ମେଷ: ଆଜି ଦିନଟି ଅତି ଶୁଭଙ୍କର ଅଟେ । ବାହାର ଲୋଭନୀୟ ରୁଚିକର ଭୋଜ୍ୟ ପଦାର୍ଥକୁ ଦେଖି ଖାଇବାକୁ ଇଚ୍ଛାଥିଲେ ମଧ୍ୟ ଖାଆନ୍ତୁ ନାହିଁ । ନଚେତ ଶରୀର ଉପରେ କୁପ୍ରଭାବ ପକାଇବ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିବେ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତୁ । ଆପଣ ନିଜର ମହିଳା ସହକର୍ମୀଙ୍କ ସହ ମଧୁର ବାର୍ତ୍ତାଳାପ ଆପଣଙ୍କ ମନର ପ୍ରଫୁଲତା ବୃଦ୍ଧି କରିବ ।
ବୃଷ: ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହିତ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ । ଗୃହର ପରିବେଶ ଅତି ମଧୁରମୟ ହେବ ଏବଂ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ ।
ମିଥୁନ: ଆଜି ଆପଣ ଅତ୍ୟଧିକ ପରିଶ୍ରମ କରିବା ସହିତ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ନରହିଲେ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାର କୁ ପ୍ରଭାବ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ରହିଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି ।
କର୍କଟ: ଗ୍ରହମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ଖୋଜୁଥିବା ପ୍ରିୟତମାଙ୍କୁ ଶୀଘ୍ର ସାକ୍ଷାତ ଲାଭ କରିବେ । ଦିନଟିକୁ ଆମୋଦ ପ୍ରମୋଦରେ କଟିବାକୁ ବଣଭୋଜି କରିବାକୁ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ନେଇ ଯାଇପାରନ୍ତି ।
ସିଂହ: ସମାଜରେ ପ୍ରତିଷ୍ଠା ପାଇବେ । ବାପାଙ୍କ ସହ ସମ୍ପର୍କ ସୁଦୃଢ ହେବ । ଜମି ଏବଂ ସମ୍ପତ୍ତି ସମ୍ୱନ୍ଧୀୟ କୌଣସି ବ୍ୟବସାୟ ସ୍ଥିର କରିବା ପାଇଁ ଆଜି ହେଉଛି ଉତ୍ତମ ଦିନ । ପରିବାର ସହ ବାହାରକୁ ରାତ୍ରୀ ଭୋଜନରେ ଯାଇପାରନ୍ତି ।
କନ୍ୟା: ଆଜି ନିଷ୍କ୍ରିୟତା, ଆଳସ୍ୟ ଅନୁଭବ କରିବେ । ଆଜି ଦିନ ପ୍ରତିକୂଳପୂର୍ଣ୍ଣ ପରିବେଶ ରହିପାରେ ଏବଂ ବ୍ୟସ୍ତ ରହିବେ । ବିଶେଷତଃ ଆପଣଙ୍କର ପିଲାମାନଙ୍କର ସ୍ୱାସ୍ଥ୍ୟ ବିଷୟରେ ଏହାର ଫଳାଫଳ ଆପଣଙ୍କୁ ନିଷ୍କ୍ରିୟ କରିଦେଇପାରେ । ପ୍ରତିଦ୍ୱନ୍ଦୀ, ଦୁଶ୍ଚିନ୍ତା ଏବଂ ଲାଭାନ୍ୱିତ ହେବାର ଅଭାବ ଆପଣଙ୍କୁ ଦମନ କରିବ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁନାହିଁ ।
ତୁଳା: ଆଜି ପ୍ରତି କଥାରେ ବିପଦ ଆସିପାରେ । ଯୁକ୍ତି ତର୍କ, ବିବାଦ କ୍ରୋଧ ଏବଂ କଟୁଭାଷା ଠାରୁ ଦୂରେଇ ରୁହନ୍ତୁ । ସାବଧାନତା ଅବଲମ୍ବନ କରନ୍ତୁ । ପ୍ରତ୍ୟେକ ଦାୟିତ୍ୱ ଏବଂ ପଦକ୍ଷେପ ସାବଧାନତା ସହ ମାପିଚୁପି ରଖନ୍ତୁ । ତେବେ ଆଜି ଅପ୍ରତ୍ୟାଶିତ ଅର୍ଥ ମିଳିପାରେ । ଆଧ୍ୟାତ୍ମିକ ଏଭଂ ଧାର୍ମିକ ଚିନ୍ତା ଧାରା ଆପଣକୁ ଶକ୍ତି ପ୍ରଦାନ କରିବ ।
