରେ ଦେଖାଦେଇଛି । ମଧୁମେହର ଜାତୀୟ ହାରାହାରି ହେଉଛି 11.4 ପ୍ରତିଶତ । ପ୍ରକାଶଥାଉକି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଏବଂ ଅରୁଣାଚଳ ପ୍ରଦେଶ ଭଳି ରାଜ୍ୟମାନଙ୍କରେ ଆଗାମୀ କିଛି ବର୍ଷ ମଧ୍ୟରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ଉତ୍ତରପ୍ରଦେଶରେ ପ୍ରିଡାଏବିଟିସରେ ଅଧିକ ଆକ୍ରାନ୍ତ: ମାଡ୍ରାସ୍ ଡାଇବେଟିସ୍ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଡ. ରଞ୍ଜିତ ମୋହନ ଅଞ୍ଜନା କହିଛନ୍ତି, "ଗୋଆ, କେରଳ, ତାମିଲନାଡୁ ଏବଂ ଚଣ୍ଡିଗଡ଼ରେ ମଧୁମେହ ରୋଗ ତୁଳନାରେ ପ୍ରିଡାଏବେଟିସ କେସ କମ ରହିଛି । ପୁଡୁଚେରୀ ଏବଂ ଦିଲ୍ଲୀରେ ମଧ୍ୟ ସ୍ଥିତି ସ୍ଥିର ରହିଛି । ମାତ୍ର ମଧୁମେହ ରୋଗରେ କମ ଆକ୍ରାନ୍ତ ରାଜ୍ୟମାନଙ୍କରେ ବୈଜ୍ଞାନିକମାନେ ଅଧିକ ସଂଖ୍ୟକ ପ୍ରି-ଡାଇବେଟିସ୍ ରୋଗୀଙ୍କୁ ଚିହ୍ନଟ କରିଛନ୍ତି । ଉଦାହରଣ ସ୍ୱରୂପ, ୟୁପିରେ ମଧୁମେହର ମାତ୍ରା 4.8% ରହିଛି ଯାହାକି ଦେଶରେ ସର୍ବନିମ୍ନ ଅଟେ ।

31ଟି ରାଜ୍ୟରେ ହୋଇଥିଲା ଅଧ୍ୟୟନ: ୟୁପିରେ ମଧୁମେହ ରୋଗୀଙ୍କ ପାଇଁ ପ୍ରାୟ ଚାରି ଜଣ ଲୋକ ପ୍ରି-ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି । ଏହାର ଅର୍ଥ ଏହି ଲୋକମାନେ ଶୀଘ୍ର ମଧୁମେହ ରୋଗରେ ଆକ୍ରାନ୍ତ ହେବେ । ଉଦାହରଣ ସ୍ବରୂପ ମଧ୍ୟପ୍ରଦେଶରେ ଜଣେ ମଧୁମେହ ରୋଗୀ ରହିଥିବା ବେଳେ 3ଜଣ ପ୍ରି ଡାଏବିଟିସ ରୋଗୀ ରହିଛନ୍ତି । ଏହି ଅଧ୍ୟୟନ 31ଟି ରାଜ୍ୟର 113,000 ଲୋକଙ୍କ ଉପରେ ଆଧାରିତ ଥିଲା । ଯଦି ଲୋକମାନେ ସେମାନଙ୍କର ଜୀବନଶୈଳୀରେ ପରବର୍ତ୍ତନ ନକରନ୍ତି, ତେବେ ଶୀଘ୍ର ମଧୁମେହ ଦେଶରେ ଏକ ବିପଜ୍ଜନକ ରୋଗ ଭାବରେ ଉଭା ହେବ । କହିରଖୁଛୁ କି, ପ୍ରି ଡାଏବେଟିସ୍ ଏକ ଗୁରୁତର ସ୍ୱାସ୍ଥ୍ୟ ଅବସ୍ଥା ଯେଉଁଠାରେ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.