ETV Bharat / sukhibhava

Dengue: ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

author img

By

Published : Jun 27, 2022, 12:33 PM IST

ବର୍ଷା ଋତୁ ଆରମ୍ଭ ହେବା ସହିତ ଡେଙ୍ଗୁ ଭଳି ମଶା ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ । ପ୍ରତିବର୍ଷ ଅନେକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୁଅନ୍ତି, ଯାହା ବେଳେବେଳେ ସାଂଘାତିକ ମଧ୍ୟ ହୋଇପାରେ । ତେଣୁ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଓ ଏହାକୁ ରୋକିବା ପାଇଁ ଟିପ୍ସ ।

Dengue: Symptoms, complications and tips to prevent
Dengue:ଆସନ୍ତୁ ଜାଣିବା ଏହାର ଲକ୍ଷଣ ଓ ତା'ର ନିରାକରଣ

ହାଇଦ୍ରାବାଦ: ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ମୌସୁମୀର ଆଗମନ ହୋଇସାରିଛି । ଏହି ଋତୁକୁ ରୋଗର ଋତୁ ମଧ୍ୟ କୁହାଯାଏ। ଯେଉଁଥିରେ ବିଭିନ୍ନ କାରଣରୁ ବିଭିନ୍ନ ପ୍ରକାରର ରୋଗ ଏବଂ ସଂକ୍ରମଣ ବୃଦ୍ଧି ପାଇଥାଏ । ଏହି ଋତୁରେ ସାଧାରଣ ରୋଗ ହେଉଛି ଡେଙ୍ଗୁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ବିଶ୍ବରେ ପ୍ରାୟ ୫୦୦,୦୦୦ ଲୋକ ଡେଙ୍ଗୁ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥାନ୍ତି । ଭାରତରେ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ପାଇଛି । ନ୍ୟାସନାଲ ଭେକ୍ଟର ବୋର୍ନ ରୋଗ ନିୟନ୍ତ୍ରଣ ପ୍ରୋଗ୍ରାମ (NVBDCP) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, 2019 ମସିହାରେ କେବଳ ଭାରତରେ 67,000 ରୁ ଅଧିକ ଡେଙ୍ଗୁ ରୋଗ ପଞ୍ଜିକୃତ ହୋଇଥିଲା ।

ଡେଙ୍ଗୁ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଇଟିଭି ଭାରତ ସମ୍ବାଦଦାତା ଗାଜିଆବାଦର ବରିଷ୍ଠ ଜେନେରାଲ ଡ଼ାକ୍ତର ଡକ୍ଟର ରାକେଶ ସିଂଙ୍କ ସହ ଆଲୋଚନା କରିଥିଲେ । ଡେଙ୍ଗୁ ଏକ ଭାଇରାଲ ସଂକ୍ରମଣ, ଯାହା ସଂକ୍ରମିତ ମହିଳା ଏଡେସ ମଶା କାମୁଡ଼ିବା ଦ୍ବାରା ବ୍ୟାପିଥାଏ । ଚାରିଟି ଭାଇରସ୍ ଅଛି ଯାହାକୁ ସେରୋଟାଇପ୍ କୁହାଯାଏ । DENV-1, DENV-2, DENV-3 ଏବଂ DENV-4 ମୁଖ୍ୟତ ଡେଙ୍ଗୁ ପାଇଁ ଦାୟୀ ଏବଂ ଏହି ଜୀବାଣୁ ଶରୀରର ରକ୍ତ ପ୍ରବାହ ଦ୍ବାରା ଶରୀରରେ ବ୍ୟାପିଥାଏ । ଲକ୍ଷଣଗୁଡ଼ିକ ସାମାନ୍ୟରୁ ଗମ୍ଭୀର ପରିସ୍ଥିତିରେ ଭିନ୍ନ ହୋଇପାରେ,ଏହାର ସଂକ୍ରମଣ ମଧ୍ୟ ସାଂଘାତିକ ହୋଇପାରେ । ଲକ୍ଷଣ ସାଧାରଣତଃ କାମୁଡ଼ିବାର 4-10 ଦିନ ମଧ୍ୟରେ ଜଣାପଡିଥାଏ ।

ଲକ୍ଷଣ?

ଡକ୍ଟର ରାକେଶଙ୍କ କହିବାନୁସାରେ, ଡେଙ୍ଗୁର ଲକ୍ଷଣ ହେଉଛି ଅଧିକ ଜ୍ବର ସହିତ ଗଣ୍ଠି, ମାଂସପେଶୀ ଏବଂ ହାଡରେ ପ୍ରବଳ ଯନ୍ତ୍ରଣା ଦେଖା ଦେଇଥାଏ । ଡେଙ୍ଗୁ ଜ୍ବର ହେଉଛି ୩ ପ୍ରକାର, ଯଥା- ମାଇଲ୍ଡ ଡେଙ୍ଗୁ, ଡେଙ୍ଗୁ ହେମୋରାଜିକ୍ ଜ୍ବର (DHF) ଏବଂ ଡେଙ୍ଗୁ ଶକ୍ ସିଣ୍ଡ୍ରୋମ (DSS) |

ମାଇଲ୍ଡ ଡେଙ୍ଗୁରେ ସାଧାରଣ ଲକ୍ଷଣ ଦେଖାଯାଇଥାଏ । ଯେମିତି କି ?

