ETV Bharat / sukhibhava

Diabetes Control: ଏହି ସବୁ ଘରୋଇ ଉପଚାର ଦୂର କରିବ ମଧୁମେହ - ମଧୁମେହ ରୋକିବା କିପରି

ମଧୁମେହ ଏକ ଏପରି ରୋଗ, ଯାହା ଥରେ ହେବା ଦ୍ବାରା ଜୀବନ ବ୍ୟାପୀ ଏହାର ପ୍ରଭାବ ରହିଥାଏ । ଏଥିପାଇଁ ଇନସୁଲିନ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଅଧିକାଂଶ ଲୋକଙ୍କ ଉପରେ ଏହାର ପ୍ରଭାବ ପଡିନଥାଏ । ଏହାର ମୁଖ୍ୟ କାରଣ ଖାଦ୍ୟପେୟରେ ଅନିୟମିତତା । ତେବେ ଘରୋଇ ଉପଚାରରେ ମଧୁମେହକୁ କିପରି ରୋକିବେ ଜାଣନ୍ତୁ ।

Diabetes Control: ଏହି ସବୁ ଘରୋଇ ଉପଚାର ଦୂର କରିବ ମଧୁମେହ

author img

By

Published : Dec 10, 2022, 7:42 AM IST

ନୂଆଦିଲ୍ଲୀ: ମଧୁମେହ ଏକ ସାଧାରଣ ରୋଗ ସମସ୍ୟା ପାଲଟିଗଲାଣି । ଏଥିପାଇଁ ଔଷଧ ଉପଲବ୍ଧ ଥିଲେ ମଧ୍ୟ ଖାଦ୍ୟ ଗ୍ରହଣରେ ଅନିୟମିତତା ରୋଗରୁ ଉପଶମ କରିବାରେ ବାଧା ସୃଷ୍ଟି କରିପାରନ୍ତି । ଫଳରେ ଅଧିକାଂଶ ବ୍ୟକ୍ତି ଦୀର୍ଘ ଦିନ ପର୍ଯ୍ୟନ୍ତ ଏହି ରୋଗରେ ପୀଡିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ଜୀବନଶୈଳୀ ପରିବର୍ତ୍ତନ । ତେବେ ଘରୋଇ ଉପଚାର ମାଧ୍ୟମରେ କିପରି ମଧୁମେହ(Diabetes) ଭଳି ସମସ୍ୟାକୁ ରୋକିପାରିବେ ଜାଣନ୍ତୁ ।

ଏପରି କିଛି ଆୟୁର୍ବେଦ ଉତ୍ପାଦ ଅଛି ଯାହା, ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବା ସହିତ ମଧୁମେହ ଦ୍ବାରା ସୃଷ୍ଟି ହେଉଥିବା ଅନ୍ୟ ଜଟିଳତାକୁ ରୋକିବାରେ ସାହାଯ୍ୟ କରିବ । ତେବେ ଏହିସବୁ ଉତ୍ପାଦ କ'ଣ ଜାଣନ୍ତୁ...

ଡାଲଚିନି:-

ଏହା ଏକ ଉତ୍କୃଷ୍ଟ ଆୟୁର୍ବେଦିକ ଔଷଧ, ଯାହା ପ୍ରତ୍ୟେକ ରୋଷେଇ ଘରେ ମିଳିଥାଏ । ଏହା ଇନସୁଲିନ୍ ପ୍ରତିରୋଧକୁ ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ଖାଦ୍ୟ ଖାଇବା ପରେ ରକ୍ତରେ ଶର୍କରା ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ । ଶରୀରରେ ଗଚ୍ଛିତ ଥିବା ଅଧିକ ଚର୍ବି ତରଳାଇବା ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ଡାଲଚିନି ଅତ୍ୟନ୍ତ ଉପଯୋଗୀ ।

ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଧା ଚାମଚ ହଳଦୀ ଏବଂ ଅଧା ଚାମଚ ମେଥି ପାଉଡରକୁ ଏକ ଚାମଚ ଡାଲଚିନିରେ ମିଶାଇ ଖାଲି ପେଟରେ ଖାଇବା ବେଶ୍ ଲାଭଦାୟକ । ହର୍ବଲ ଚା’ରେ ମଧ୍ୟ ଏକ ଛୋଟ ଡାଲଚିନି ମିଶାଯାଇ ପାରିବ ।

ଗୋଲମରିଚ:-

କଳା ମରିଚ ବା ଗୋଲମରିଚ ଇନସୁଲିନ୍ ସମ୍ବେଦନଶୀଳତା ଏବଂ ଶର୍କରା ସ୍ତରକୁ ହ୍ରାସ କରିବାରେ ଏବଂ ଶର୍କରା ବୃଦ୍ଧିକୁ ରୋକିବାରେ ବେଶ୍ ସହାୟକ ହୋଇଥାଏ । ଗୋଲମରିଚରୁ ପିପେରିନ୍ ନାମକ ଏକ ଉପାଦାନ ମିଳିଥାଏ । ଶର୍କରା ସ୍ତର ହ୍ରାସ କରିବା ପାଇଁ ଖାଲି ପେଟରେ ରାତ୍ର ଭୋଜନର ଏକ ଘଣ୍ଟା ପୂର୍ବରୁ ଏକ ଚାମଚ ଗୋଲମରିଚ ପାଉଡର ସହ ହଳଦୀ ମିଶାଇ ଖାଆନ୍ତୁ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

