ମେଷ: ଆପଣଙ୍କ ଦିନ ଆଜି ବ୍ୟସ୍ତତା ଭିତରେ କଟିବ । କିନ୍ତୁ ଆଜି ଯାହା ଚାହୁଁଛନ୍ତି ତାହା କରିବେ । ଆଜି ପରିବାର ଲୋକଙ୍କୁ ନେଇ ଚିନ୍ତିତ ରହିବେ। ତେବେ ଆଜି କିଛି ସମସ୍ୟା ଆସିପାରେ। ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଗବାନଙ୍କ ଆଶୀର୍ବାଦ ନିଅନ୍ତୁ ।
ବୃଷ: ଆଜି ଆପଣଙ୍କ ଦିନ ଅତ୍ୟଧିକ ଆଦର୍ଶବାଦୀ ଓ ଅବାସ୍ତବ ହେବାର ସମ୍ଭାବନା ଅଛି । ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ । ଅପରାହ୍ଣ ସୁଦ୍ଧା ନିଜର ରୂପରେ ପରିବର୍ତ୍ତନ ଆଣିବେ। ଆପଣଙ୍କ ପ୍ରିୟଜନଙ୍କୁ ବିଶେଷ ଧ୍ୟାନ ଦେବେ । ରାତିରେ ପ୍ରିତି ଭୋଜନ ଲାଭ କରିବେ ।
ମିଥୁନ: ଆଜି ଆପଣଙ୍କ ଶାରୀରିକ ରୂପ ବିଷୟରେ ଆପଣ ବହୁତ ଚିନ୍ତିତ ରହିବେ ଓ ଆଜି ଆପଣ ମସାଜ ନେଇ କିମ୍ଵା ନିଜର ଷ୍ଟାଇଲ ବଦଳାଇ ନିଜକୁ ଭଲ ପାଇବେ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ମଧ୍ୟ ବଢିବ । ଅନେକ ଭଲ ଧାରଣା ଯୋଗୁଁ ଆପଣଙ୍କ ଖ୍ୟାତି ବଢିବ ।
କର୍କଟ: ଆଜି ଆପଣ ପବିତ୍ର ଓ କର୍ତ୍ତବ୍ୟନିଷ୍ଠ ରହିବାର ଉଚ୍ଚ ସମ୍ଭାବନା ଅଛି । ଅପରାହ୍ଣରେ ଆପଣ ଅଳ୍ପ ଖର୍ଚ୍ଚ କରିବେ। ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବହୁତ ଭଲ ରହିବ। ଜୀବନସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡିନର୍ ହୋଇପାରେ ।
ସିଂହ: ଭଲ ଅବସ୍ଥାର ଲାଭ ଉଠାଇବା ଭଲ କଥା କିନ୍ତୁ ଖରାପ ପରିସ୍ଥିତିର ସାମ୍ନା କରିବା ମଧ୍ୟ ଦରକାର। ଆଜି ସେହିପରି ଏକ ଦିନ ଯେତେବେଳେ କି ଆପଣ ଆପଣଙ୍କ ପରିବାରର ଭବିଷ୍ୟତ ପାଇଁ କିଛି ଟଙ୍କା ଅଲଗା ରଖି ବହୁତ ଭଲ କାମ କରିବେ। କାର୍ଯ୍ୟସ୍ଥଳରେ ସମ୍ମାନ ବୃଦ୍ଧି ପାଇବ।
କନ୍ୟା: ଆଜି ଆପଣଙ୍କ ଶକ୍ତି ଉପରେ ପ୍ରଭାବ ପଡିପାରେ। କିଛି ଅନିଚ୍ଛାକୃତ ସମସ୍ୟା ଆପଣଙ୍କ ନିକଟକୁ ଆସିବାର ସମ୍ଭାବନା ଅଛି। ଯେଉଁଥିପାଇଁ ଆପଣ ଚିନ୍ତିତ ହୋଇପାରନ୍ତି। ପ୍ରେମ ସମ୍ପର୍କ ଉତ୍ତମ ରହିବ।