ବିଛା: ଆଜିର ଦିନଟି ଖୁସୀ ଏବଂ ମୌଜର ଦିନ ଅଟେ । ଆଜି ବହୁତ ଖୁସୀ ମିଳିବ । ବନ୍ଧୁମିଳନ ହୋଇପାରେ । ଛୋଟ ଭୋଜି କରି ଆପଣ ଖୁସି ହେବେ। ଆପଣ ନିଜେ ଆଜି ଆକର୍ଷଣୀୟ ପୋଷାକ ଏବଂ ଗହଣାରେ ସଜ୍ଜିତ ହୋଇପାରନ୍ତି ଏବଂ ଏକ ଯୋଜନାଗତ କିଣାକିଣି ପ୍ରକୃତରେ ଖୁସି ଦେବ। ଆପଣ ମଧ୍ୟ ସାମାଜିକ ମର୍ଯ୍ୟଦା ଏବଂ ନାମ ଅର୍ଜନ କରିବେ ।
ଧନୁ: ଆଜି ଆପଣ ଖୁସିରେ ରହିବେ । ଆପଣଙ୍କର ମାନସିକ ଏବଂ ଶାରୀରିକ ସ୍ଥିତି ଠିକ ରହିବ ଏବଂ ଆନନ୍ଦ ମିଳିବ । ଘର ଏବଂ କାର୍ଯ୍ୟ କ୍ଷେତ୍ରରେ ବାତାବରଣ ଶାନ୍ତିପୁର୍ଣ୍ଣ ରହିବ । ବଦଳରେ ଆପଣ ମଧ୍ୟ ଯଥେଷ୍ଟ ସକାରାତ୍ମକ ହେବେ । ଆପଣ ନିଜର ବିରୋଧୀ ମାନଙ୍କଠାରୁ ଶକ୍ତିଶାଳୀ ବୋଲି ପ୍ରମାଣିତ କରିବେ । ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇପାରନ୍ତି ।
ମକର: ଆଜି ଦିନଟି ଚିନ୍ତା ଗ୍ରସ୍ତ ଅବସ୍ଥାରେ କାଟିପାରନ୍ତି । ପିତାମାତାଙ୍କର ଓ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ସହ ମତାନ୍ତର ଆପଣଙ୍କର ଚିନ୍ତାକୁ ଦ୍ୱିଗୁଣିତ କରିବ । ଏହି ମାନସିକ ଦୁଃଶ୍ଚିନ୍ତା ଯୋଗୁଁ ଆପଣ ଦ୍ୱନ୍ଦରେ ପଡି ନିଜର ସିଦ୍ଧାନ୍ତ ନେବାକୁ ଅକ୍ଷମ ହେବେ । ଆଜି ଆପଣ ଅଧିକ ପରିଶ୍ରମ କରି ନିଜର ଉପରିସ୍ଥ କର୍ମଚାରୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିପାରନ୍ତି । ନିଜର ପ୍ରତିଯୋଗୀ କିମ୍ୱା ସମକକ୍ଷ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହିଁ ।
କୁମ୍ଭ: ଆଜି ଆପଣ ଅଧିକ ଅଭିମାନ ଓ ଭାବପ୍ରବଣ ପ୍ରଦର୍ଶନ କରିପାରନ୍ତି । ବିଦ୍ୟାର୍ଥିମାନେ ସେମାନଙ୍କ ପତ୍ତାରେ ଆଶାତିତ ଭାବେ ସଫଳତା ପାଇପାରନ୍ତି । ଭାବିଚିନ୍ତି ଅର୍ଥକୁ ଖର୍ଚ୍ଚ କରନ୍ତୁ। ସମ୍ପତ୍ତି କିମ୍ୱା ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟରେ ସହାନୁଭୁତି ପ୍ରଦର୍ଶନ କରନ୍ତୁ ନାହିଁ । ନିଜର ପିଲାଳିଆ ବୁଦ୍ଧିକୁ ପରିତ୍ୟାଗ କରି ବୟସ୍କଙ୍କ ପରି ବ୍ୟବହାର କରନ୍ତୁ ।
ମୀନ: ଆଜି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ଓ ଦୃଢ ସଂକଳ୍ପ ନିଶିନ୍ତ ଭାବେ ସଫଳତା ଆଣିଦେବ । ଏହା ଦ୍ୱାରା ଆପଣଙ୍କର ସାମାଜିକ ସମ୍ମାନ ବୃଦ୍ଧି ପାଇପାରେ । ତତ୍ ସଙ୍ଗେ ସଙ୍ଗେ ଆପଣ ନିଜର ଜୀବନସାଥୀ ପାଇପାରନ୍ତି। ସନ୍ଧ୍ୟାରେ ଆପଣ ନିଜର ପ୍ରିୟତମାଙ୍କ ସହ ଆଗରୁ ସ୍ଥିରିକୃତ ଯାଗାକୁ ଯାଇ ଆମୋଦ ପ୍ରମୋଦରେ ସମୟ କାଟିପାରନ୍ତି । ଆପଣଙ୍କର ପ୍ରିୟଜନମାନେ ମୁକ୍ତ ହୃଦୟରେ ଆପଣଙ୍କୁ ଘନିଷ୍ଠ ବନ୍ଧୁ ଭାବେ ସ୍ୱୀକାର କରିବେ ।