ଦହି ଓ ବଟରମିଲ୍କ ଭଳି ଦୁଗ୍ଧଜାତ ସାମଗ୍ରୀ ଖାଇବା ଭାରତରେ କାହିଁ କେତେ ଯୁଗରୁ ରହିଆସିଛି । ଦୁଗ୍ଧ ଓ ଏଥିରୁ ପ୍ରସ୍ତୁତ ସାମଗ୍ରୀ ପିଲା ଓ ବୟସ୍କମାନଙ୍କୁ ଆବଶକୀୟ ପୋଷଣ ଦେଇଥାଏ । ତେବେ, ଆଜିକାଲି ଜନସଂଖ୍ୟା ବୃଦ୍ଧି ଅନୁପାତରେ ସହ ଦୁଗ୍ଧ ଉତ୍ପାଦନ ନିଅଟିଂଆ ହୋଇପଡିଛି । ତେଣୁ ତାଜା କ୍ଷୀର ମିଳିବା ନେଇ ସମସ୍ୟା ସୃଷ୍ଟି ହୋଇଛି । ଦହି ଓ ବଟରମିଲ୍କ ପାଶ୍ଚୁରାଇଡଜଡ୍ ଓ ସଂରକ୍ଷିତ କ୍ଷୀରରୁ ପ୍ରସ୍ତୁତ କରାଯାଏ ।
ଆୟୁର୍ବେଦରେ ଦହି ଓ ବଟରମିଲ୍କର ଉପକାରିତା ସଂପର୍କରେ କୁହାଯାଇଛି । ଏ ବାବଦରେ ଆମେ ଆୟୁର୍ବେଦ ବିଶେଷଜ୍ଞ ଡକ୍ଟର ରାଜ୍ୟଲକ୍ଷ୍ମୀ ମାଧବମଙ୍କ ସହ ଆଲୋଚନା କରିଥିଲୁ । ଦହି ଓ ବଟରମିଲ୍କ ସେବନ କରିବା କାହିଁକି ଗ୍ରହଣୀୟ ସେ ସଂପର୍କରେ ସେ ବିସ୍ତୃତ ଭାବେ କହିଛନ୍ତି । ଆୟୁର୍ବେଦରେ ଦହି ଦଧି ନାମରେ ବି ପରିଚିତ । ଦହି ଆମର ଖାଦ୍ୟ ଜୀର୍ଣ୍ଣ ହେବାରେ ସହାୟକ ହୁଏ । ଏହା ସ୍ୱାଦହୀନତା ନିୟନ୍ତ୍ରଣ କରେ, ରୋଗ ପ୍ରତିରୋଧକ ବଢାଏ ଓ ଶକ୍ତି ଯୋଗାଇଥାଏ । ଅନିୟମିତ ଜ୍ୱର, ଡାଇରିଆ, ପରିସ୍ରାକଷ୍ଟ, ସାଧାରଣ ଥଣ୍ଡାରେ କାମ ଦିଏ ଦହି । ଦୁଗ୍ଧଜାତ ପଦାର୍ଥ ସଂପର୍କରେ କିଛି ଜାଣିବା କଥା ନିମ୍ନରେ ଦିଆଗଲା ।
- ମେଦବହୁଳତା, ରକ୍ତସ୍ରାବଜନିତ ରୋଗ ଓ ଜ୍ୱଳନଶୀଳ ସ୍ଥିତିରେ ଦହିଠାରୁ ଦୂରେଇ ରହନ୍ତୁ ।
- ହାଇପରଏସିଡିଟି ଓ ପେଟରୋଗ କ୍ଷେତ୍ରରେ ଖଟା ଦହିରୁ ଦୂରେଇ ରହନ୍ତୁ । ଯଦି ଅପରିହାର୍ଯ୍ୟ, ତାହା ହେଲେ କିଛି ଚିନି ମିଶାଇ ପିଅନ୍ତୁ ।
- ଦହିକୁ ଗରମ କରନ୍ତୁ ନାହିଁ । କାରଣ ଗରମ କଲେ ଏହା ଦହିରୁ ଉପଯୋଗୀ ବ୍ୟାକଟେରିଆକୁ ନଷ୍ଟ କରିଦେଇଥାଏ ।
- ମିଠା ଦହି ବାତ ଓ ପିତକୁ ଶାନ୍ତ ରଖେ ।
- ଖଟା ଦହି ଡାଇଜେଷ୍ଟିଭ ଫାୟର, ପିତ ଓ କଫ ବୃଦ୍ଧି କରେ ।
- ଛେଳି କ୍ଷୀରରୁ ପ୍ରସ୍ତୁତ ହୋଇଥିବା ଦହି ଶରୀରକୁ ସନ୍ତୁଳିତ ରଖେ । ହଜମ ଶକ୍ତି ବଢାଏ । ଏହା ଶ୍ୱାସନଜନିତ ରୋଗରେ ଦରକାର ହୁଏ ।