ମେଥି:-

ମେଥି ଏହାର ତିକ୍ତ ସ୍ୱାଦ ପାଇଁ ବେଶ୍ ଜଣାଶୁଣା । ମାତ୍ର ଏହାକୁ ମଧୁମେହ ମେଦବହୁଳତା ଏବଂ କୋଲେଷ୍ଟ୍ରଲ ପାଇଁ ସର୍ବୋତ୍ତମ ଆୟୁର୍ବେଦିକ ଔଷଧ ଭାବେ ବିବେଚନା କରାଯାଏ । ଏହା କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲିସେରାଇଡ୍ ମଧ୍ୟ କମ କରିଥାଏ । ଶର୍କରା କମାଇବା ପାଇଁ ମେଥି ଖାଇବା ଅତ୍ୟନ୍ତ ସହଜ । ଖାଲି ପେଟରେ କିମ୍ବା ଶୋଇବା ସମୟରେ ଏକ ଚାମଚ ମେଥି ପାଉଡର ଗରମ ପାଣି ସହିତ ଖାଇପାରିବେ । ଏହା ବ୍ୟତୀତ ଗୋଟିଏ ଚାମଚ ମେଥି ମଞ୍ଜିକୁ ରାତିସାରା ପାଣିରେ ଭିଜାଇ ପରଦିନ ସକାଳେ ଖାଲି ପେଟରେ ଖାଇପାରିବେ ।

ମଧୁମେହକୁ କିପରି ନିୟନ୍ତ୍ରଣରେ ରଖିବେ:-

ରକ୍ତରେ ଗ୍ଲୁକୋଜ୍ ସ୍ତର ନିୟନ୍ତ୍ରଣ ରହିଲେ ମଧୁମେହ ନିଶ୍ଚିତ ରୂପେ ଦୂରେଇ ଯିବ । ଏଥିପାଇଁ ଖାଦ୍ୟ ପ୍ରଣାଳୀ ଅର୍ଥାତ୍ ସଠିକ୍ ଡାଏଟ୍ ଅନୁସରଣ କରିବା ଆବଶ୍ୟକ । ଡାକ୍ତଙ୍କ କହିବା ଅନୁସାରେ, ଆମ ଶରୀର ସାଧାରଣତଃ ଦୁଇ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକ କରେ । ସେଥିମଧ୍ୟରୁ ଗୋଟିଏ ହେଉଛି ମାଇକ୍ରୋନ୍ୟୁଟ୍ରିଏଣ୍ଟସ୍(Micronutrients), ଏଗୁଡିକ ଅଳ୍ପ ପରିମାଣରେ ଯଥେଷ୍ଟ । ଦ୍ୱିତୀୟ ପ୍ରକାର ହେଉଛି ମାକ୍ରୋନ୍ୟୁଟ୍ରିଏଣ୍ଟସ୍(Macronutrients) । କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ଏବଂ ଫ୍ୟାଟ୍ ଦ୍ୱିତୀୟ ଶ୍ରେଣୀରେ ଅନ୍ତର୍ଭୁକ୍ତ । କାର୍ବୋହାଇଡ୍ରେଟ୍ ସହଜରେ ହଜମ କରେ ଏବଂ ରକ୍ତରେ ଗ୍ଲୁକୋଜକୁ ଶୀଘ୍ର ମୁକ୍ତ କରିଥାଏ ।

ଖାଦ୍ୟ ହଜମ ହୋଇ ଗ୍ଲୁକୋଜରେ ପରିଣତ ହୁଏ, ଯାହା କୋଷରେ ପ୍ରବେଶ କରି ଶକ୍ତି ଯୋଗାଇଥାଏ । ଏହି ପ୍ରକ୍ରିୟା ସୁରୁଖୁରୁରେ ହେବା ପାଇଁ, ଜଣେ ସାଧାରଣ ଲୋକ ଦିନକୁ ତିନିଥର ଖାଇବା ଅଭ୍ୟାସ କରିବା ଉଚିତ୍ । ଏହା ବ୍ୟତୀତ ଏହି ଭୋଜନଗୁଡିକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଗ୍ରହଣ କରିବା ଉଚିତ୍ । ପ୍ରତିଦିନ ସମାନ ସମୟରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ କରିବା ଉଚିତ୍ । ସନ୍ଧ୍ୟା ୭.୩୦ ପୂର୍ବରୁ ଖାଇବା ସ୍ୱାସ୍ଥ୍ୟକର । ଯଦି ଆପଣ ସଠିକ୍ ସମୟ ଅନୁସରଣ କରନ୍ତି, ରକ୍ତରେ ଗ୍ଲୁକୋଜ୍ ସ୍ତର ନିୟନ୍ତ୍ରଣ ହୋଇପାରିବ ।

Disclaimer: ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ପରାମର୍ଶ ନିମନ୍ତେ । ଯେକୌଣସି ଜଟିଳ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଖାଦ୍ୟ ଗ୍ରହଣ କରିବା ଉଚିତ୍ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.