ମେଷ: ଆଜି ଭାବନା ଅଧିକ ରହିବ। କିନ୍ତୁ ଆପଣ ନିଜ କାର୍ଯ୍ୟରେ ପ୍ରଶଂସା ସାଉଟିବେ। କିନ୍ତୁ କାର୍ଯ୍ୟ କ୍ଷେତ୍ରରେ କିଛି କର୍ମଚାରୀ ହଇରାଣ କରିପାରନ୍ତି। ଖର୍ଚ୍ଚ କମ କରନ୍ତୁ।
ବୃଷ: ଆଜି ଆପଣ ଭାବନା ରାଇଜରେ ବୁଡି ରହିବେ। ଆପଣ କାର୍ଯ୍ୟସ୍ଥଳରେ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଏହା ସହ ଆପଣ ମିଷ୍ଟଭାଷୀ ହୁଅନ୍ତି। କିନ୍ତୁ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ।
ମିଥୁନ: ଦିନଟି ଆପଣଙ୍କ ପିଲାମାନଙ୍କ ସହ ଭଲ ସମୟ କାଟିବାରେ ଯିବ । ଆପଣ ଘର କାମରେ ବ୍ୟସ୍ତ ରହିବେ ଓ ସେଗୁଡିକ କରିବାରେ କଷ୍ଟ ଅନୁଭବ କରିବେ। କିନ୍ତୁ ଆପଣ ଶେଷରେ ଭଲ କରିବେ ଓ ଫଳାଫଳରେ ସନ୍ତୁଷ୍ଟ ହେବେ। ଛୋଟ ଛୁଆଙ୍କ ଉପରେ ରାଗିବା ଅପେକ୍ଷା ମନେଇବା ପାଇଁ ପରାମର୍ଶ ଦିଆଯାଉଛି।
କର୍କଟ: ଆଜି ଆପଣ ନିଜ ଜୀବନସାଥୀଙ୍କ ସହ କିଣାକିଣି କରିବା ପାଇଁ ବାହାରକୁ ଯାଇପାରନ୍ତି। ଖର୍ଚ୍ଚାନ୍ତ ବୃଦ୍ଧି ହୋଇପାରେ। କିନ୍ତୁ ସନ୍ଧ୍ୟାରେ କିଛି ଭଲ ଉପହାର ମିଳିପାରେ।
ସିଂହ: ଆପଣ କଠିନ ପରିଶ୍ରମ ପରେ ମଧ୍ୟ ଆବଶ୍ୟକତା ଅନୁସାରେ ଫଳ ନ ପାଇପାରନ୍ତି । ଆପଣ ପୁଣି ଥରେ ନୂଆ କରି ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ଦୂର୍ବଳତା ଓ ତ୍ରୁଟି ଗୁଡିକୁ ଧ୍ୟାନ ରଖିବା ଆବଶ୍ୟକ । ଆପଣଙ୍କ ବ୍ୟବସାୟିକ ସମ୍ପର୍କ ଗୁଡିକ ଦୃଢ ରହିବା ସୁନିଶ୍ଚିତ କରିବା ପାଇଁ ଆପଣଙ୍କୁ କିଛି ଅତ୍ୟାବଶ୍ୟକ ପଦକ୍ଷେପ ନେବାକୁ ପଡିବ । ଆର୍ଥିକ ଅବସ୍ଥା ଭଲ ହେବ ।
କନ୍ୟା: ଆପଣ ବିଭିନ୍ନ ଭାବନା ଓ ଆଡଜଷ୍ଟ କରିବାର ଇଚ୍ଛା ଦ୍ଵାରା ଆଜି ଲୋକମାନଙ୍କୁ ମୋହିତ କରିବେ। ଯେଉଁମାନେ ପ୍ରେମରେ ପଡିଛନ୍ତି ସେମାନଙ୍କ ପାଇଁ ପରିସ୍ଥିତି ଓଲଟା ହେବ । କିନ୍ତୁ ଧୌର୍ଯ୍ୟହରା ନହେବା ପାଇଁ ପରାମର୍ଶ ଦିଆଯାଉଛି। ପରିବାର ସହିତ କିଛି ଭଲ ସମୟ ମଧ୍ୟ କାଟିପାରନ୍ତି।