ତୁଳା: ଆପଣ ଆଜି କାଲି ମିଳି ମିଶି କିଛି କରିବାକୁ ଯେଉଁ ନିଷ୍ପତ୍ତି ନେଉଛନ୍ତି, ତାହା ପାଇଁ ଆଜି ବହୁତ ଭଲ ଦିନ। ଆଜିର ଅନୁକୂଳ ଦିନର ଯେତେ ସମ୍ଭବ ଲାଭ ଉଠାନ୍ତୁ ଓ ଆପଣଙ୍କ ଭବିଷ୍ୟତର କ୍ୟାରିୟର ବିକାଶ ବିଷୟରେ ଏକ ଉତ୍ତମ ଯୋଜନା କରନ୍ତୁ।
ବିଛା: ଦିନ ସାରା ଆପଣ ନିଜ ଭଳି ଭାବୁଥିବା ଲୋକମାନଙ୍କ ସହ ମିଶି ଖୁସି ମନରେ ରହିବେ। ଦିନ ସାରା ଆପଣ ବିଭିନ୍ନ କ୍ରିୟାକଳାପରେ ବ୍ୟସ୍ତ ରହିବେ ଯାହା ଦ୍ଵାରା ଦିନଟି ଆପଣଙ୍କ ଜୀବନ୍ତ ଓ ଉଦ୍ୟୋଗୀ ହେବ। ଅଧିକ ଉତ୍ସାହିତ ହୁଅନ୍ତୁ ନାହିଁ।
ଧନୁ: ଆଜିର ଆପଣଙ୍କ ଦିନ କାର୍ଯ୍ୟବ୍ୟସ୍ତରେ ଯିବ। ଆପଣଙ୍କ ଠାରୁ ଏକ ଶକ୍ତିଶାଳୀ ପ୍ରଦର୍ଶନ ଆଶା କରାଯାଉଛି। ଯଦିଓ ଦିନଟି ବ୍ୟସ୍ତତାରେ ଯିବ କିନ୍ତୁ ଦୟାଶୀଳ ହୋଇ ରହିବା ପାଇଁ ଚେଷ୍ଟା କରନ୍ତୁ। ପରିବାର ଠାରୁ ଆପଣ ଭଲ ପାଇବା ଓ ସ୍ନେହ ପାଇବେ।
ମକର: ଆପଣ ଆଜି ଯାହା କରିବେ ସେଥିରେ ତର୍କ ଓ କାରଣ ଖୋଜିବେ ଓ ଏହାକୁ ଅନୁଧ୍ୟାନ କରିବ। ଆପଣଙ୍କ ଉପରେ କିଛି କାର୍ଯ୍ୟଚାପ ଓ ଚିନ୍ତା ରହିପାରେ। କିନ୍ତୁ ଭବିଷ୍ୟତରେ ଆପଣଙ୍କ ସହ କିଛି ଭଲ ହେବ ବୋଲି ଆଶା କରାଯାଉଛି।
କୁମ୍ଭ: ଆଜି ବହୁତ ଭଲ ପାଇବା ପାଇବେ। ଆପଣଙ୍କ ମାନସିକ ଶାନ୍ତିକୁ ପ୍ରଭାବିତ କରୁଥିବା କିଛି ବିଶେଷ ପରିସ୍ଥିତିଗୁଡିକର ସମାଧାନ ମଧ୍ୟ ଆପଣ କରିପାରନ୍ତି। ଏହା ଦ୍ଵାରା ଆପଣ ଲୋକମାନଙ୍କ ସହ ମିଶିବାକୁ ସୁବିଧା ହେବ ଓ ସମସ୍ତ ପରିସ୍ଥିତିରେ ଲାଭ ଉଠାଇବା ପାଇଁ ଚେଷ୍ଟା କରିବେ।
ମୀନ: ଆପଣଙ୍କ ପ୍ରେମ ସମ୍ପର୍କ ବଢିବ ଏବଂ ପ୍ରେମରେ ସଫଳତା ପାଇବେ। ଭାଗ୍ୟ ଆପଣଙ୍କର ସାଥ ଦେବ। ଅପରାହ୍ଣ ପରେ ଆପଣ ଏକ କଷ୍ଟକର ନିଷ୍ପତ୍ତି ନେବାରେ ସମସ୍ୟାରେ ପଡିବେ। ମୋଟ ଉପରେ ଆପଣଙ୍କ ଦିନଟି ସାଧାରଣ ରହିବ ଓ କୌଣସି ଆଶ୍ଚାର୍ଯ୍ୟ ବିଷୟ ଆପଣଙ୍କ ସହ ହେବ ନାହିଁ।