ETV Bharat / sukhibhava

ଆଶ୍ଚର୍ଯ୍ୟ ! ମୟୂର ଖାଇବା ପରେ ଚାଲିଗଲା କୁମ୍ଭୀର ଜୀବନ

author img

By

Published : Feb 18, 2023, 12:41 PM IST

ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତର ପ୍ରଦେଶର କସଗଞ୍ଜ ଜିଲ୍ଲାରେ । ମୟୂର ଖାଇବା ପରେ ଏକ କୁମ୍ଭୀରର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ସୂଚନା । ଅଧିକ ପଢନ୍ତୁ

crocodile and peacock
crocodile and peacock

ଲକ୍ଷ୍ନୌ: ମୟୂର ଖାଇବା ପରେ ଚାଲିଗଲା କୁମ୍ଭୀର ଜୀବନ । ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର କସଗଞ୍ଜ ଜିଲ୍ଲାରେ । ମୟୂର ଖାଇବା ପରେ ହାଜାରା କେନାଲ କୂଳରେ ଏକ କୁମ୍ଭୀରର ମୃତ୍ୟୁ ଘଟିଥିବା ପୋଷ୍ଟମୋର୍ଟମ୍ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସ୍ଥାନୀୟ କ୍ଷେତ୍ର ବନଖଣ୍ଡ ଅଧିକାରୀ(ଡିଭିଜନାଲ୍ ଫରେଷ୍ଟ ଅଫିସର୍) ଏନେଇ ସୂଚନା ଦେଇଛନ୍ତି ।

କ୍ଷେତ୍ର ବନଖଣ୍ଡ ଅଧିକାରୀଙ୍କ କହିବା ଅନୁସାରେ, ଗୁରୁବାର(ଫେବ୍ରୁଆରୀ 16) ରେ କୁମ୍ଭୀରଟି ଏକ ମୟୂରକୁ ଖାଇ ଦେଇଥିଲା । ଏହାର କିଛି ସମୟ ପରେ ତା'ର ମୃତ୍ୟୁ ଘଟିଥିଲା । ପୋଷ୍ଟମୋର୍ଟମ୍ ରିପୋର୍ଟରୁ ମୟୂର ଖାଇବା ନେଇ ମୃତ୍ୟୁ ଘଟିଥିବା ଜଣାପଡିଥିଲେ ମଧ୍ୟ ବାସ୍ତବରେ ପାକସ୍ଥଳୀର କେଉଁ ପ୍ରକାରର ସମସ୍ୟାରୁ ଏପରି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । କାରଣ କୁମ୍ଭୀରମାନେ ବଡ ବଡ ଜୀବଜନ୍ତୁ ଶିକାର କରି ଖାଇଥାନ୍ତି । ମାତ୍ର ଏପରି ହେବାର କାରଣ କଣ ତାହା ଜଣାପଡି ନାହିଁ ।

ଏହା ମଧ୍ୟ ପଢନ୍ତୁ:- Almond For Diabetes: ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆଲମଣ୍ଡ

ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫଓ) ହରିଶଙ୍କର ଶୁକ୍ଲା କହିଛନ୍ତି, ମୃତ କୁମ୍ଭୀର ଉପରେ ପ୍ରାଥମିକ ଅନୁସନ୍ଧାନରୁ ଏହା କୁହାଯାଇପାରେ ଯେ, ମୟୂର ବିକ୍(ଥଣ୍ଟ) ଏବଂ ଅନ୍ୟାନ୍ୟ ଅବଶିଷ୍ଟାଂଶ ଯେପରିକି ପେଟ ଏବଂ ଶରୀରର ଉପର ଅଂଶ କୁମ୍ଭୀର ପେଟରେ ଫସି ରହିଥିବାରୁ ତା'ର ମୃତ୍ୟୁ ଘଟିଥାଇପାରେ । ଖବର ଅନୁସାରେ, ଗୁରୁବାର ଜିଲ୍ଲାର ନଦ୍ରାଇ ଅଞ୍ଚଳରେ ଅବସ୍ଥିତ ନଦ୍ରାଇ ପୋଲ ପାର ହୋଇ ଯାଉଥିବା ଲୋକମାନେ ପୂର୍ବପରି ହାଜାରା କେନାଲ କୂଳରେ ବିଶ୍ରାମ ନେଉଥିବା ମଧୁର ଜଳ କୁମ୍ଭୀରକୁ ଦେଖିବାକୁ ଚାହିଁଥିଲେ ।

ଏହା ମଧ୍ୟ ପଢନ୍ତୁ:- Cervical cancer: କିଶୋରୀଙ୍କୁ HPV ଭ୍ୟାକ୍ସିନ୍ ଦେବାର ଆବଶ୍ୟକତା କେତେ, ଜାଣନ୍ତୁ

ଦୀର୍ଘସମୟ ପର୍ଯ୍ୟନ୍ତ କୁମ୍ଭୀର ଚଳପ୍ରଚଳ ନ କରିବାରୁ ସେମାନଙ୍କର ସନ୍ଦେହ ପୋଇଥିଲା । ଏନେଇ ସେମାନେ ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲା । ଖବର ପାଇ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍ ପାଇଁ ଚିକିତ୍ସକଙ୍କୁ ଡକାଇଥିଲେ । ମାତ୍ର ପ୍ରାଣୀ ଚିିକିତ୍ସକ ସେଠାରେ ପହଞ୍ଚିବା ପୂର୍ବରୁ କୁମ୍ଭୀରର ମୃତ୍ୟୁ ଘଟି ସାରିଥିବା କହିଥିଲେ । ପ୍ରାଣୀ ଚିକିତ୍ସକ କହିଛନ୍ତି ଯେ, "ମୟୂରର ପୁଚ୍ଛ ଓ ଥଣ୍ଟ କୁମ୍ଭୀରର ପେଟ ଏବଂ ଗଳାରେ ଅଟକି ରହିଥିବା । ଏହି କାରଣରୁ ଶ୍ୱାସରୁଦ୍ଧ ହୋଇ କୁମ୍ଭୀରର ମୃତ୍ୟୁ ଘଟିଥାଇପାରେ ।" ପୋଷ୍ଟମୋର୍ଟମର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.