ତୁଳା: କ୍ଷମତାରେ ଥିବା କେହି ଜଣେ ଆପଣଙ୍କୁ ମଜାରେ ହଇରାଣ କରିପାରନ୍ତି। କିନ୍ତୁ ଭାଗ୍ୟ ସପକ୍ଷରେ ରହିଥିବାକୁ କୌଣସି ପ୍ରକାର ସମସ୍ୟାରେ ପଡିବେ ନାହିଁ। ଆପଣ ସହଜରେ ଏହି ସବୁ ସମସ୍ୟାରୁ ବାହାରିଯିବେ।
ବିଛା: ଯଦି ଆପଣ ନିକଟରେ ମିଳିତ ଭାବେ ଏକ ବ୍ୟବସାୟ ଆରମ୍ଭ କରିଥାଆନ୍ତି, ତେବେ ଆଜି ଏକ ଲାଭଦାୟକ ଚୁକ୍ତି କରିବା ପାଇଁ ଆପଣ ପ୍ରଥମ ପାଦ ଆଗକୁ ନେଇପାରନ୍ତି। ଅବଶ୍ୟ ଆଜି ଆପଣ ଚୁକ୍ତିରେ ସ୍ଵାକ୍ଷର କରିବା ପୂର୍ବରୁ କିଛି ସମୟ ନେବା ଆବଶ୍ୟକ।
ଧନୁ: ଆପଣ ଆଜି ଯାହା ଚାହିଁବେ ସେୟା କରିବେ। ବ୍ୟବସାୟରେ ଆପଣଙ୍କ ଜ୍ଞାନ ଦ୍ଵାରା ଆପଣ ଉତ୍ପାଦନକ୍ଷମତାରେ ସବୁଠାରୁ ଭଲ ଫଳାଫଳ ପାଇବେ ଓ ନୂଆ ଚୁକ୍ତି କରିପାରିବେ। ଦିନର ଅଧିକାଂଶ ସମୟରେ ଆପଣଙ୍କ ପଦକ୍ଷେପ ପଦ୍ଧତିଗତ, ଅନୁଶାସିତ ଓ ବ୍ୟବସ୍ଥିତ ରହିବ।
ମକର: ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ ରହିବ। ପ୍ରିୟଜନଙ୍କ ସହ ସାକ୍ଷାତ କରି ଖୁସି ହେବେ। ଆଜିର ଅଧିକାଂଶ ସମୟ ଆପଣଙ୍କୁ ସମ୍ପର୍କ ଓ ସମ୍ପର୍କୀୟମାନେ ବ୍ୟସ୍ତ ରଖିବେ। ପରିବାର ସହିତ ସୁସମ୍ପର୍କ ବଜାୟୀ ରଖିବା ପାଇଁ ଚେଷ୍ଟା କରନ୍ତୁ।
କୁମ୍ଭ: ଆଜି ଆପଣଙ୍କର ମନ ଯାହା ଚାହୁଁଛି ତାହା କରନ୍ତୁ। ଆଜି କାର୍ଯ୍ୟରେ କୌଣସି ବାଧା ଆସିବ ନାହିଁ। ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଓ ନିଷ୍ପତ୍ତିର ସମର୍ଥନ କରିବେ। ବିଦେଶରୁ କିଛି ଅଫର ଆସିପାରେ।
ମୀନ: ଦରମା ପାଉଥିବା ଲୋକମାନଙ୍କ ପାଇଁ ଆଜିର ଦିନ ପ୍ରଗତିଶୀଳ ଦିନ ରହିବ। ଆପଣଙ୍କ ଉପସ୍ଥିତି ଓ ଆପଣ ଦେଉଥିବା ମତାମତ ଯୋଗୁଁ କାର୍ଯ୍ୟସ୍ଥଳରେ ଗୁରୁତ୍ଵପୂର୍ଣ୍ଣ ମିଟିଙ୍ଗରେ ଲାଭ ମିଳିବ। ଏହା ଆପଣଙ୍କ ଉପରିସ୍ଥ ଅଧିକାରୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବ। ଆଜି ଦିନ ସାରା ଆପଣ ପ୍ରଶଂସାର ପାତ୍ର ହେବେ।