ETV Bharat / sukhibhava

ସୁରକ୍ଷା ପାଇଁ ଟିକା - corona Covaxin

କୋଭିଡ-୧୯ର ମୁକାବିଲା ପାଇଁ ବର୍ତ୍ତମାନ ୫୦ଟି ଟିକା ଟ୍ରାଏଲ ଷ୍ଟେଜରେ ରହିଛି । କୋରୋନା ଭାଇରସର ମୁକାବିଲା ପାଇଁ ଯଦି ଆମ ଶରୀରରେ ଆଣ୍ଟିବଡି ରହିଛି, ଯାହା କି ସ୍ପାଇକ ପ୍ରୋଟିନ ବିରୋଧରେ ସହାୟକ ହୋଇଥାଏ ।

ସୁରକ୍ଷା ପାଇଁ ଟିକା
ସୁରକ୍ଷା ପାଇଁ ଟିକା
author img

By

Published : Feb 3, 2021, 9:15 PM IST

ପ୍ରତିବର୍ଷ ଟିକା ଲକ୍ଷଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥାଏ । ରୋଗରୁ ସୁରକ୍ଷା ଦେଇଥାଏ । ଟିକା ହେଉଛି ରୋଗାଣୁର ଏକ ଅଂଶ, ଯାହାକୁ କି ଆମ ଶରୀର ଚିହ୍ନିପାରି ପ୍ରତିରୋଧକ କ୍ରିୟା ବିକଶିତ କରେ। ଏହାଦ୍ବାରା ପ୍ରକୃତ ରୋଗାଣୁ ବା ଭୂତାଣୁ ବିରୋଧରେ ଶରୀର ଲଢିପାରିବ ଓ ସଂକ୍ରମଣରୁ ସୁରକ୍ଷା ଦେଇପାରିବ । ଏପ୍ରସଙ୍ଗରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ସୁଖିଭବଃ ଫାର୍ମା ଷ୍ଟ୍ରାଟେଜିକ କନସଲଟାଣ୍ଟ ସ୍ବରୂପ ପଣ୍ଡାଙ୍କ ସହ ଆଲୋଚନା କରିଥିଲା ।

କୋଭିଡ-୧୯ର ମୁକାବିଲା ପାଇଁ ବର୍ତ୍ତମାନ ୫୦ଟି ଟିକା ଟ୍ରାଏଲ ଷ୍ଟେଜରେ ରହିଛି । କୋରୋନା ଭାଇରସର ମୁକାବିଲା ପାଇଁ ଯଦି ଆମ ଶରୀରରେ ଆଣ୍ଟିବଡି ରହିଛି, ଯାହା କି ସ୍ପାଇକ ପ୍ରୋଟିନ ବିରୋଧରେ ସହାୟକ ହୋଇଥାଏ । ଏଭଳି ସ୍ଥିତିରେ ରୋଗ ଦ୍ବାରା ଆକ୍ରାନ୍ତ ଆଶଙ୍କା ବହୁତ କମ ରହେ । ଆଣ୍ଟିବଡି ସୃଷ୍ଟି କରିବା ପାଇଁ ଦୁଇଟି ଉପାୟ ରହିଛି । ପ୍ରଥମଟି ହେଲା ଟୀକାକରଣ ଓ ଦ୍ବିତୀୟଟି ହେଲା ଶରୀର ଭିତରେ ସ୍ପାଇକ୍ ପ୍ରୋଟିନର ସୃଷ୍ଟି । ଟିକାରେ ଥିବା ସ୍ପାଇକ ପ୍ରୋଟିନ ଏତେ ଦୁର୍ବଳ ଯେ, ଏହା କୌଣସି ରୋଗର କାରଣ ହୋଇପାରିବ ନାହିଁ।

ତେଣୁ ଦିଆଯାଉଥିବା ଟିକାରୁ କେହି ରୋଗାକ୍ରାନ୍ତ ହେବେନାହିଁ । କୋଭିଡ-୧୯ ଟିକା ନେବା ଦ୍ବାରା ଆପଣଙ୍କ ଶରୀରରେ ଆଣ୍ଟିବଡି ରେସପନ୍ସ ସୃଷ୍ଟି ଆପଣଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ। ଟିକା ନେଲେ ଆପଣ ଅସୁସ୍ଥ ହେବେ ନାହିଁ । ଏହାଛଡା କୋଭିଡ ଟିକା ଆପଣଙ୍କ ପାଖାପାଖି ରହୁଥିବା ଗୁରୁତର ରୋଗାକ୍ରାନ୍ତ ଲୋକଙ୍କଠାରୁ ବି ସୁରକ୍ଷା ଦେବ । ସଂକ୍ରମଣର ଭୟ ରହିବ ନାହିଁ ।

