ETV Bharat / sukhibhava

ମସ୍ତିଷ୍କର ବିଭିନ୍ନ ଅସ୍ବାଭାବିକ ଅବସ୍ଥା କୋଭିଡ ସମ୍ବନ୍ଧୀୟ ମୃତ୍ୟୁ ସହ ଜଡିତ ଥିଲା

author img

By

Published : Dec 22, 2022, 8:13 AM IST

ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, କୋଭିଡ-19 ମହାମାରୀ ସମୟରେ ମୃତ୍ୟୁହାର ଡିମେନ୍ସିଆ ରୋଗ ସହ ଜଡିତ ଥିଲା(Dementia linked with Covid-related death) । ଅଧିକ ପଢନ୍ତୁ

ମସ୍ତିଷ୍କର ବିଭିନ୍ନ ଅସ୍ବାଭାବିକ ଅବସ୍ଥା କୋଭିଡ ସମ୍ବନ୍ଧୀୟ ମୃତ୍ୟୁ ସହ ଜଡିତ ଥିଲା
ମସ୍ତିଷ୍କର ବିଭିନ୍ନ ଅସ୍ବାଭାବିକ ଅବସ୍ଥା କୋଭିଡ ସମ୍ବନ୍ଧୀୟ ମୃତ୍ୟୁ ସହ ଜଡିତ ଥିଲା

ଲଣ୍ଡନ: କୋଭିଡ-19 ମହାମାରୀ ସମୟରେ ମୃତ୍ୟୁହାର ସହ ଡିମେନ୍ସିଆ ରୋଗ ଜଡିତ ଥିଲା(Dementia linked with Covid-related death) । ଅର୍ଥାତ୍ ଡିମେନ୍ସିଆ ରୋଗ କାରଣରୁ କୋଭିଡରେ ସଂକ୍ରମିତ ରୋଗୀଙ୍କ ଅଧିକ ମୃତ୍ୟୁ ଘଟିଛି । ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି କରାଯାଇଥିବା ଏକ ବୃହତ ଅଧ୍ୟୟନରୁ ଏହା ଜଣାପଡିଛି । କୋଭିଡ-19 ରୋଗୀଙ୍କ ମୃତ୍ୟୁ ହାର ସହିତ ଡିମେନ୍ସିଆର ଲିଙ୍କ୍ ଥିବା ଜଣାପଡିଛି ।

କୋଭିଡରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଡିମେନ୍ସିଆ ଥିଲା କି ନାହିଁ ଜାଣିବା ଏହି ଅଧ୍ୟୟନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତେବେ କହି ରଖୁଛୁ ଯେ, ଡିମେନ୍ସିଆ(Dementia) ହେଉଛି ଏକ ମସ୍ତିଷ୍କ ରୋଗ, ଯାହା ସ୍ମୃତିଗତ ଏବଂ ଭାବଗତ ଆଚରଣରେ ସମସ୍ୟା ସୃଷ୍ଟି କରିବା ସହ ସାମାଜିକ ଦକ୍ଷତା ଏବଂ ଦୈନନ୍ଦିନ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୁଏ ।

କୋଭିଡ ସମୟରେ ବର୍ଦ୍ଧିତ ମୃତ୍ୟୁହାର ସହିତ ଡିମେନ୍ସିଆ ଜଡିତ ଥିଲା, କିନ୍ତୁ ପୂର୍ବ ପ୍ରକାଶନରେ ପ୍ରକାଶିତ ରିପୋର୍ଟ ତୁଳନାରେ ଏହା ଦୁର୍ବଳ ଥିଲା ବୋଲି ଜର୍ମାନୀର ଏକ ହସ୍ପିଟାଲର ଜେରୋଣ୍ଟୋ-ସାଇକିଆଟ୍ରି ବିଭାଗର ନିର୍ଦ୍ଦେଶକ ମାର୍କ ଆକ୍ସେଲ ୱେଲମର୍ କହିଛନ୍ତି । ଦୁଇ ବର୍ଷରୁ ଅଧିକ ସମୟ ଧରି ସଂଗୃହିତ ତଥ୍ୟକୁ ବ୍ୟବହାର କରି ଡିମେନ୍ସିଆ ଏବଂ କୋଭିଡ-19 ମୃତ୍ୟୁହାର ମଧ୍ୟରେ ଥିବା ଲିଙ୍କ୍‌କୁ ଅନୁସନ୍ଧାନ କରିବା ଏବଂ ସମାନ୍ତରାଳ ଭାବରେ ଦୁଇଟି ଭିନ୍ନ ପରିସଂଖ୍ୟାନ ପ୍ରଣାଳୀ ପ୍ରୟୋଗ କରିବା ପାଇଁ ଏହା ବିଭିନ୍ନ ପ୍ରାଥମିକ ପର୍ଯ୍ୟାୟ ଅଧ୍ୟୟନ ମଧ୍ୟରୁ ଅନ୍ୟତମ ।

ବୟସ, ଲିଙ୍ଗ, କର୍କଟ, ମଧୁମେହ, ଲିପିଡ ମେଟାବୋଲିଜିମ୍, ମୋଟାପଣ, ହୃଦଘାତ, ଇସକେମିକ୍ ହୃଦ୍‌ରୋଗ, ମସ୍ତିଷ୍କ ରୋଗ, ଯକୃତର ସିରୋସିସ୍ ଏବଂ ସମ୍ଭାବ୍ୟ କୋଭିଡ୍ ପାଇଁ ବ୍ୟବହୃତ "ମଲ୍ଟିଭାରିଏବଲ୍ ଲଜିଷ୍ଟିକ୍ ରିଗ୍ରେସନ୍" ବ୍ୟବହାର କରି ଡିମେନ୍ସିଆ ଏବଂ ମୃତ୍ୟୁ ମଧ୍ୟରେ ଥିବା ସମ୍ବନ୍ଧ ଉପରେ ଅଧ୍ୟୟନ କରାଯାଇଥିଲା । ବିଶେଷ କରି ଟିକା ଉପଲବ୍ଧ ହେବା ସହ ବ୍ୟାପକ ଭାବରେ ବ୍ୟବହୃତ ହେବା ପରେ ଏବଂ SARS-CoV-2 ର ବିଭିନ୍ନ ପ୍ରକାର ବିକଶିତ ହେବା ପରେ କୋଭିଡ-19 ମୃତ୍ୟୁହାର ସହ ଡିମେନ୍ସିଆର ପ୍ରଭାବ ହୁଏତ ସମୟ ସହିତ ବଦଳିପାରେ ବୋଲି ସ୍ୱାସ୍ଥ୍ୟସେବା ସଂଗଠନ IQVIA ର କରେଲ କୋଷ୍ଟେଭ(Karel Kostev) କହିଛନ୍ତି ।

ଏହି ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ -19 ରୋଗରେ ଆକ୍ରାନ୍ତ ହୋଇଥିବା 28,311 ରୋଗୀଙ୍କ ମଧ୍ୟରୁ 3,317 (11.3 ପ୍ରତିଶତ) ଡିମେନ୍ସିଆ ରୋଗ ଚିହ୍ନଟ ହୋଇଥିଲା । ଯଦିଓ SARS-CoV-2 ସମୟ ସହିତ ବଦଳିଛି ତଥାପି ଏହି ରୋଗର ମୃତ୍ୟୁ ପାଇଁ ବିପଦ କାରଣଗୁଡିକ ଚିହ୍ନଟ, ପ୍ରତିରୋଧ ଏବଂ ଚିକିତ୍ସା ପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ ବୋଲି ଅନୁସନ୍ଧାନକାରୀମାନେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.