ହାଇଦ୍ରାବାଦ: ସାଧାରଣତଃ ସ୍ନାକ୍ସ ଖାଇବା ସମୟରେ ଯୁବପିଢିଙ୍କ ପ୍ରଥମ ପସନ୍ଦ ରହିଥାଏ ମିୟୋନିଜ । ସେ ହୋଟେଲ ହେଉଛି ରାସ୍ତାକଡ ଠେଲା ଦୋକାନ ସବୁଠୁ ବ୍ୟବହାର ହୁଏ ମିୟୋନିଜ । ଆପଣ ମଧ୍ୟ ମିୟୋନିଜ ସବୁବେଳେ ଖାଉଛନ୍ତି କି ? ତାହେଲେ ହୋଇଯାଆନ୍ତୁ ସାବଧାନ ! ବିଷ ପାଲଟିପାରେ ମିୟୋନିଜ । ଏଭଳି ଏକ ଖବର ଅଲଓ୍ବାଲରୁ ସାମ୍ନାକୁ ଆସିଛି । ହୋଟେଲରେ ମିୟୋନିଜ ଖାଇ ଅସୁସ୍ଥ ହେଲେ 17 ବ୍ୟକ୍ତି । ଅଲଓ୍ବାଲରେ ରହିଥିବା ଏକ ହୋଟେଲରେ ଅବହେଳା ଯୋଗୁଁ ଏହି ଅଘଟଣ ଘଟିଥିବା ଜଣାପଡିଛି ।
ସୋରମା, ନନଭେଜ ଖାଦ୍ୟରେ ମୟୋନିଜ ମଶାଇ ଖାଇବା ଦ୍ବାରା 17 ଜଣ ବ୍ୟକ୍ତି ଅସୁସ୍ଥ ହୋଇଥିବା ଜଣାପଡିଛି । ଏହା ଖାଇବା ପରେ ପ୍ରଥମେ ବାନ୍ତି, ଡାଇରିଆ ହୋଇଥିଲା । ଏହି ଘଟଣା 5 ଦିନ ପୂର୍ବର ହୋଇଥିବା ବେଳେ ଦିନକୁ ଦିନ ବୃଦ୍ଧି ପାଉଛି ଅସୁସ୍ଥଙ୍କ ସଂଖ୍ୟା । ତେବେ ସମସ୍ତ ଅସୁସ୍ଥ ବାୟୋନୋପଲିର ଘରୋଇ ହସ୍ପିଟାଲ ଏବଂ ବାଲାନଗର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସମସ୍ତ ଅସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ପ୍ରକାର ଲକ୍ଷଣ ଦେଖାଯାଇଥିବା ବେଳେ ସେମାନଙ୍କ ରକ୍ତରେ ସାଲମୋନେଲା ବ୍ୟାକ୍ଟେରିଆ ରହିଥିବା ନେଇ GHMC ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ 12 ତାରିଖରୁ ଅସୁସ୍ଥ ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବା ବେଳେ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ୱେଇ GHMCର ଖାଦ୍ୟ ସୁରକ୍ଷା ଅଧିକାରୀ ଲକ୍ଷ୍ମୀକାନ୍ତ ସୂଚନା ଦେଇଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବୈଜ୍ଞାନିକଙ୍କ ଦାବି, ବ୍ୟାକ୍ଟେରିଆଙ୍କ ପାଇଁ ପୃଥିବୀରେ ସମ୍ଭବ ହୋଇଛି ଜୀବସତ୍ତା
କାହିଁକି ବିଷ ପାଲଟିଲା ମିୟୋନିଜ: ମଣ୍ଡି ବିରିୟାନି, କବାବ, ପିଜା, ବର୍ଗର ଏବଂ ସାଣ୍ଡଓ୍ବିଜକୁ ମିୟୋନିଜ ସହିତ ଖାଇଥାଆନ୍ତି ଲୋକେ । ସାଧାରଣତଃ ଏଥିରେ ଅଣ୍ଡା କେଶର, ଲେମ୍ବୁ ରସ ଏବଂ ତେଲ ବ୍ୟବହାର ହୋଇଥାଏ । ଏହାସହିତ କେତେକ ସ୍ଥାନରେ ପରିଷ୍କାର ପରିଚ୍ଛନ୍ନତା ମଧ୍ୟ ବଜାୟୀ ରୁହେ ନାହିଁ । ଅଣ୍ଡାକୁ ଭଲ ଭାବେ ନଧୋଇ ଖାଦ୍ୟ ତିଆରି କରିଥାଆନ୍ତି । ତେବେ ଏହାକୁ ଖାଇବା ଦ୍ବାରା ଜଣେ ରୋଗରେ ପଡିପାରେ ବୋଲି ସ୍ଥାନୀୟ ଡାକ୍ତର କହିଛନ୍ତି । ତେବେ ପରିଷ୍କାର ପରିଚ୍ଛନ୍ନତା ବଜାୟୀ ରଖି ମିୟୋନିଜ ପ୍ରସ୍ତୁତ କରିଲେ ତାହା 4 ଘଣ୍ଟା ଖାଦ୍ୟ ଉପଯୋଗୀ ହୋଇଥାଏ । କିନ୍ତୁ ଅଣ୍ଡା ମିୟୋନିଜ ପ୍ରସ୍ତୁତ କରି ରଖିଲେ ତାହା ବିଷରେ ପରିଣତ ହୋଇଥାଏ । ତେଣୁ ମିୟୋନିଜ ଖାଇବା ପୂର୍ବରୁ ଏହା ବ୍ୟବହାର ଉପଯୋଗୀ କି ନୁହେଁ ତାହା ପରୀକ୍ଷା କରିବା ଉଚିତ ବୋଲି କୁହାଯାଇଛି । ତେବେ ଏହି ଘଟଣାରେ ଅଲଓ୍ବାଲର ହୋଟେଲର ମ୍ୟାନେଜରକୁ ବାନ୍ଧିଛି ପୋଲିସ ।
ପ୍ରକାଶଥାଉକି ସାଲମୋନେଲା ଏକ ବ୍ୟାକ୍ଟେରିଆ ଅଟେ । ଏହାର 2ଟି ପ୍ରଜାତି ମଧ୍ୟ ରହିଛି । ସଲମାନେଲା ଏଣ୍ଟେରିକା ଏବଂ ସଲମାନେଲା ବଙ୍ଗୋରୀ । ସଲମାନେଲା ଏଣ୍ଟେରିକା ଏକ ପ୍ରଜାତି ହୋଇଥିବା ବେଳେ ଏହାକୁ 6ଟି ଉପପ୍ରଜାତିରେ ବିଭାଜିତ କରାଯାଇଛି । ଏହି ରୋଗରେ ସାଧାରଣତଃ ତରଳ ଝାଡ଼ା, ଜ୍ୱର ଓ ବାନ୍ତି ହୋଇଥାଏ । ଜୀବାଣୁ ସଂସ୍ପର୍ଶରେ ଆସିବାର ଅଧା ଦିନରୁ ତିନି ଦିନ ମଧ୍ୟରେ ଲକ୍ଷଣ ଆରମ୍ଭ ହୋଇ ୪ରୁ ୭ଦିନ ପର୍ଯ୍ୟନ୍ତ ରହେ । ମାଂସ, ଅଣ୍ଡା ଓ କ୍ଷୀର ଭଳି ଖାଦ୍ୟ ମାଧ୍ୟମରେ ଏହି ରୋଗ ବ୍ୟାପିଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