ଦେଶବ୍ୟାପୀ ଅନୁଧ୍ୟାନରୁ ଜଣାପଡିଛି ଯେ, ଟିକା ସୁରକ୍ଷିତ । ଟିକାକରଣ ମଧ୍ୟ ନିରାପଦ । ନିର୍ଦ୍ଦିଷ୍ଟ ଆଣ୍ଟିବଡି ସୃଷ୍ଟି କରି ଏହା ପ୍ରତିରୋଧକ କ୍ଷମତା ବୃଦ୍ଧି କରେ । ଉପକାରିତା ତୁଳନାରେ ପ୍ରତିକୂଳ ପ୍ରଭାବ ନଗଣ୍ୟ ବୋଲି କହିଲେ ଚଳେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, କୋଭିଡ ଟିକାର ସେଫଟି ସିଷ୍ଟମ ରହିଛି । କୋଭାକ୍ସିନ ଟିକା ୩୦ ହଜାର ଭଲ୍ୟୁଣ୍ଟରଙ୍କ ଠାରେ ପରୀକ୍ଷଣ କରାଯାଇଥିଲା ।

ଟିକା ପରୀକ୍ଷଣରେ ସାମିଲ ଭଲ୍ୟୁଣ୍ଟରଙ୍କ ଏହି ସଂଖ୍ୟା ଥିଲା ସର୍ବାଧିକ । ଡାଟାର ବିଶ୍ଳେଷଣ ପାଇଁ ଅଧିକ ସମୟ ଲାଗେ । କିନ୍ତୁ ଏହାର ପ୍ରଭାବ ସଂପର୍କରେ ସଂପୂର୍ଣ୍ଣ ଭାବେ ନିଶ୍ଚିତ ହେଲା ପରେ ଡିସିଜିଆଇ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ । କୋଭିଡ-୧୯ ଟିକାକରଣ ପର୍ଯ୍ୟାୟ ଭିତ୍ତିକ ଭାବେ ଆରମ୍ଭ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମୀଙ୍କ ସମେତ ଆଇସିଡିଏସ କର୍ମୀ, ସମ୍ମୁଖଭାଗ କୋଭିଡ ଯାଦ୍ଧା ଯେପରିକି ରାଜ ଓ କେନ୍ଦ୍ରୀୟ ପୋଲିସ ବିଭାଗର କର୍ମଚାରୀ , ସଶସ୍ତ୍ର ବାହିନୀ, ହୋମଗାର୍ଡ, ଜେଲ୍ କର୍ମଚାରୀ, ବିପର୍ଯ୍ୟୟ ପ୍ରଶମନ ସ୍ବେଚ୍ଛାସେବୀ ଓ ସିଭିଲ ଡିଫେନ୍ସ ସଂସ୍ଥା, ପୌର କର୍ମଚାରୀ, ରାଜସ୍ବ ଅଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଫୋକସରେ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଏକାଧିକ ରୋଗରେ ପୀଡିତ ବ୍ୟକ୍ତିଙ୍କ ଟିକାକରଣ ମଧ୍ୟ କରାଯାଉଛି ।

ପ୍ରଥମ ପର୍ଯ୍ୟାୟ ଟିକାକରଣରେ ଆନୁମାନିକ ୩୦ କୋଟି ହିତାଧିକାରୀଙ୍କୁ କୋଭିଡ-୧୯ ଟିକା ଦିଆଯିବ । ନୀତିଗତ ଭାବେ ରିସ୍କ ବେନିଫିଟ ଆସେସମେଣ୍ଟ ଅନୁସାରେ ହିଁ ସର୍ବଦା ନିଷ୍ପତ୍ତି ନିଆଯାଇଥାଏ ।

କେଉଁ ପରିସ୍ଥିତିରେ କୋଭିଡ ଟିକା ନେବା ଗ୍ରହଣୀୟ ନୁହେଁ ?

. ବ୍ୟକ୍ତିର ଆଲର୍ଜି ରୋଗ ଥିଲେ

. ଜରରେ ଆକ୍ରାନ୍ତ ଥିଲେ

. ବ୍ଲିଂଡିଂ ଡିଜ୍‌ଅର୍ଡର ଥିଲେ

. ଯଦି ରୋଗୀ ଇମ୍ୟୁନ କଂପ୍ରୋମାଇଜ୍‌ଡ ଥିବେ

. ଗର୍ଭବତୀ ମହିଳା

. ସ୍ତନ୍ୟପାନ କରାଉଥିବା ମାଆ

. ଆଉ ଏକ କୋଭିଡ-୧୯ ଟିକା ନେଇଥିଲେ

. ଅନ୍ୟ କୌଣସି ସ୍ବାସ୍ଥ୍ୟ ସଂପର୍କିତ ସମସ୍ୟା ଥିଲେ

ଯଦି ଟୀକାକରଣ ନେଇ କୌଣସି ସନ୍ଦେହ ବା ଭୁଲ ଧାରଣା ରହିଥିଲେ ନିଜର ଫ୍ୟାମିଲି ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.