- ମଇଁଷି କ୍ଷୀରରୁ ପ୍ରସ୍ତୁତ ଦହି ଶରୀରକୁ ଶକ୍ତି ଯୋଗାଇ ଥାଏ ।
ରାତିରେ ଦହି ଖାଇବା କି ନାହିଁ :
- ରାତିରେ ଦହି ଖାଇବାରୁ ବିରତ ରହିବା ଉଚିତ । କାରଣ ଏହା ରକ୍ତ ବାହିକାଗୁଡିକୁ ଅଟକାଇପାରେ ।
- ଯଦି ବା ଆପଣ ରାତିରେ ଦହି ଖାଇବାକୁ ଚାହୁଁଛନ୍ତି, ତାହା ହେଲେ ସେଥିରେ ଘିଅ, ଚିନି, ମହୁ, ଅଁଳା ଆଦି ମିଶାନ୍ତୁ ।
- ଶରତ, ଗ୍ରୀଷ୍ମ ଓ ବସନ୍ତ ୠତୁରେ ଖଟା ଦହି ଖାଇବା ମନା ।
- ମନ୍ଧାକାମ ଦହି ( ଅସଂପୂଣ୍ଣ ର୍ ବସା ଦହି ) ସେବନ କରିବା ଅନୁଚିତ । କାରଣ ଏହା ମଧୁମେହର କାରଣ ହୋଇପାରେ ।
ବଟରମିଲ୍କ
- ଆୟୁର୍ବେଦରେ ବଟରମିଲ୍କକୁ ତକ୍ରା ବୋଲି କୁହାଯାଏ । ଦହିକୁ ମନ୍ଥନ କରି ସେଥିରେ ପାଣି ମିଶାଯାଏ । ଲହୁଣୀକୁ ହଟାଗଲା ପରେ ବଳକା ଅଧା ବହଳ ତରଳ ପଦାର୍ଥ ହିଁ ବଟରମିଲ୍କ ।
- ଆୟୁର୍ବେଦରେ କଥିତ ଅଛି ଯେ, ଭଗବାନଙ୍କ ପାଇଁ ଅମୃତ ଯେମିତି, ମଣିଷ ପାଇଁ ବଟରମିଲ୍କ ସେମିତି । ଏହା ହଜମ ଶକ୍ତି ବଢାଏ ଏବଂ ଜ୍ୱଳନଶୀଳତା ହ୍ରାସ କରେ ।
- ମଳକଂଟକ, ଇରିଟେବଲ୍ ବୋଏଲ ସିଂଡ୍ରୋମ,ଡାଇବେଟିସ୍ ଭଳି ରୋଗରେ ପୀଡିତଙ୍କୁ ବଟରମିଲ୍କ ଦିଆଯାଇପାରିବ ।
- ବଟରମିଲ୍କରେ ପ୍ରଚୁର ପରିମାଣରେ ପୋଟାସିୟମ,କାଲସିୟମ, ଫସଫରସ, ରାଇବୋଫ୍ଲୋବିନ ଥାଏ ।
- ପ୍ରତିଦିନ ବଟରମିଲ୍କ ଖାଇଲେ ବୟସ ପ୍ରକ୍ରିୟା ବିଳମ୍ବିତ କରେ ।
- ଖରା ଦିନେ ଖଟା ବଟରମିଲ୍କ ପିଇବା ଅନୁଚିତ ।
- ବଟରମିଲ୍କ ସବୁଦିନେ ପିଇଲେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଦହି ଓ ବଟରମିଲ୍କ ଉଭୟେ ଦୁଗ୍ଧଜାତ ଉତ୍ପାଦ । ଉଭୟ ଦହି ଓ ବଟରମିଲ୍କରେ ସମାନ ଉପାଦାନ ଥାଏ । କିନ୍ତୁ ଭଲ ଭାବେ ପ୍ରସ୍ତୁତ ଦହି ଓ ବଟରମିଲ୍କ ପିଇଲେ ହିଁ ସ୍ୱାସ୍ଥ୍ୟ ପାଇଁ ହିତକାରକ ହେବ ।
ଇନପୁଟ୍ : ଡକ୍ଟର ରାଜ୍ୟଲକ୍ଷମୀ ମାଧବମ
ଏମଡି, ଆୟୁର୍ବେଦ ପ୍ରଫେସର, ଏଏମଡି ଆୟୁର୍ବେଦ ମେଡିକାଲ କଲେଜ