  • ଜ୍ବର
  • ମୁଣ୍ଡବିନ୍ଧା
  • ଆଖିରେ ଯନ୍ତ୍ରଣା
  • ମାଂସପେଶୀ ଏବଂ ଗଣ୍ଠି ଯନ୍ତ୍ରଣା
  • ବାନ୍ତି
  • ଥକାପଣ

ଅନ୍ୟପକ୍ଷରେ, ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) ଅନୁଯାୟୀ ରୋଗର ଗମ୍ଭୀରତା ବିଷୟରେ ଆଲୋଚନାରେ ଜଣାପଡିଛି ଯେ, “ଜ୍ବର ଦୂର ହେବାର 24–48 ଘଣ୍ଟାରେ ଡେଙ୍ଗୁ ରୋଗର ଲକ୍ଷଣ ଆରମ୍ଭ ହୁଏ । ତେଣୁ ତୁମର କିମ୍ବା ପରିବାର କୌଣସି ସଦସ୍ୟଙ୍କର ନିମ୍ନଲିଖିତ ଲକ୍ଷଣଗୁଡ଼ିକ ଦେଖାଯାଉଛି ତେବେ ତୁରନ୍ତ ଡକ୍ତରଙ୍କ ପରାମର୍ଶ ନିଅନ୍ତୁ । ଯଥା-

  • ପେଟରେ ଯନ୍ତ୍ରଣା
  • ବାନ୍ତି (24 ଘଣ୍ଟାରେ ଅତି କମରେ 3 ଥର)
  • ନାକ କିମ୍ବା ମାଢିରୁ ରକ୍ତସ୍ରାବ
  • କ୍ଳାନ୍ତ କିମ୍ବା ବିରକ୍ତ ଅନୁଭବ କରିବା

ଡକ୍ଟରଙ୍କ କହିବାନୁସାରେ ଡେଙ୍ଗୁ ରୋଗର କୌଣସି ଲକ୍ଷଣକୁ ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ । ଚିକିତ୍ସାରେ ସାମାନ୍ୟ ବିଳମ୍ବ ହେଲେ ଅଧିକ ଅସୁସ୍ଥ ହୋଇପାରେ ଏବଂ ବେଳେବେଳେ ଜୀବନ ପ୍ରତି ବିପଦ ମଧ୍ୟ ହୋଇପାରେ । ଯଦିଓ ଡେଙ୍ଗୁ ପାଇଁ ଉପଯୁକ୍ତ ଉପଶମ ଉପଲବ୍ଧ ନାହିଁ, ଉପସ୍ଥାପିତ ଲକ୍ଷଣ ଉପରେ ନିର୍ଭର କରି ଔଷଧ, ଅମ୍ଳଜାନ ଚିକିତ୍ସା, ରକ୍ତ କିମ୍ବା ପ୍ଲାଟିଲେଟ୍ ଟ୍ରାନ୍ସଫ୍ୟୁଜନ୍ ଆଦି ଦ୍ବାରା ଏହି ରୋଗର ଚିକିତ୍ସା କରାଯାଏ ।

ଡେଙ୍ଗୁର ନିରାକରଣ

ଡେଙ୍ଗୁକୁ ରୋକିବା ପାଇଁ ନିଜକୁ ମଶା କାମୁଡ଼ାରୁ ରକ୍ଷା କରିବା ଆବଶ୍ୟକ । ଏଥିପାଇଁ ସ୍ପ୍ରେ, କଏଲ୍, କ୍ରିମ୍, ମେସିନ୍ କିମ୍ବା ମଶାରୀ ପରି ମଶା ଘଉଡାଇବା ପାଇଁ ବ୍ୟବହାର କରିବା ଆବଶ୍ୟକ । ଏତଦ୍ ବ୍ୟତୀତ ଅନ୍ୟ କେତେକ ଟିପ୍ସ ଯାହା ଅନୁସରଣ କରାଯାଇପାରିବ ।ସେଗୁଡିକ ହେଲା-

୧. ଡେଙ୍ଗୁ ମଶା ସକାଳ ଏବଂ ସନ୍ଧ୍ୟା ସମୟରେ ଅଧିକ ସକ୍ରିୟ, ତେଣୁ ଏହି ସମୟରେ ବାହାରକୁ ନ ବାହାରିବା ପାଇଁ ଚେଷ୍ଟା କରନ୍ତୁ ଶରୀରକୁ ସମ୍ପୂର୍ଣ୍ଣ ରୂପେ ଘୋଡାଇବା ଭଳି ପୋଷାକ ପରିଧାନ କରିବା ଆବଶ୍ୟକ ।

୨. ବଜାରରେ ଉପଲବ୍ଧ କ୍ରିମ୍ ଏବଂ ରୋଲ୍ ଅନ୍ ମଧ୍ୟ ବ୍ୟବହାର କରିପାରିବେ ।

୩.ମଶା ନହେବା ପାଇଁ ଘର ଭିତରେ ଏବଂ ଆଖପାଖରେ କୀଟନାଶକ ଔଷଧ ସ୍ପ୍ରେ କରିବା ଆବଶ୍ୟକ ।

୪.ଏଥି ସହ ଘରର ଚାରିପାଖ ପରିଷ୍କାର ରଖିବା ନିତ୍ୟାନ୍ତ ଆବଶ୍ୟକ

ଏସବୁ ବ୍ୟତୀତ ଏକ ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଖାଆନ୍ତୁ, ବିଶେଷକରି ଘରେ ରନ୍ଧା ଖାଦ୍ୟ ଖାଇବା ଜରୁରୀ ଅଟେ । ଶରୀରକୁ ହାଇଡ୍ରେଟ୍ ରଖନ୍ତୁ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ପାଇଁ କାର୍ଯ୍ୟ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.